ନିମ୍ନମାନର ରାସ୍ତା କାମ ଅଭିଯୋଗ

ଖଡ଼ିଆଳ,୧୦।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ପଞ୍ଚାୟତ କୁଶମାଲ ଗ୍ରାମ ମାଲିମୁଢ଼ିଆ ପଡାକୁ ହେଉଥିବା ରାସ୍ତା କାର୍ଯ୍ୟ ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ପଡାବାସୀଙ୍କ ଅଭିଯୋଗ ଅନୁଯାୟୀ ଲାଞ୍ଜିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଠାରୁ ମାଲିମୁଢିଆ ପଡାକୁ ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସରକାରୀ ନିୟମ ଅନୁଯାୟୀ ହେଉ ନ ଥିବା ବେଳେ ନିମ୍ନମାନର ଧଳା ମେଟାଲ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଛି। ଅନେକ ସ୍ଥାନରେ କମ ପରିମାଣର ଧଳା ମେଟାଲ ବିଛା ଯାଇଛି। ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ରାସ୍ତା ୫୦୦ ମିଟର ପର୍ଯ୍ୟନ୍ତ ହେଉଥିବା ବେଳେ ଖଡ଼ିଆଳ ପଞ୍ଚାୟତ ସମିତି ଅଧୀନରେ ହେଉଥିବା ଜଣାପଡ଼ିଛି। ଏହି ରାସ୍ତାର ଅଟକଳ ପରିମାଣ ଜଣା ପଡି ନ ଥିବା ବେଳେ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଠିକାଦାରମାନେ କାର୍ଯ୍ୟ କରୁଛନ୍ତି, ସେମାନେ ନିଜ ଇଛାରେ କାର୍ଯ୍ୟ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ପଞ୍ଚାୟତସ୍ତରୀୟ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକରେ ରାସ୍ତାର କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା କଥା। ହେଲେ ଏଠାରେ ତାର ବ୍ୟତିକ୍ରମ ଦେଖା ଦେଇଛି। ଏ ନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ସିଂଙ୍କୁ ଯୋଗାଯୋଗ କରିବାରୁ ଇଷ୍ଟିମେଟରେ ଯାହା ଅଛି ସେହିପରି ହେବ, କ୍ରଶର ମେଟାଲରେ କାମ ହେବ, ସୂଚନା ଫଳକ ତୁରନ୍ତ ତିଆରି କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

କାହିଁକି ଭାଜପା ଛାଡିଲେ ଆନ୍ନାମଲାଇ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ କେ. ଆନ୍ନାମଲାଇ ଏବଂ ଭାଜପା ଅଲଗା ହୋଇଯାଇଛନ୍ତି; ଭାଜପା ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛି। ଭାଜପାରୁ ଅଲଗା ହେବା ପରେ ତୁରନ୍ତ ଆନ୍ନାମଲାଇ ଘୋଷଣା…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ଆନ୍ନାମଲାଇ ଦଳ ଛାଡିବା ପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା, କହିଲା ସେ ଦଳ ଛାଡିଲେ କିଛି…

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ଅନ୍ୟତମ ପ୍ରମୁଖ ନେତା କେ. ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦିନକର କଳ୍ପନାଜଳ୍ପନା ପରେ, ଭାଜପା ଶୁକ୍ରବାର ତାଙ୍କ ଇସ୍ତଫା…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ମାତ୍ର ୧୫ ବର୍ଷ ବୟସରେ ଏତିକି କୋଟି ଟଙ୍କାର ମାଲିକ ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୫।୬:ନିକଟରେ ଶେଷ ହୋଇଥିବା IPLରେ ଚମତ୍କାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଥମୁନି ଚର୍ଚ୍ଚା। କେବଳ ଲୋକପ୍ରିୟତା ନୁହେଁ ବରଂ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ…

ସତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri