Posted inଫୁରସତ

ରାସ୍ତାରେ କ୍ରିକେଟ୍‌ ଖେଳିଲେ ଗୁଗଲ ସିଇଓ

ସମଗ୍ର ବିଶ୍ୱରେ କ୍ରିକେଟ ଖେଳ ଲୋକପ୍ରିୟ। କିନ୍ତୁ ଭାରତରେ ଏହି ଖେଳ ପାଇଁ କ୍ରେଜ ବୋଶୀ। ଦେଶରେ କୌଣସି ବ୍ୟକ୍ତି ନାହାଁନ୍ତି ଯିଏ କି ପିଲାଦିନରେ କ୍ରିକେଟ ଖେଳି ନାହାଁନ୍ତି। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହାର ବଳିଷ୍ଠ ଉଦାହରଣ। ଏତେ ବଡ ବଦବୀରେ ଥାଇ ମଧ୍ୟ କ୍ରିକେଟ ପ୍ରତି ତାଙ୍କର ପ୍ରେମ ଆଜି ବି ଜୀବନ୍ତ ରହିଛି। ସେ କ୍ରିକେଟ ପ୍ରତି ନିଜର ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଅନ୍ୟ କ୍ରିକେଟ ପ୍ରଶଂସକଙ୍କ ପରି ବିଶ୍ୱର ଏକ ଅଗ୍ରଣୀ ଆଇଟି କମ୍ପାନୀର ସିଇଓ ଥିବା ପିଚାଇ କ୍ରିକେଟ ଖେଳିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ନିକଟରେ ସେ ରାସ୍ତାରେ କ୍ରିକେଟ ଖେଳିଥିଲେ। ସେ ଏହାର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଶେୟାର କରିଛନ୍ତି। ଗୁଗୁଲ ମୁଖ୍ୟାଳୟରେ ପିଚାଇ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ କହିଛନ୍ତି, ମୁଁ ସବୁବେଳେ କ୍ରିକେଟ ଖେଳିବାର ସୁଯୋଗକୁ ଭଲପାଏ। କ୍ରିକେଟ ଖେଳିବା ପାଇଁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରିଥିବାରୁ ପ୍ରଶଂସକମାନେ ପିଚାଇଙ୍କୁ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ପିଚାଇ ମାଡ୍ରାସ (ଏବେ ଚେନ୍ନାଇ)ରେ ଜନ୍ମଗ୍ରହଣ କରିଥିଲେ। ଆମେରିକା ଯିବା ପୂର୍ବରୁ ସେ ଆଇଆଇଟି ଖରାଗପୁରରୁ ବି-ଟେକ୍‌ ଡିଗ୍ରୀ କରିଥିଲେ। ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ମାଟେରିଆଲ୍‌ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ହାର୍ଟଟନ ସ୍କୁଲରୁ ଏମବିଏ କରିଥିଲେ। ସେ ୨୦୦୪ ରେ ଗୁଗୁଲରେ ନିଯୁକ୍ତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri