Posted inଭଦ୍ରକ

ଭୋଟର ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ, ୨୯।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନାଆଁମୀ ଓ ନଗୁଆଁ ସମବାୟ ସମିତିରେ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ନିଜକୁ ସୁହାଉଥିବା ଭୋଟରମାନଙ୍କୁ ଏକାଧିକ ଥର ବିଭିନ୍ନ ଜୋନ୍‌ରେ ଭୋଟର କରାଯାଇଥିବା ବେଳେ ଯୋଗ୍ୟମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ଏହାର ପ୍ରତିବାଦରେ ଅସନ୍ତୁଷ୍ଟ ଭୋଟରମାନେ ଉଚ୍ଚ ନ୍ୟାୟଳୟ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ମାଳଦା ପଞ୍ଚାୟତରେ ଭାଜପା ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଦଳୀୟ ନେତା ବଦ୍ରି ନାରାୟଣ ଧଳ ଶାସକ ଦଳକୁ ସୁହାଇଲା ଭଳି ଭୋଟର ତାଲିକା ପ୍ରକାଶ ପାଇଛି ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି କଂଗ୍ରେସ ଜିଲା ସଭାପତି ତଥା ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ କହିଛନ୍ତି, ଭୋଟର ତାଲିକାରେ ସମ୍ପୂର୍ଣ୍ଣ ତ୍ରୁଟି ରହିଥିବା ବେଳେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ଏପରିକି ବହୁ ସଭ୍ୟ ତାଙ୍କ ସଭ୍ୟ ପଦରୁ ବାଦ୍‌ ପଡ଼ିଛନ୍ତି। ଅନ୍ୟପକ୍ଷେ ଜିଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି ଭୋଟର ତାଲିକାରେ ଶାସକ ଦଳ କାୈଣସି ହସ୍ତକ୍ଷେପ କରିନାହିଁ ଏବଂ ସବୁ ଠିକ୍‌ଠାକ୍‌ ଅଛି ବୋଲି କହିଛନ୍ତି।
ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସମ୍ପାଦକ ସୁରେଶ ଦାସ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କରାଯାଇଛି। ସେ ସଦସ୍ୟ ଥିବା ନାଆଁମୀ ସେବା ସମବାୟ ସମିତିର ଭୋଟର ତାଲିକା ପ୍ରସ୍ତୁତ ବେଳେ ତାଙ୍କ ନାମ ତାଲିକାଭୁକ୍ତ ହେବା ପାଇଁ ନିୟମାନୁସାରେ ଯୋଗ୍ୟ ହୋଇଥିଲେ ମଧ୍ୟ ବାଦ୍‌ ଦିଆଯାଇଛି। ଏନେଇ ସେ ଆପତ୍ତି କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନାହଁି। ସେହିପରି ବର୍ଗ ମନୋନୟନରେ ମଧ୍ୟ ତ୍ରୁଟି ରହିଛି। ବିଭିନ୍ନ ସମିତିରେ ତରବରିଆ ଭାବେ ଏପରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶର ମାତ୍ର ଗୋଟିଏ ଦିନ ପରେ ନାମାଙ୍କନ ଦାଖଲ ଲାଗି ସମୟ ଧାର୍ଯ୍ୟ କରାଯାଇଛି। କେଉଁ କାରଣରୁ ଏଭଳି ତରବରିଆ ଭାବେ କରାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ବିଭାଗୀୟ ନିବନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସମ୍ପର୍କରେ ଜିଲା ସହ ନିବନ୍ଧକ ତଥା ସହ ନିର୍ବାଚନ ଅଧିକାରୀ ସତ୍ୟ ପ୍ରକାଶ ସେଠିଙ୍କୁ ପଚାରିବାରୁ ନୂତନ ପଦ୍ଧତି ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ହୋଇଥିବା କହିଛନ୍ତି। ଯେଉଁ ଭୋଟରଙ୍କ ଜମାଖାତାରେ ୫ଶହ ଟଙ୍କା ରହିଛି ଓ ଅନୁସୂଚିତ ଜାତି ଭୋଟରଙ୍କର ଶହେ ଟଙ୍କା ରହିଛି, ସେମାନଙ୍କ ନାମ ଭୋଟର ତାଲିକାରେ ରହିଛି। ଯେଉଁମାନଙ୍କର ଜମାଖାତାରେ ଉକ୍ତ ଅର୍ଥରାଶି ନାହଁି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଛି। ନିୟମ ଅନୁସାରେ ନାମାଙ୍କନ ଦାଖଲ ପୂର୍ବରୁ ୩ ଦିନ ମଧ୍ୟରେ ଭୋଟର ତାଲିକା ପ୍ରକାଶ ପାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?