କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA

ଭୁବନେଶ୍ୱର,୧୮।୧: କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାର୍ଥୀଙ୍କ ସମୁଦାୟ ମାର୍କ ପ୍ରକାଶ କରିବା, ନର୍ମାଲାଇଜେସନ୍‌ ପ୍ରକ୍ରିୟା ଓ ମାର୍କ ପ୍ରକାଶ କରିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ସାର୍ବଜନୀନ କରିବାକୁ ସେମାନେ ଦାବି କରୁଛନ୍ତି। ଏହି ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ପାଇବାକୁ ଗୁରୁବାର ବହୁ ସଂଖ୍ୟାରେ ଆଶାୟୀ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଆବେଦନ କରିଛନ୍ତି।

ସେପଟେ ଆଶାୟୀଙ୍କ ଅଭିଯୋଗକୁ ନେଇ ଓସେପା ପକ୍ଷରୁ ଗୁରୁବାର ସ୍ପଷ୍ଟିକରଣ ଦିଆଯାଇଛି। ବିଭିନ୍ନ ବର୍ଗରେ ୨୦ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଆବେଦନକାରୀଙ୍କ ସଂଖ୍ୟାକୁ ନେଇ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯାଇଥିବା ଓସେପା ଦର୍ଶାଇଛି। ଅର୍ଥାତ ଯେଉଁ ବର୍ଗରେ ଆଶାୟୀଙ୍କ ସଂଖ୍ୟା କମ୍‌ ଥିଲା ସେହି ବର୍ଗର ସଂରକ୍ଷଣ ଥିବାରୁ ଅବଶିଷ୍ଟାଂଶ ପଦ ଖାଲି ରହିଛି।

ସେହିପରି ବହୁ ଆଶାୟୀଙ୍କ ଯୋଗ୍ୟତା ନ ଥାଇ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ଓସେପା ସ୍ବୀକାର କରିଛି। କିନ୍ତୁ ଏହା କେବଳ ମେରିଟ୍‌ ଲିଷ୍ଟ ହୋଇଥିବାରୁ ପ୍ରମାଣପତ୍ର ଯାଞ୍ଚ ସମୟରେ ଅଯୋଗ୍ୟଙ୍କୁ ବାଦ ଦିଆଯିବ ବୋଲି ଦର୍ଶାଇଛି। କେବଳ ମେରିଟ୍‌ ଅନୁଯାୟୀ ଚୟନ କରାଯାଇନଥିବା ମଧ୍ୟ ଦର୍ଶାଇଛି। ଆଶାୟୀମାନେ ଦେଇଥିବା ଆଗ୍ରାଧିକାର ଜିଲା ତାଲିକାକୁ ନେଇ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଓସେପାର ତୃଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଯୋଗୁ ସମସ୍ତ ପଦ ପୂରଣ ହୋଇପାରିବ ନାହିଁ ବୋଲି ଆଶାୟୀମାନେ ଅଭିଯୋଗ କରିଛନ୍ତି।

ସେପଟେ ଆଡ଼ମିଟ କାର୍ଡକୁ ନେଇ ଚର୍ଚ୍ଚା ହୋଇଛି। ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା, ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓସେପା ଇ-ଆଡମିଟ୍‌ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଆଶାୟୀମାନେ ଖପ୍ପା ହୋଇଛନ୍ତି। କେବଳ ଏତିକି ନୁହେଁ, ଗୋଟିଏ ଆଡ଼ମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି।

ତେବେ ଏହାକୁ ନେଇ ଓସେପା ମଧ୍ୟ ସ୍ପଷ୍ଟୀକରଣ ଦେଇଛି। ଓସେପା କହିଛି, ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯାଇଥାଏ। ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍‌ କାର୍ଡ ତିଆରି ହୋଇଥାଏ। ଫଟୋ ଯାଞ୍ଚ ପରେ ଏବଂ ବାୟୋମେଟ୍ରିକ୍‌ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍‌ କାର୍ଡ ଆଧାରରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେଣୁ ଦିଆଯାଇଥିବା ଆଡମିଟ୍‌ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ। ଓସେପା ବାସ୍ତବରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?