Posted inଜାତୀୟ

ଆଇସିୟୁରେ ଭର୍ତ୍ତି ହୋଇଥିବା ମହିଳା ରୋଗୀଙ୍କୁ ବଳାତ୍କାର କଲେ ନର୍ସ, ପ୍ରତିବାଦ କରିବାରୁ…

ଅଲୱର,୨୮।୨: ରାଜସ୍ଥାନର ଅଲୱାରର ଶିବାଜୀ ପାର୍କ ଥାନା ଅଞ୍ଚଳରେ ଥିବା ହରିଶ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ୨୪ ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର କରି ଜଣେ ପୁରୁଷ ନର୍ସଙ୍କ ଗିରଫ ହୋଇଛନ୍ତି।

ପୋଲିସର ସୂଚନାନୁସାରେ, ପୀଡିତା ଅଭିଯୋଗ କରିଛନ୍ତି ଯେ, ସୋମବାର ରାତି ପ୍ରାୟ ୩.୩୦ ସମୟରେ ନର୍ସ ଜଣଙ୍କ ଆଇସିୟୁକୁ ଆସି ତାଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିଥିଲେ। ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ସେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇ ତାଙ୍କୁ ବଳାତ୍କାର କରିଥିଲେ। ଅଭିଯୁକ୍ତ ନର୍ସ ଚିରାଗ ଯାଦବ ତିଜରା ପୋଲିସ ଷ୍ଟେଶନ ଅଞ୍ଚଳର ଧାକି ବନ୍ଧଡା ଗାଁର ବାସିନ୍ଦା। ପୋଲିସ ତାଙ୍କୁ ଅଟକ ରଖିଛି।

ସୋମବାର ଅପରାହ୍ନ ୨ଟା ସମୟରେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଫୁସଫୁସରେ ସଂକ୍ରମଣ ଅଛି। ଏହି କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଥିଲେ। ପୀଡିତା ମହିଳା ଅଭିଯୋଗ କରିଛନ୍ତି ଯେ, ସେ ରାତିରେ ଶୋଇଥିଲେ। ସେହି ସମୟରେ ଅଭିଯୁକ୍ତ ତାଙ୍କୁ ନିର୍ଯାତନା ଦେଇଥିଲେ। ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ତାଙ୍କୁ ଏକ ନିଶା ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ସେ ତାଙ୍କୁ ବଳାତ୍କାର କରିଥିଲେ। ପୀଡିତା ଜଣକ ଡାକ୍ତରଖାନା କର୍ମଚାରୀ ଏବଂ ମ୍ୟାନେଜମେଣ୍ଟ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri