ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ବନଖଣ୍ଡର ୬୬ଟି ଗ୍ରାମରେ ଘୋଡ଼ା ନାଚ ମାଧ୍ୟମରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ହାତୀ ସୁରକ୍ଷା ନେଇ ସଚେତନତା କରାଯାଇଥିଲା । ଏହାଦ୍ବାରା ଲୋକେ ସଚେତନ ହେବାସହ ତାହାର ସୁଫଳ ମିଳିଥିବା ଅନୁମାନ କରାଯାଉଛି।
ଉଦଯାପନୀ ଉତ୍ସବରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହିଭଳି ସଚେତନତା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିସହ ହାତୀ ଏବଂ ମଣିଷ ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେନେଇ କହିଥିଲେ। ଓଡ଼ିଶା ରାଜ୍ୟ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ -୧୯୭୪ ଅନୁଯାୟୀ, ନିର୍ଦ୍ଦିଷ୍ଟ ବନ୍ୟଜନ୍ତୁଙ୍କ ଦ୍ୱାରା କୌଣସି ଲୋକ ମୃତ୍ୟୁବରଣ କଲେ ସରକାରଙ୍କ ପକ୍ଷରୁ ଅନୁକମ୍ପା ସହାୟତା ରାଶି ୬ ଲକ୍ଷ ଟଙ୍କା ତାଙ୍କର ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯାଉଛି । ମଣିଷ ଆଘାତ (ସ୍ଥାୟୀ) କିମ୍ବା ୬୦ ପ୍ରତିଶତରୁ କମ ଅକ୍ଷମତା କ୍ଷେତ୍ରରେ ୧.୫ ଲକ୍ଷ ଟଙ୍କା ଦିଆଯାଉଛି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ୨.୫ ଲକ୍ଷ ମିଳେ। ସରକାରୀ ଡାକ୍ତରଖାନାରେ ଆହତ ହୋଇ ଚିକିତ୍ସିତ ହେଲେ ମାଗଣା ଚିକିତ୍ସା ସହ ଆର୍ଥିକ ସହାୟତା ମଧ୍ୟ ମିଳେ। ଗୃହପାଳିତ ପଶୁ ମୃତ୍ୟୁ (ବଳଦ/ଗାଈ/ମଇଁଷି)- ଗାଈ ଏବଂ ମଇଁଷି ପାଇଁ ୩୭,୫୦୦ଟଙ୍କା ବଳଦ ପାଇଁ ୩୨,୦୦୦ ଟଙ୍କା ସହାୟତା ମିଳେ। ଗୃହପାଳିତ ପଶୁ ମୃତ୍ୟୁ (ବାଛୁରୀ) ପାଇଁ ୫,୦୦୦ ଟଙ୍କା, (ମେଣ୍ଡା/ ଛେଳି) ମୃତ୍ୟୁ ପାଇଁ ୪ ହଜାର ଟଙ୍କା,ଫସଲ କ୍ଷତି (ଧାନ) ଏକର ପିଛା ୨୦ ହଜାର ଟଙ୍କା,
ଅର୍ଥକାରୀ ଫସଲ କ୍ଷତି ପାଇଁ ୨୫ ହଜାର ଟଙ୍କା, ଘରର କ୍ଷତି (ଆଂଶିକ) ୧୦ ହଜାର ଟଙ୍କା, ଘରର କ୍ଷତି (ସମ୍ପୂର୍ଣ୍ଣ) ପାଇଁ ୨୦ ହଜାର ଟଙ୍କା ସହ ସରକାରଙ୍କ ପକ୍ଷରୁ ପକ୍କା ଘର ପ୍ରଦାନ କରାଯାଉଛି । ତେଣୁ ଲୋକେ ସଚେତନ ହୋଇ ବନ୍ୟପ୍ରାଣୀଙ୍କ କୌଣସି କ୍ଷତି ନ କରିବା ପାଇଁ ଅତିଥି ମାନେ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ।

ଏଥିସହ ହାତୀ ନଷ୍ଟ କରୁଥିବା ଫସଲ ଧାନ , କଦଳୀ ଚାଷ ନକରି ବିକଳ୍ପ ଫସଲ ଯଥା ମାଛ, କୁକୁଡ଼ା ଭଳି ଚାଷ କରିବାକୁ ଅତିଥି ମାନେ ଆହ୍ବାନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏ ସି ଏଫ ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ, ବନପାଳ ବବୁଲ ସେଠୀ, ଟାଟା ପାୱାର ଅଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସ୍ନେହା ଅନୁଷ୍ଠାନର କର୍ମଚାରୀ ପ୍ରଶାନ୍ତ ରାଉତ ସଂଯୋଜନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri