ଓଟିଭି ନାଁରେ ଜମି ହଡ଼ପ ଅଭିଯୋଗ

ଖୋର୍ଦ୍ଧା ଅଫିସ,୨୭।୯: ଓଡ଼ିଶା ଟେଲିଭିଜନ (ଓଟିଭି) କର୍ତ୍ତୃପକ୍ଷଙ୍କ ବିରୋଧରେ ଚାଷଜମି ହଡ଼ପ କେଳେଙ୍କାରୀ ଅଭିଯୋଗ ଆସିଛି। ଶନିବାର ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ, ଜୟମଙ୍ଗଳ ଓ ଗଉଡ଼ପୁଟ ଗ୍ରାମର ଶତାଧିକ ଚାଷୀ ସମ୍ପୃକ୍ତ ଚ୍ୟାନେଲ କତ୍ତୃର୍ର୍ପକ୍ଷଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।


ଅଭିଯୋଗରେ ଦର୍ଶାଯାଇଛି ଯେ, ପ୍ରାୟ ୧୦ବଷର୍ର୍ ତଳେ ସାରୁଅ ଗ୍ରାମର କେତେଜଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ମୂଲ୍ୟବାନ ଚାଷ ଜମିକୁ ଶାଗମାଛ ଦରରେ ଓଟିଭି କର୍ତ୍ତୃପକ୍ଷ ହଡ଼ପ କରିନେଇଥିଲେ। ସେହି ଜମିରେ ବଡ଼ କୋଠା, ପାଚେରି ନିର୍ମାଣ କରାଯାଇଛି। ଏପରି କି ଚାଷ ଜମିରେ ରାସ୍ତା ନିର୍ମାଣ ମଧ୍ୟ ହୋଇଛି। ଫଳରେ ଚାଷୀମାନେ ସେମାନଙ୍କ ଜମିକୁ ଯିବାଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କଲେ ଓଟିଭି କର୍ତ୍ତୃପକ୍ଷଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଏ ଅଞ୍ଚଳରେ ଥିବା ସମସ୍ତ ଜମିକୁ ଆମେ ଏପରି ହଡ଼ପ କରିନେବୁ, ଯାହାକୁ ଗୁହାରି କରିବାର ଅଛି କର, ଆମ୍ଭର କେହି କିଛି କରିପାରିବେ ନାହିଁ ବୋଲି କହୁଛନ୍ତି। ଫଳରେ ଚାଷୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜମିକୁ ଯିବା ଲାଗି ରାସ୍ତାର ବ୍ୟବସ୍ଥା, ଚାଷଜମିର ସୁରକ୍ଷା ଲାଗି ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଚାଷୀମାନେ ସାମୂହିକ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀଙ୍କୁ ପଚାରିବାରେ ସେ କହିଛନ୍ତି, ଓଟିଭି ବିରୋଧରେ ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଚାଷ ଜମି ଉପରେ ବେଆଇନ କୋଠା, ପାଚେରି ନିର୍ମାଣ ଏବଂ ଜମିକୁ ଯିବା ଲାଗି ରାସ୍ତା ଅବରୋଧ ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗ ସଂକ୍ରାନ୍ତରେ ଓଟିଭିର ସାଇଟ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କ ମୋବାଇଲ ନଂ. ୯୭୭୭୫୮୮୭୭୮ରେ ଯୋଗାଯୋଗ କରାଯାଇଥିଲା। ହେଲେ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ରକାଶ ଯେ, ଓଟିଭି କର୍ତ୍ତୃପକ୍ଷ କୃଷି ଏବଂ ଫାର୍ମ ହାଉସ କରିବାକୁ ପ୍ରତିଶ୍ରୁତି ଦେଇ ଜମି କିଣିଥିଲେ। ୨୦୧୬ ନଭେମ୍ବରରେ ଉକ୍ତ ଚାଷ ଜମିରେ ବେଆଇନ ଭାବେ କୋଠା ଓ ରାସ୍ତା ନିର୍ମାଣ କରାଯିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ସେତେବେଳେ ଉକ୍ତ ଘଟଣାର ତଦନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ବୋଲି ଅଭିଯୋଗକାରୀ ଚାଷୀ ଜଳଧର ମହାଭୋଇ, ସୁଦର୍ଶନ ସାହୁ, ଜଗନ୍ନାଥ ମହାଭୋଇ, ବୁଲୁ ବେହେରା, ସୁବନ ଗିରି ପ୍ରମୁଖ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri