ବାଦାମ କ୍ଷୀର ପିଉଥିଲେ…

ସମସ୍ତେ ଜାଣନ୍ତି କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରେଶନ ମିଳିଥାଏ। ସେହିପରି ବାଦାମ ଦ୍ୱାରା ମଧ୍ୟ ମସ୍ତିଷ୍କ ଶକ୍ତ ହେବା ସହିତ ସୁନ୍ଦରତା ବୃଦ୍ଧି ହୋଇଥାଏ। ଯଦି ଏହି କ୍ଷୀର ଏବଂ ବାଦାମରୁ ପ୍ରସ୍ତୁତ ବାଦାମ କ୍ଷୀର ପିଆଯାଏ ତେବେ ଏଥିରୁ ମିଳୁଥିବା ଶକ୍ତି ମଧ୍ୟ ଦ୍ୱିଗୁଣିତ ହୋଇଯାଏ।

ବାଦାମକ୍ଷୀରର ଅନ୍ୟ ଏକ ବିଶେଷ ଗୁଣ ହେଉଛି ଏହାକୁ ଥଣ୍ଡାଦିନରେ ପିଇଲେ, ଏହା ବିଭିନ୍ନ ସଂକ୍ରମଣ ଠାରୁ ଦୂରେଇ ରଖିବା ସହିତ ଥଣ୍ଡା ର୍ି ପାଇଁ ମଧ୍ୟ ଉପକାରୀ ହୋଇଥାଏ।

ପିଲାମାନଙ୍କ ପାଇଁ ମଧ୍ୟ ବାଦାମକ୍ଷୀର ଅଧିକ ଲାଭ ଦାୟକ ହୋଇଥାଏ। ଏଥିରୁ ସେମାନଙ୍କୁ ଶକ୍ତି ମିଳିବା ସହ ଥଣ୍ଡା ମଧ୍ୟ କଟିଥାଏ।

ଜାଣନ୍ତୁ ବାଦାମ କ୍ଷୀରର କେତୋଟି ଉପକାରୀ ଗୁଣ ସମ୍ପର୍କରେ…..

ସୁସ୍ଥ ଜୀବନ ପାଇଁ ସୁସ୍ଥ ହାର୍ଟ ନିହାତି ଆବଶ୍ୟକ। ବାଦାମକ୍ଷୀରରେ କଲେଷ୍ଟ୍ରୋଲ ନ ଥିିବା ସହ ନ୍ୟୁଟ୍ରେଶନ, ପୋଟାସିୟମ ପରିମାଣ ମଧ୍ୟ ଅଧିକଥାଏ। ଯାହା ହାର୍ଟ ପାଇଁ ଅଧିକ ଲାଭ ଦାୟକ ହୋଇଥାଏ।

ତ୍ୱଚାକୁ ସୁନ୍ଦର ଓ ଚିକ୍କଣ ରିଖିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନ ମିନେରାଲ ଜରୁରୀ ହୋଇଥାଏ। ଏବଂ ବାଦାମକ୍ଷୀରରୁ ସେହି ସବୁ ଭିଟାମିନ୍‌ ମିଳେ ଯାହା ତ୍ୱଚା ସୁନ୍ଦରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଏଥିରେ ଥିବା ଭିଟାମିନ୍‌ ମାଂସପେଷୀକୁ ମଜଭୁତ କରିବା ସହ ଦାନ୍ତକୁ ମଧ୍ୟ ଶକ୍ତ କରିଥାଏ।

ବାଦାମକ୍ଷୀରରେ ଭିଟାମିନ-ଏ ର ପରିମାଣ ପ୍ରଚୁର ଥିବାରୁ ଏହାକୁ ପିଇବା ଦ୍ୱାରା ଆଖିଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ମିଳିଥାଏ।

ମେଦବହୁଳତା କମାଇବା ପାଇଁ ମଧ୍ୟ ବାଦମକ୍ଷୀରର ଆବଶ୍ୟକତା ରହିଛି। ବାଦାମକ୍ଷୀରରେ କ୍ୟାଲୋରିର ପରିମାଣ କମ୍‌ଥାଏ। ଏଥିରେ ଚିନି ମିଶାଇ ନ ପିଇଲେ ଓଜନ କମ୍‌ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...

ସ୍ମରଣ ଶକ୍ତିକୁ ଦୃଢ଼ କରେ ମନ ପସନ୍ଦର ସଙ୍ଗୀତ

ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା କେତେକ ଉପକାର ମଧ୍ୟ ମିଳିଥାଏ। ଏହାଦ୍ୱାରା ସ୍ମରଣ ଶକ୍ତି ଆହୁରି ଦୃଢ଼ ହୋଇଥାଏ ବୋଲି ଜଣାପଡିଛି। ଏପରି ବିଷୟବସ୍ତୁ...

ଆର୍ଟିଫିସିଆଲ୍‌ ଜୁଏଲେରୀ କେୟାର୍‌

ବର୍ତ୍ତମାନ ଭଳିକି ଭଳି ଆର୍ଟିଫିସିଆଲ୍‌ ଜୁଏଲେରୀ ଟ୍ରେଣ୍ଡ୍‌ରେ ରହିଛି। କମ୍‌ ଖର୍ଚ୍ଚରେ ଏକାଧିକ ଜୁଏଲେରୀ କିଣି ହେଉଥିବାରୁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ହେଲେ ସାମାନ୍ୟ...

ଓଟ୍‌ସ ଲଡୁ

ଆବଶ୍ୟକ ସାମଗ୍ରୀ-ବାଦାମ- ଅଧା କପ୍‌, ଓଟ୍‌ସ- ୧ କପ୍‌, ଗୁଡ଼- ଅଧାକପ୍‌, ରାଶି- ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଡ଼ାଇ ଗରମ କରି ସେଥିରେ...

ଆଲର୍ଜି ଆଶଙ୍କା କମାଏ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ରେ ଅନେକ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ତେଣୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।...

ବିବାହ କରିବାକୁ ଚିନ୍ତା କରୁଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..

ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଅଛି ପ୍ରେମ ବିବାହ : କୌଣସି ପରିସ୍ଥିତିରେ ଛାଡ଼ନ୍ତି ନାହିଁ ପାର୍ଟନରଙ୍କ ହାତ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

Advertisement
Archives

Model This Week