Posted inଜାତୀୟ

ଭାଜପାକୁ ‘ବେଲାଗାଭି’ ଅଡୁଆ

ବେଙ୍ଗାଲୁରୁ/ମୁମ୍ବାଇ/ନୂଆଦିଲ୍ଲୀ,୧୯ା୧୨: ପୁଣିଥରେ ମୁଣ୍ଡ ଟେକିଛି ୭ ଦଶନ୍ଧି ପୁରୁଣା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ। ଉତ୍ତର କର୍ନାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲାଗାଭିକୁ ନେଇ ଦୁଇ ଭାଜପା ଶାସିତ ରାଜ୍ୟ ମୁହଁାମୁହଁି। ଉଭୟ ପକ୍ଷର ବାକ୍‌ଯୁଦ୍ଧ ଜାତୀୟ ରାଜନୀତିକୁ ସରଗରମ କରିଥିବାବେଳେ ସୋମବାର ଦୁଇରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ଏଭଳି ସ୍ଥିତିରେ ବେଲାଗାଭି ବିବାଦ କେନ୍ଦ୍ରରେ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ପାଇଁ ଅଡ଼ୁଆ ସାଜିଛି।
ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ବେଲାଗାଭିକୁ ନେଇ ଆନ୍ତଃ ରାଜ୍ୟ ସୀମା ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ରର ଦାବି ବିରୋଧରେ କର୍ନାଟକ ସରକାର ସୋମବାର ବେଲାଗାଭିସ୍ଥିତ ବିଧାନସଭାର ଦ୍ୱିତୀୟ ଗୃହରେ ପ୍ରତୀକାମତ୍କ ଅଧିବେଶନ ଡାକିଛନ୍ତି। ସୁବର୍ଣ୍ଣ ବିଧାନସୌଧରେ ପୂର୍ବାହ୍ନ ୧୧ଟାରେ ଏହି ଅଧିବେଶନ ଆରମ୍ଭ ହେବ। ସେହିପରି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନ ମଧ୍ୟ ସୋମବାର ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଉଭୟ ରାଜ୍ୟର ବିଧାନସଭାରେ ବେଲାଗାଭି ପ୍ରସଙ୍ଗକୁ ନେଇ ଜୋରଦାର ବିତର୍କ ହେବ। ମହାରାଷ୍ଟ୍ର ଓ କର୍ନାଟକର ବିବାଦୀୟ ସୀମାରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କାରଣ ଉଭୟ ବାସବରାଜ ବୋମାଇ ଓ ଏକନାଥ ଶିନ୍ଦେଙ୍କୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବୈଠକରୁ କୌଣସି ସକାରାମତ୍କ ନିଷ୍କର୍ଷ ବାହାରିପାରି ନାହିଁ।

ଗତ ବୁଧବାର ବୈଠକ ପରେ ଗଣମାଧ୍ୟମକୁ ଶାହା କହିଥିଲେ, ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ସୁପ୍ରିମକୋର୍ଟ ରାୟ ନ ଆସିବା ଯାଏ କେହି ଉକ୍ତ ବିବାଦୀୟ ଅଞ୍ଚଳକୁ ନେଇ ନିଜ ପକ୍ଷରୁ କୌଣସି ଦାବି କରିବେ ନାହିଁ। ଆଲୋଚନା ଜରିଆରେ ଏହାର ସମାଧାନ କରାଯିବ। ଦୁଇ ରାଜ୍ୟର ୩ ଜଣ ଲେଖାଏ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଇତିମଧ୍ୟରେ ମହାରାଷ୍ଟ୍ରର ଏକୀକରଣ ସମିତି ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦୁଇ ରାଜ୍ୟର ଭାଜପା ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ମଧ୍ୟ ଯଥାସାଧ୍ୟ ଉଦ୍ୟମ କରିଛି

୨୦୦୪ରୁ ସୁପ୍ରିମକୋର୍ଟରେ ବେଲାଗାଭି ବିବାଦ ବିଚାରାଧୀନ ଥିବାବେଳେ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ଗତ ନଭେମ୍ବର ୩୦ରେ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ରାଜ୍ୟର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ଥମିବାର ନଁା ନେଉନାହିଁ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମତରେ ତାଙ୍କ ରାଜ୍ୟର ଗୋଟିଏ ହେଲେ ଗଁା କର୍ନାଟକକୁ ଯିବ ନାହିଁ। ଏହାର ଜବାବରେ କର୍ନାଟକ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ମହାରାଷ୍ଟ୍ରର ସବୁ ଦଳ ସୀମା ବିବାଦକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହି ଦୀର୍ଘ ଆଇନଗତ ଲଢ଼େଇରେ ମହାରାଷ୍ଟ୍ର କେବେହେଲେ ସଫଳ ହେବ ନାହିଁ। ଡିସେମ୍ବର ୧ରେ କର୍ନାଟକ ରକ୍ଷଣ ବେଦିକା(କନ୍ନଡ ଜାତୀୟତାବାଦୀ ସଙ୍ଗଠନ)ର ସଦସ୍ୟମାନେ ମହାରାଷ୍ଟ୍ରରୁ ବେଲାଗାଭିକୁ ଯାଉଥିବା ବସ୍‌ ଯାତ୍ରୀମାନଙ୍କୁ ଟେକାମାଡ଼ କରିଥିଲେ। ସେମାନେ ୬ ତାରିଖରେ ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ପ୍ରସ୍ତାବିତ ଗସ୍ତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଦୁଇ ମନ୍ତ୍ରୀ ଗସ୍ତ ବାତିଲ କରିଦେଇଥିଲେ। ଏହାର ପ୍ରତିବାଦରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ କର୍ନାଟକ ରାଜ୍ୟ ପରିବହନ ନିଗମର ବସ୍‌ଗୁଡ଼ିକୁ ପୁଣେରେ ଆକ୍ରମଣ କରିଥିଲେ। ଇତିମଧ୍ୟରେ ମହାରାଷ୍ଟ୍ର ସରକାର କର୍ନାଟକକୁ ବସ୍‌ ଚଳାଚଳ ବନ୍ଦ କରିଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନେତୃତ୍ୱାଧୀନ ଧର୍ମନିରପେକ୍ଷ ଜନତା ଦଳ (ଜେଡିୟୁ) ମଧ୍ୟ ବେଲାଗାଭି ଉପରେ ମହାରାଷ୍ଟ୍ରର ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

ଉଦ୍ଧବ ଗୋଷ୍ଠୀ ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ୍‌ କହିଛନ୍ତି, ମହାରାଷ୍ଟ୍ରରେ ଏବେ ଭୀରୁ ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧାବସାନ ପାଇଁ ମଧ୍ୟସ୍ଥତା କରିପାରୁଛନ୍ତି। କିନ୍ତୁ ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦର ସମାଧାନ ଲାଗି ତାଙ୍କ ପାଖରେ ସମୟ ନାହିଁ। ଏହା ଜଣେ ଭଲ ରାଜନେତାଙ୍କ ଲକ୍ଷଣ ନୁହେଁ ବୋଲି ଶିବସେନା ମୁଖପତ୍ର ‘ସାମ୍‌ନା’ ସମ୍ପାଦକୀୟରେ ସଞ୍ଜୟ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri