୧୦୦ କୋଟିରୁ ଅଧିକ ରୋଜଗାର କରିଛି ଏସବୁ ଅଭିନେତାଙ୍କ ଫିଲ୍ମ : ଆଜି ପର୍ଯ୍ୟନ୍ତ ମିଳିନି ଶ୍ରେଷ୍ଠ ଅଭିନେତା ପୁରସ୍କାର

ବଲିଉଡ ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିବା ଅନେକ ଅଭିନେତା ଅଛନ୍ତି, ଯାହାଙ୍କୁ ଦର୍ଶକ ହୃଦୟରୁ ଭଲପାନ୍ତି। ଏହା ସହ ତାଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଅନେକ ପ୍ରକାରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବଲିଉଡ ପୁରସ୍କାର ବିଷୟରେ କହିବାକୁ ଗଲେ ଫିଲ୍ମ ଫେୟାର ପୁରସ୍କାର ସବୁଠୁ ବଡ଼ ବୋଲି ବିବେଚନା କରାଯାଏ। ରାଜ କପୁର, ଦିଲୀପ କୁମାର, ଅମିତାଭ ବଚ୍ଚନଙ୍କ ପରି ବଲିଉଡର ଅନେକ ବଡ ତାରକା ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଯଦିଓ ଅନେକ ବଲିଉଡ ଅଭିନେତାଙ୍କ ଫିଲ୍ମ ୧୦୦ କୋଟିରୁ ଅଧିକ ରୋଜଗାର କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳି ନାହିଁ।

ଅକ୍ଷୟ କୁମାର
ଖିଲାଡି କୁମାର ଇଣ୍ଡଷ୍ଟ୍ରିର ଏପରି ଅଭିନେତା, ଯିଏ ଆକ୍ସନ, କମେଡି, ରୋମାଣ୍ଟିକ ସମସ୍ତ ପ୍ରକାର ଫିଲ୍ମରେ ଅଭିନୟ କରିଛନ୍ତି। ହିରୋ ସହ ଅକ୍ଷୟ ଭିଲେନ ଭୂମିକାରେ ଫିଲ୍ମ କରି ଚର୍ଚ୍ଚାରେ ରହିଛନ୍ତି। ତେବେ ସେ ଅକ୍ଷୟ ଆଜି ପର୍ଯ୍ୟନ୍ତ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇନାହାନ୍ତି। ତେବେ ଏଥିପାଇଁ ତାଙ୍କୁ ଅନେକ ଥର ମନୋନୀତ କରାଯାଇଛି।

ଅଜୟ ଦେବଗନ

ଅଜୟ ବଲିଉଡର ସୁପରହିଟ ହିରୋମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ ଅଭିନୟ ଯାଦୁରେ ଦର୍ଶକ ପାଗଳ ହୋଇଯାନ୍ତି। ଅଜୟ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଦେଖାନ୍ତି। ଗୋଟିଏ ପଟେ ସେ ଆକ୍ସନ ଫିଲ୍ମ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଅନ୍ୟ ପଟେ ‘ଗୋଲମାଲ’ କମେଡି ଫିଲି୍ମରେ ଲେକଙ୍କୁ ହସାନ୍ତି। ତାଙ୍କ ଫିଲ୍ମ ବହୁତ ହିଟ, କିନ୍ତୁ ସେ ମଧ୍ୟ ଆଜି ପର୍ଯ୍ୟନ୍ତ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ନାହନ୍ତି। ଯଦିଓ ଅଜୟ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ।

ସଲମାନ ଖାଁ
ଲୋକଙ୍କ ହୃଦୟ ଉପରେ ରାଜ କରୁଥିବା ଦବଙ୍ଗ ହିରୋ କିମ୍ବା ସଲମାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ସଲମାନଙ୍କ ଫିଲ୍ମ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇନାହାନ୍ତି। ୧୯୮୯ ରେ, ସେ ‘ମୈନେ ପ୍ୟାର୍‌ କିୟା’ ପାଇଁ ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ପାଇଥିଲେ। ଏଥି ସହିତ ସେ ‘କୁଛ କୁଛ ହୋତା ହୈ ’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପାଇଛନ୍ତି।

ସୁନୀଲ ଶେଟ୍ଟୀ

ବଲିଉଡର ଆନ୍ନା ସୁନୀଲ ଶେଟ୍ଟୀ ତାଙ୍କ ଅଭିନୟ ଦ୍ୱାରା ଲୋକଙ୍କୁ ପାଗଳ କରିଦେଇଥିଲେ। କେବଳ ଆକ୍ସନ ନୁହେଁ ଭିଲେନ ଏବଂ କମେଡି ଫିଲ୍ମରେ ଅଭିନୟ କରି ସୁନୀଲ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଶ୍ରେଷ୍ଠ ଭିଲେନ ପାଇଁ ସୁନୀଲ ନିଶ୍ଚିତ ଭାବରେ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ପ୍ରହସନ ପାଲଟିଲାଣି ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଲୋକେ ଅସନ୍ତୋଷ

କେସିଙ୍ଗା,୨୦।୭:(ତୁମେଶ୍ୱର ସାହୁ): ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଲୋକଙ୍କ ପାଖରେ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିଛନ୍ତି। ତେବେ ପ୍ରଶାସନିକସ୍ତରରେ ସ୍ଥାଣୁତା ଓ…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

ଦୁଇ IAS ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୦।୭: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର। IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା…

ସୋନମ ୱାଙ୍ଗଚୁକଙ୍କ ସ୍ତ୍ରୀଙ୍କ ବଡ଼ ଘୋଷଣା: ଆଗକୁ ସାରା ଦେଶରେ ଭୟଙ୍କର ହେବ…

ନୂଆଦିଲ୍ଲୀ,୨୦।୭: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ଆଜିର ପ୍ରଦର୍ଶନ ଉପରେ କହିଛନ୍ତି ଯେ, କୌଣସି ସଂଘର୍ଷ ସହଜ ହୋଇନଥାଏ। ଏହା ପିଲାମାନଙ୍କର ସାହସ ବଢ଼ାଇବ।…

ଖେମୁଣ୍ଡି ଲୋକ ମହୋତ୍ସବ ଉଦ୍‌ଘାଟନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି, ୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ…

‘ମାମ୍‌ ଆପଣଙ୍କର ପିଲା ହୋଇଥିଲେ କ’ଣ…’, ପୋଲିସର ଲାଠିଚାର୍ଜରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ‘କକରୋଚ ଜନତା ପାର୍ଟି’ (CJP) ର କର୍ମକର୍ତ୍ତା ଏବଂ ସମର୍ଥକମାନେ…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri