Posted inଖେଳ

ରେକର୍ଡ ଛକା ସହ ସିରିଜ ଜିତାଇଲେ ଆଲେନ୍‌

ଡୁନେଡିନ୍‌,୧୮ା୧(ପି.ଟି.): ଓପନର ଫିନ୍‌ ଆଲେନ୍‌ ଗୋଟିଏ ଇନିଂସରେ ରେକର୍ଡ ୧୬ ଛକା ମାରିବା ସହ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡକୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଜିତାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଲେନ୍‌ଙ୍କ ୬୨ ବଲ୍‌ ୧୩୭ ରନ୍‌ ବଳରେ ୨୦ ଓଭରରେ ୭ ଉଇକେଟରେ ୨୨୪ ରନ୍‌ କରିଥିଲା। ଜବାବରେ ପାକିସ୍ତାନ ୭ ଉଇକେଟରେ ୧୭୯ ରନ୍‌ କରିଥିଲା।
ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ତେବେ ଫିନ୍‌ ଆଲେନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆଲେନ୍‌ ୬୨ ବଲ୍‌ ଖେଳି ୫ ଚୌକା ଓ ୧୬ ଛକା ମାରିଥିଲେ। ଏହା ସହ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ସେ ଆଫଗାନିସ୍ତାନର ହଜରତଉଲ୍ଲା ଜଜାଇଙ୍କ ସମକକ୍ଷ ହୋଇଥିଲେ। ସେହିପରି ଟି୨୦ରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମଧ୍ୟ ରେକର୍ଡ କରିଥିଲେ। ଆଲେନ୍‌ଙ୍କ ବ୍ୟତୀତ ଟିମ୍‌ ଶେଫର୍ଟ ୩୧ ଓ ଗ୍ଲେନ୍‌ ଫିଲିପ୍ସ ୧୯ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ହରିସ୍‌ ରୌଫ୍‌ ୨ ଉଇକେଟ ନେଇଥିବା ବେଳେ ଶାହିନ୍‌ ଆଫ୍ରିଦି, ଜମାନ୍‌ ଖାନ୍‌, ମହମ୍ମଦ ନଓ୍ବାଜ ଓ ମହମ୍ମଦ ଓ୍ବାସିମ ଜୁନିୟର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୫ ରନ୍‌ ଜବାବରେ ପାକିସ୍ତାନ ବାବର ଆଜମଙ୍କ ୫୮ ରନ୍‌ ବଳରେ ୧୭୯ ରନ୍‌ରେ ସୀମିତ ରହିଥିଲା। ବାବର ୩୭ ବଲ୍‌ ଖେଳି ୮ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ନଓ୍ବାଜ ୨୮ ଓ ମହମ୍ମଦ ରିଜଓ୍ବାନ ୨୪ ରନ୍‌ କରିଥିଲେ। ଟିମ୍‌ ସାଉଦି ୨ ଉଇକେଟ ନେଇଥିବା ବେଳେ ମ୍ୟାଟ ହେନରୀ, ଲୋକି ଫର୍ଗୁସନ, ମିଚେଲ୍‌ ସାଣ୍ଟନର ଓ ଇଶ ସୋଧୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୨୪/୭(ଫିନ୍‌ ଆଲେନ୍‌-୧୩୭, ଟିମ୍‌ ଶେଫର୍ଟ-୩୧, ଗ୍ଲେନ୍‌ ଫିଲିପ୍ସ-୧୯, ହରିସ୍‌ ରୌଫ୍‌-୨/୬୦, ମହମ୍ମଦ ଓ୍ବାସିମ୍‌ ଜୁନିୟର-୧/୩୫, ଜମାନ ଖାନ୍‌-୧/୩୭)। ପାକିସ୍ତାନ ୨୦ ଓଭରରେ ୧୭୯/୭(ବାବର ଆଜମ-୫୮, ମହମ୍ମଦ ନଓ୍ବାଜ-୨୮, ମହମ୍ମଦ ରିଜଓ୍ବାନ-୨୪, ଟିମ୍‌ ସାଉଦି-୨/୨୯, ମିଚେଲ ସାଣ୍ଟନର-୧/୨୬, ଲୋକି ଫର୍ଗୁସନ୍‌-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?