Posted inଫୁରସତ

ମସ୍ତିଷ୍କ କାର୍ଯ୍ୟଧାରାରେ ବାଧକ ଆଲଜିମର୍ସ

ଆଲଜିମର୍ସ ଏକ ସ୍ନାୟୁଗତ ରୋଗ। ଏଥିଯୋଗୁ ମସ୍ତିଷ୍କର କୋଷ (ସେଲ୍‌) ପ୍ରଭାବିତ ହୋଇଥାଏ, ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏପରି ରୋଗର କାରଣ ବିଷୟରେ ଅବଗତ ହେବା ନିହାତି ଦରକାର। ୧୯୯୪ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୧କୁ ‘ବିଶ୍ୱ ଆଲଜିମର୍ସ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତବର୍ଷ ଏହି ଅବସରରେ ମିଳିତ ଜାତିସଂଘ ପକ୍ଷରୁ ଘୋଷିତ ସ୍ଲୋଗାନ୍‌ଟି ହେଲା-”ଡିମେନ୍‌ସିଆକୁ ଜାଣିବା, ଆଲଜିମର୍ସକୁ ବି ଜାଣିବା“(ନୋ ଏବାଉଟ୍‌ ଡିମେନ୍‌ସିଆ, ଅଲ୍‌ସୋ ନୋ ଏବାଉଟ୍‌ ଆଲଜିମର୍ସ)। ଲୋକଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ପ୍ରକୃତପକ୍ଷେ ଆଲଜିମସର୍ର୍ ଏକ ବୟସଜନିତ ରୋଗ। ବୟସ ବଢ଼ିବା ସହ ମଣିଷର ଶାରୀରିକ, ମାନସିକ ଓ ବ୍ୟବହାର କ୍ଷେତ୍ରରେ ଏହି ରୋଗ ପରିବର୍ତ୍ତନ ଆଣିଥାଏ। ଏହା ରୋଗୀର ଶରୀରକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦିଏ। ସେହିପରି ଆମ ମସ୍ତିଷ୍କରେ ଥିବା ସ୍ନାୟୁ କୋଷଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଏ, ଯାହାକୁ ‘ଡିମେନ୍‌ସିଆ’ କୁହନ୍ତି। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଅମ୍ଳଏଡ୍‌, ଏକ ଲିଭର୍‌ ପ୍ରୋଟିନ୍‌, ଯାହା ଆମ ଶରୀରରେ ଆଲ୍‌ଜିମର୍ସ ରୋଗ ସୃଷ୍ଟି କରିଥାଏ। ଅମ୍ଲଏଡ୍‌ର ଅନ୍ୟ ରୂପ ବେଟା-ଅମ୍ଲଏଡ। ଏଗୁଡ଼ିକ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକୁ ଦୁର୍ବଳ କରିବା ସହ ଏହାର କାର୍ଯ୍ୟଧାରାରେ ବାଧା ସୃଷ୍ଟି କରେ ବୋଲି ଅଷ୍ଟ୍ରେଲିଆ କର୍‌ଟିନ୍‌ ୟୁନିଭର୍‌ସିଟି ବିଶେଷଜ୍ଞଙ୍କ ଦ୍ୱାରା ଏକ ଗବେଷଣାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?