‘ବିଜେଡି ସରକାରରେ ମହିଳାଙ୍କୁ ସମ୍ମାନ ଏକ ଫମ୍ପା ଆହ୍ବାନ’

ଭୁବନେଶ୍ବର, ୨୩ା୫(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ପ୍ରଦେଶ ମହିଳା କଂଗ୍ରେସ ବର୍ଷିଛି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମହିଳା ନେତ୍ରୀମାନେ କହିଛନ୍ତି, ବିଜେଡି ସରକାରର ମହିଳାକୁ ସମ୍ମାନ ଏକ ଫମ୍ପା ଆହ୍ବାନ। ବିଜେଡି ସରକାରର ୨୩ ବର୍ଷରେ ରାଜ୍ୟର ମହିଳା ଅତି ଶୋଚନୀୟ ଭାବେ ଉପେକ୍ଷିତ ଓ ଅତ୍ୟାଚାରିତ ହୋଇ ରହିଛନ୍ତି। ବିଜେଡିର ଚରିତ୍ର ମା’ଙ୍କୁ ନିର୍ଯାତନା। ବଲାଙ୍ଗୀର ଜିଲାର ଶାସକ ଦଳର ତୁଙ୍ଗ ନେତା ପୂର୍ବତନ ମନ୍ତ୍ରୀ, ତାଙ୍କ ପୁଅ ପୂର୍ବତନ ଏମ୍‌ପିଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ହୋଇ ମକଦ୍ଦମା ହୋଇ ତଦନ୍ତ ଚାଲୁଛି। କେନ୍ଦ୍ରାପଡ଼ା ବିଧାୟକଙ୍କ ବିରୋଧରେ ବଧୂନିର୍ଯାତନା ଅଭିଯୋଗ ଆସିବା ପରେ ତଦନ୍ତ ଚାଲୁଛି। କେନ୍ଦ୍ରାପଡ଼ାର ଏମ୍‌ପିଙ୍କ ବିରୋଧରେ ନାରୀ ନିର୍ଯାତନାର ଅଭିଯୋଗ ସମସ୍ତେ ଦେଖି ଆସୁଛନ୍ତି। ଜଗତସିଂହପୁର ଜିଲାର ଜଣେ ବିଧାୟକଙ୍କ ବିରୋଧରେ ଜଣେ ଝିଅ ଅଭିଯୋଗ ଆଣୁଛନ୍ତି। ହେଲେ ଆଇନ କେଉଁ ବାଟରେ ଯାଉଛି ତାହା ଜଣାପଡୁ ନାହିଁ। ସେହିପରି ଓଡ଼ିଶାରେ ମହିଳା ସମ୍ପର୍କିତ ଅପରାଧ ଅତ୍ୟନ୍ତ ଉଦ୍‌ବେଗଜନକ। ୨୦୧୨ରେ ଉତ୍ତର ପ୍ରଦେଶ ଓ ଆସାମ ପରେ ଓଡ଼ିଶା ଦେଶର ୩ୟ ରାଜ୍ୟ ଭାବେ ଥିଲା। ଯୌତୁକ ନିର୍ଯାତନା, ବଳାତ୍କାର, ପାରିବାରିକ ହିଂସା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ। ୨୦୨୦ ତୁଳନାରେ ୨୦୨୧ରେ ୧୩୭.୮ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୨୩ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ମହିଳା ସମ୍ପର୍କିତ ମାମଲା ବିଚାରାଧୀନ ହୋଇ ପଡ଼ିରହିଥିବା ହେଉଛି ୯୮.୬%। ଭାରତ ବର୍ଷରେ ଏହା ସର୍ବାଧିକ। ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ। ଏହି ପ୍ରସଙ୍ଗରେ ପ୍ରଦେଶ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri