ସମୟ ଭିତରେ ସବୁ କାମ ସାର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୫।୧(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ବିଭିନ୍ନ ଅଞ୍ଚଳରେ ଟାଉନ୍‌ ପ୍ଲାନିଂ ସ୍କିମ୍‌ ଲୋକପ୍ରିୟତା ଯୋଗୁ ଏଥିରେ ଅଗ୍ରଗତି ପରିଲକ୍ଷିତ ହୋଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି। ବୈଠକରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ ଟାଉନ୍‌ ପ୍ଲାନିଂ ଯୋଜନା କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପନ କରଥିଲେ।
ଉକ୍ତ ଯୋଜନାର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍‌ ପ୍ଲାନିଂ ଅଞ୍ଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ସ୍କିମ୍‌ ଅଞ୍ଚଳରେ ମୁଖ୍ୟ ରାସ୍ତାଗୁଡ଼ିକୁ ପୂର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବିଡିଏ ନିର୍ମାଣ କରିବ। ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କିମ୍‌ ଅଞ୍ଚଳଗୁଡିକରେ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ସବିଶେଷ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଟାଟା ପାୱାର କେନ୍ଦ୍ରୀୟ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବିଡିଏ ଉପାଧ୍ୟକ୍ଷ ସିଂ କହିଛନ୍ତି, ରାଜଧାନୀର ଦ୍ରୁତବର୍ଦ୍ଧିଷ୍ଣୁ ସ୍ଥିତି ଦୃଷ୍ଟିରୁ ବିଡିଏ ଦ୍ୱାରା ୪୫ଟି ଟାଉନ୍‌ ପ୍ଲାନିଂ ସ୍କିମ୍‌ କରିବାକୁ ପ୍ରସ୍ତାବ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ସ୍କିମ୍‌ ଆରମ୍ଭ କରାଯାଇଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ତ୍ୱରାନ୍ବିତ ହୋଇଛି। ଏହାଛଡ଼ା ଅନ୍ୟ ୯ଟି ସ୍କିମ୍‌ ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ବିତ ହୋଇଛି। ସ୍କିମ୍‌ ନମ୍ବର ୧,୨,୩ ଏବଂ ୪ରେ କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି। ୧ରୁ ୨ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ଟି ସ୍କିମ୍‌ ସମୁଦାୟ ୧୬୦୦ ଏକର ଜମି ଉପରେ କରାଯାଉଛି। ଏସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ। ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍‌ର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ଗୃହ ନିର୍ମାଣ ଋଣ ସହାୟତା ରାଶି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ...

ରଜ ରେକର୍ଡ: ୭ଲକ୍ଷ ଟପିଲା ପିଠା ବିକ୍ରି

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ପୁଣିଥରେ ରଜ ପିଠାକୁ ନେଇ ଚର୍ଚ୍ଚାକୁ ଆସିଛି ପାନ୍ଥନିବାସ। ମାତ୍ର ୪ଦିନ ମଧ୍ୟରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି କରିବାର...

୧୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୨(ବ୍ୟୁରୋ):ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଟପିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତ୍ରିର ତାପମାତ୍ରାରେ ମଧ୍ୟ...

ଭୁଲିଗଲେ ବର୍ଷା ଜଳ ସଂରକ୍ଷଣ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ନିଅଣ୍ଟିଆ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀ, ନାଳ ଓ ପୋଖରୀ ଉଭେଇ ଗଲେଣି। ସେଥିରୁ ଅଧିକାଂଶ ବର୍ଷା ଦିନେ ମଧ୍ୟ ଶୁଖିଲା ରହୁଛି।...

ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ ଅଫିସ୍‌ ସିଲ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ନ୍ୟୁଜ ଅଫିସକୁ ପୋଲିସ ସିଲ୍‌...

ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା

ପୁରୀ ଅଫିସ, ୮।୬:  ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବିରୋଧରେ ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା...

ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି...

ରାଜ୍ୟରେ ୧୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୯।୫: ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ...

Advertisement
Archives

Model This Week