ବଦଳିବନି ଏସବୁ ସୋସିଆଲ ମିଡିଆ

ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ ଯୋଜନା କରିଥିବା ଖବର ସାମ୍ନାକୁ ଆସିଥିଲା। ଆଗାମୀ ୫ ବର୍ଷ ମଧ୍ୟରେ ଫେସ୍‌ବୁକ୍‌ ଏକ ମେଟାଭର୍ସ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଥିଲେ। ‘ମେଟାଭର୍ସ’ ଯୋଜନାର ଏକ ଅଂଶଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଛନ୍ତି। କମ୍ପାନୀ ଏହାର ମାର୍କେଟ ପାଓ୍ବାର, ଆଲଗୋରିଦମିକ ଏବଂ ପ୍ଲାଟଫର୍ମରେ ଅପବ୍ୟବହାର ପଲିସିକୁ ନେଇ ସମାଲୋଚନାର ଶିକାର ହେଉଥିବାବେଳେ ଜୁକରବର୍ଗ ଏପରି ଘୋଷଣା କରିଛନ୍ତି।

ଫେସବୁକ୍‌ ଚଳିତ ବର୍ଷ ଏହାର ଭର୍ଚୁଆଲ ଓ୍ବାଲର୍‌ଡ ମେଟାଭର୍ସ ପାଇଁ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଯାଉଛି। ଭର୍ଚୁଆଲ ଏବଂ ଅଗମେଣ୍ଟେଡ୍‌ ରିଅଲିଟି ଭଳିି ଟେକ୍ନୋଲୋଜି ବ୍ୟବହାର କରି ଉପଭୋକ୍ତାମାନଙ୍କୁ ଏକ କାଳ୍ପନିକ ଦୁନିଆର ଅଭିଜ୍ଞତା ଦେବ।

ଅନ୍ୟପକ୍ଷରେ ଫେସ୍‌ବୁକ୍‌ ଏହାର ଟୁଇଟର ଆକାଉଣ୍ଟରେ ଏକ ଟୁଇଟ୍‌ କରି କହିଛି କି, ଆମେ ସୃଷ୍ଟି କରିଥିବା ଅନ୍ୟ ସୋସିଆଲ ମିଡିଆ ଅର୍ଥାତ୍‌ ଇନ୍‌ଷ୍ଟାଗ୍ରାମ, ମେସେଞ୍ଜର ଏବଂ ହ୍ବାଟ୍ସଆପ୍‌ର ନାଁ ବଦଳିବ ନାହିଁ। ଏହି ନୂତନ ବ୍ରାଣ୍ଡ ଅଧୀନରେ ବିଭିନ୍ନ ଆପ୍‌ ଏବଂ ଟେକ୍ନୋଲୋଜି ଅଣାଯିବ। ତଥାପି କମ୍ପାନୀ ଏହାର କର୍ପୋରେଟ୍‌ ଗଠନକୁ ପରିବର୍ତ୍ତନ କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯେମିତି ହେଲେ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୬ଷ୍ଠ ଦିନରେ ବି ଆକ୍ରମଣ ଜାରି ରହିଛି। ରାଜଧାନୀ କ୍ୱିଭରେ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି।...

କରୋନା ପରେ ଦାଉ ସାଧିଲା ବନ୍ୟା: ୧୦୦ ମୃତ

ଇସ୍‌ଲାମାବାଦ,୨୭।୮: ପାକିସ୍ତାନରେ ପ୍ରଥମେ ଅର୍ଥ ବ୍ୟବସ୍ଥା ବିଗିଡି ଯିବା ସହ କରୋନା ସଂକ୍ରମଣ ସରକାରଙ୍କୁ ଅଡୁଆରେ ପକାଇଥିଲା। ଆଉ ଏବେ ପୁଣିଥରେ ଚିନ୍ତା ବଢାଇଛି ମୌସୁମୀ...

ଟିକା ନ ନେଲେ ମେ’ ମାସର ଦରମା ବନ୍ଦ: ନିର୍ଦ୍ଦେଶ ଜାରି କଲେ ଜିଲାପାଳ…

ଛପରା,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ...

ଟିକ୍‌ଟକ୍‌ ହେଲା କାଳ, ପାଟିରେ ରହିଗଲା ‘ମାଉଥ୍‌ ଅରଗାନ୍‌

ଆଜିକାଲି ଯୁବପିଢିଙ୍କୁ ଟିକ୍‌ଟକ୍‌ ନିଶା ଘାରିଛି। କିଏ ଘରେ ତ ଆଉ କିଏ କଲେଜରେ, ଆଉ କେଉଁଠି ଟ୍ରେନରେ କିଏ ପାର୍କରେ ବିଭିନ୍ନ ସ୍ଥାନରେ ଟିକ୍‌ଟକ୍‌...

କାର୍ଯ୍ୟ ଆରମ୍ଭ କଲା ଆଫଗାନ୍‌ ମିଡିଆ

କାବୁଲ,୩।୧୦: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ୪୫ ଦିନ ପରେ ଗଣମାଧ୍ୟମ ସଂଗଠନ ଆଫଗାନ୍‌ ଜର୍ନାଲିଷ୍ଟସ୍‌ ସେଫ୍ଟି କମିଟି (ଏଜେଏସ୍‌ସି) କାର୍ଯ୍ୟରେ ଯୋଗ ଦେଇଛି।...

ମୃତ୍ତିକା ଓ ପରିବେଶ

ମୃତ୍ତିକାରେ ଆମର ଜନ୍ମ। ମୃତ୍ତିକାରୁ ଖାଦ୍ୟ, ପାନୀୟ ଓ ବାୟୁ ପାଇ ଆମେ ବଞ୍ଚୁ। ମୃତ୍ୟୁ ପରେ ଆମ ଶରୀର ମାଟିରେ ମିଶେ। ମୃତ୍ତିକା ସହିତ...

ଶାସନରେ ମହାରାଣୀଙ୍କ ରେକର୍ଡ

ଇଂଲଣ୍ଡ,୧୩।୬: ଦୀର୍ଘଦିନ ଧରି ଶାସନ କରିଥିବା ଶାସକଙ୍କ ସୂଚୀର ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରହିଛନ୍ତି। ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟାଦେଜ୍‌ଙ୍କୁ ପଛରେ...

ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ...

Advertisement
Archives

Model This Week