Posted inଜାତୀୟ

ବଜରଙ୍ଗ ଦଳ ଶିବିରରେ ଅସ୍ତ୍ରଶସ୍ତ୍ର ତାଲିମ ଅଭିଯୋଗ, ଭିଡ଼ିଓ ଭାଇରାଲ, ପୋଲିସ ପକ୍ଷରୁ ମାମଲା ରୁଜୁ…

ଗୁଆହାଟୀ,୧।୮ : ଆସାମର ଦରାଙ୍ଗ ଜିଲାର ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା ପାଇଁ ଆସାମ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ଦାଏର କରିଛି। ମଙ୍ଗଲଦାଇ ପୋଲିସ ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରିଛି। ମହାରାଣୀ ବିଦ୍ୟା ମନ୍ଦିର, ମଙ୍ଗଲଦାଇ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ଏକ ଶିବିର ସମୟରେ ଅସ୍ତ୍ରଶସ୍ତ୍ର ପରିଚାଳନା ଉପରେ ତାଲିମ ମଧ୍ୟ ଦେଇଥିଲେ। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବୋଲି ଦରାଙ୍ଗ ପୋଲିସ ଟୁଇଟ କରିଛି। ଭିଡିଓ ଦେଖିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି।

ଭାଇରାଲ ଭିଡିଓ ଦେଖିବା ପରେ ପୋଲିସ ମହାନିର୍ଦ୍ଦେଶକ ଜିପି ସିଂ ଏକ ମାମଲା ପଞ୍ଜିକରଣ କରିବାକୁ ଦରାଙ୍ଗ ଜିଲାର ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ଆୟୋଜନ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ବଜରଙ୍ଗ ଦଳ ସଦସ୍ୟଙ୍କୁ ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା।

ବଜରଙ୍ଗ ଦଳ କହିଛି ଜିଲାର ମୋରନେଇ ଗ୍ରାମରେ ଆୟୋଜିତ ଏକ ଶିବିରରେ ୩୫୦ ଯୁବକଙ୍କୁ ବନ୍ଧୁକ ପରିଚାଳନା, ମାର୍ଶଲ ଆର୍ଟ, କଳା, ରାଜନୀତି ଏବଂ ଆଧ୍ୟାତ୍ମିକତା ଉପରେ ତାଲିମ ଦିଆଯାଇଥିଲା। ପଡୋଶୀ ଦେଶରୁ ଆସିଥିବା ବେଆଇନ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ବିପଦକୁ ପ୍ରତିହତ କରିବା ପାଇଁ ଏଭଳି ଶିବିର ନିୟମିତ ବ୍ୟବଧାନରେ ଆୟୋଜିତ ହେଉଛି ବୋଲି ବଜରଙ୍ଗ ଦଳର ମୁଖପାତ୍ର କହିଛନ୍ତି।

କଂଗ୍ରେସ ବିଧାନସଭା ପାର୍ଟି ନେତା ଦେବବ୍ରତ ସାଇକିଆ ସୋମବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଲେଖିଥିବା ଚିଠିରେ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

କେନ୍ଦ୍ର କ୍ୟାବିନେଟ ଅଦଳବଦଳ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଆସିବ ମନ୍ତ୍ରୀମଣ୍ଡଳ ଲିଷ୍ଟ!

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପିଏମ ମୋଦୀଙ୍କ…

୩ ଓଡ଼ିଆଙ୍କୁ ପଦ୍ମଶ୍ରୀ: ସାହିତ୍ୟ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

Padma Awards: ଶିବୁ ସୋରେନ, ଆର୍. ମାଧବନ ଓ ରୋହିତ ଶର୍ମାଙ୍କ ସମେତ ଦେଶର ୬୫ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ମାନିତ

ନୂଆଦିଲ୍ଲୀ,୨୩।୬: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ‘ସିଭିଲ ଇନଭେଷ୍ଟିଚର ସେରେମୋନି-୨’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri