ଟ୍ରକ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ: ମହିଳା ରୋଗୀଙ୍କ ସମେତ ୩ଜଣଙ୍କ ଜୀବନ ଗଲା

ଚଣ୍ଡିଖୋଲ, ୧।୫ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଓ ବଡଚଣା ମଧ୍ୟସ୍ଥଳୀରେ ଶନିବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଅଞ୍ଚଳରୁ ୧୦୮ ଆମ୍ବୁଲାନ୍ସ ଜଣେ ମହିଳା ରୋଗୀଙ୍କୁ ଧରି କଟକ ଅଭିମୁଖେ ଆସୁଥିଲା। ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଛକରୁ ବଡଚଣା ଛକ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ରାଜପଥ ହୋଟେଲ ସମ୍ମୁଖରେ ଗାଡ଼ିଟି ଦୁର୍ଘଟଣାଗସ୍ତ ହୋଇଥିଲା। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ଆମ୍ବୁଲାନ୍ସ ପଛ ପଟରୁ ପିଟିଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର, ମହିଳା ରୋଗୀ ଓ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ଘଟିଛି। ଏଥିରେ ରୋଗୀଙ୍କ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆମ୍ବୁଲାନ୍ସକୁ କାଟି ଖଣ୍ଡ ଖଣ୍ଡ କରି ସମସ୍ତଙ୍କୁ ବାହାର କରିଥିଲେ। ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଥିବାରୁ ତାକୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା। ତେବେ ଖବର ଲେଖାଯିବା ସୁଦ୍ଧା ମୃତକମାନଙ୍କ ପରିଚୟ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪ ନାଲ୍‌କୋ କର୍ମଚାରୀଙ୍କୁ କରୋନା

ବଅଁରପାଳ,୨୩ା୭(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀ ଅଞ୍ଚଳରେ ପୂର୍ବରୁ କରୋନାରୁ ଜଣେ ଡିଜିଏମଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ମିଳାମିଶା କରିଥିବା ୨୪୧ ଜଣଙ୍କର ସ୍ବାବ୍‌ ନମୁନା...

ପିଲିବନ୍ଧ ଚତୁଃପାର୍ଶ୍ୱ ସଫେଇ କଲେ ସିପାହୀ

ଛତ୍ରପୁର,୨୮।୬(ଡି.ଏନ.ଏ.)- ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ପିଲିବନ୍ଧ ଚତୁଃପାର୍ଶ୍ୱକୁ ସଫେଇ କରାଯାଇଛି ା ବାଟାଲିୟନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ...

ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ। ସେ ହେଲେ ସ୍ପିଲବାଇ ଗ୍ରାମର ଘାସି...

୫ଟି ସ୍ଥାନରେ ବାଜିଛି ଗୁଳି, ଦୁଇଦିନ ହେଲା ଖାଉନି ହାତୀ

ନରସିଂହପୁର,୨୯।୭(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ।...

ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍‌

ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ...

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାନ ଉଠିଲା

ଜୁନାଗଡ,୧୬।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଲିଛଡା ମଣ୍ଡିରେ ଗତ ୨ଦିନ ହେଲା ମିଲର୍ସଙ୍କ ଅବହେଳା ଯୋଗୁ ଟ୍ରକ ଆସୁ ନ ଥିବାରୁ ମଣ୍ଡିରୁ ଧାନ ଉଠୁ...

ମାନ୍ଦାରେ ଚାଲିଛି ଶୀତବସ୍ତ୍ର ବ୍ୟବସାୟ

ରାୟଗଡା ଅଫିସ, ୨।୧୧: ସବୁବର୍ଷ ଭଳି ଚଳିତ ବର୍ଷ ଶୀତ ଆରମ୍ଭରୁ ହିଁ ରାୟଗଡ଼ାରେ ଶୀତବଦ୍‌ତ୍ର ପେବାରୀଙ୍କ ଭିଡ଼ ଜମିଲାଣି। କିନ୍ତୁ ଏ ବର୍ଷ ବେପାର...

ମାଲକାନଗିରି ଜିଲାରେ ପୁଷ୍ଟିହୀନତା ସମସ୍ୟା:ପ୍ରତି ଜିଲାରେ ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ

କଟକ ଅଫିସ,୧୭।୧୨: ଅପପୁଷ୍ଟିକୁ ରୋକିବା ପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି। ମାତ୍ର ଏହାର ପ୍ରଭାବ ମାଲକାନଗିରି ଜିଲାରେ ପଡୁନାହିଁ। ଉକ୍ତ ଜିଲାରେ ବହୁ ସଂଖ୍ୟକ...

Advertisement
Archives

Model This Week