Posted inଜାତୀୟ

ବଜରଙ୍ଗ ଦଳ ଶିବିରରେ ଅସ୍ତ୍ରଶସ୍ତ୍ର ତାଲିମ ଅଭିଯୋଗ, ଭିଡ଼ିଓ ଭାଇରାଲ, ପୋଲିସ ପକ୍ଷରୁ ମାମଲା ରୁଜୁ…

ଗୁଆହାଟୀ,୧।୮ : ଆସାମର ଦରାଙ୍ଗ ଜିଲାର ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା ପାଇଁ ଆସାମ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ଦାଏର କରିଛି। ମଙ୍ଗଲଦାଇ ପୋଲିସ ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରିଛି। ମହାରାଣୀ ବିଦ୍ୟା ମନ୍ଦିର, ମଙ୍ଗଲଦାଇ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ଏକ ଶିବିର ସମୟରେ ଅସ୍ତ୍ରଶସ୍ତ୍ର ପରିଚାଳନା ଉପରେ ତାଲିମ ମଧ୍ୟ ଦେଇଥିଲେ। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବୋଲି ଦରାଙ୍ଗ ପୋଲିସ ଟୁଇଟ କରିଛି। ଭିଡିଓ ଦେଖିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି।

ଭାଇରାଲ ଭିଡିଓ ଦେଖିବା ପରେ ପୋଲିସ ମହାନିର୍ଦ୍ଦେଶକ ଜିପି ସିଂ ଏକ ମାମଲା ପଞ୍ଜିକରଣ କରିବାକୁ ଦରାଙ୍ଗ ଜିଲାର ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ଆୟୋଜନ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ବଜରଙ୍ଗ ଦଳ ସଦସ୍ୟଙ୍କୁ ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା।

ବଜରଙ୍ଗ ଦଳ କହିଛି ଜିଲାର ମୋରନେଇ ଗ୍ରାମରେ ଆୟୋଜିତ ଏକ ଶିବିରରେ ୩୫୦ ଯୁବକଙ୍କୁ ବନ୍ଧୁକ ପରିଚାଳନା, ମାର୍ଶଲ ଆର୍ଟ, କଳା, ରାଜନୀତି ଏବଂ ଆଧ୍ୟାତ୍ମିକତା ଉପରେ ତାଲିମ ଦିଆଯାଇଥିଲା। ପଡୋଶୀ ଦେଶରୁ ଆସିଥିବା ବେଆଇନ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ବିପଦକୁ ପ୍ରତିହତ କରିବା ପାଇଁ ଏଭଳି ଶିବିର ନିୟମିତ ବ୍ୟବଧାନରେ ଆୟୋଜିତ ହେଉଛି ବୋଲି ବଜରଙ୍ଗ ଦଳର ମୁଖପାତ୍ର କହିଛନ୍ତି।

କଂଗ୍ରେସ ବିଧାନସଭା ପାର୍ଟି ନେତା ଦେବବ୍ରତ ସାଇକିଆ ସୋମବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଲେଖିଥିବା ଚିଠିରେ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC

ନୂଆଦିଲ୍ଲୀ,୧୫।୫: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲୋକ ସଭା ନିର୍ବାଚନ ଲଢ଼ିବେ। ତାଙ୍କର ନାମାଙ୍କନକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ଏବେ ସେ ଜେଲ୍‌ରେ ଥିବା...

କେଜ୍‌ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ…

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ମୋଦି ୨୦୨୯ ଯାଏ ପଦରେ ରହିବେ, ୨୦୨୯ ପରେ ମଧ୍ୟ ଭାଜପାର ନେତୃତ୍ୱ ନେବେ। କିଛି ଏଭଳି କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ସୁପ୍ରିମକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ରୁଟିନ୍‌ ଜଜ୍‌ମେଣ୍ଟ ନୁହେଁ, ସ୍ପେଶାଲ ଟ୍ରିଟ୍‌ମେଣ୍ଟ ମିଳିଛି: ଶାହା

ନୂଆଦିଲ୍ଲୀ,୧୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି। ଏଏନ୍‌ଆଇ ସହ ସ୍ବତନ୍ତ୍ର...

‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’

ନୂଆଦିଲ୍ଲୀ,୧୫।୫: ପାକିସ୍ତାନ ବଂଶୋଦ୍ଭବ ପ୍ରସିଦ୍ଧ ଆମେରିକୀୟ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ଶକ୍ତିଶାଳୀ ନେତା। ତାଙ୍କ ନେତୃତ୍ୱରେ ଭାରତ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍‌ ହେବେ ଚିଟ୍‌ଫଣ୍ଡକାରୀ

ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ...

ନବୀନ ବାବୁଙ୍କ ଜିଲାକୁ ଆମେ ୧ ନଂ କରିଦେବୁ: ଶାହା

ସୋରଡ଼ା,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌? ରେସ୍‌ରେ ୩ କ୍ରିକେଟର

ନୂଆଦିଲ୍ଲୀ,୧୫।୫: ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri