ଏକଜିଦିଆ ଛତିଶଗଡ଼, ଖୋଲିଲା କଲମାର ସବୁ ଗେଟ୍‌

ସମ୍ବଲପୁର, ୧ା୭(ଶୁଭାଶିଷ ପାଢ଼ୀ): ଆସନ୍ତା ୪ ତାରିଖରେ ଲଘୁଚାପ ଯୋଗୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି। ଏଭଳିସ୍ଥଳେ ହୀରାକୁଦ ଡ୍ୟାମର ଉପରମୁଣ୍ଡ ମହାନଦୀରେ ଥିବା ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ୬୬ ଗେଟ୍‌କୁ ଖୋଲିଦିଆଯାଇଛି। ଫଳରେ ୬୩୦ ଫୁଟ କ୍ଷମତା ବିଶିଷ୍ଟ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଉଛି। ଶୁକ୍ରବାର ସନ୍ଧ୍ୟା ୬ ସୁଦ୍ଧା ଏଠାରେ ୬୦୪.୧୯ ଫୁଟ ପାଣି ରହିଛି, ଯାହାକି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜ୍ୟରେ ଲଗାଣ ବର୍ଷା ରହିଲେ ତଳମୁଣ୍ଡରେ ବଡ଼ଧରଣର ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନାହିଁ। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଛତିଶଗଡ଼ ସରକାର ଏକଜିଦିଆ ଭାବେ କଲମାର ସବୁ ଗେଟ୍‌ ଖୋଲିଦେଇଥିବାରୁ ଓଡ଼ିଶା ପାଇଁ ଆସନ୍ନ ବିପଦ ଦେଖାଦେଇଛି।
ମହାନଦୀ ଜଳକୁ ନେଇ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇ ତଦନ୍ତ ଜାରି ରହିଛି। ଜଳ ପରିଚାଳନା ବିଶେଷ କରି ବନ୍ୟାଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହୁଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ। ଗତ ବର୍ଷାଋତୁରେ ଛତିଶଗ଼ଡ ତା’ର ବ୍ୟାରେଜଗୁଡ଼ିକର ଗେଟ୍‌ ଖୋଲିଦେଇଥିବା ବେଳେ ଗ୍ରୀଷ୍ମ ଋତୁରେ ସମସ୍ତ ଗେଟ୍‌ ବନ୍ଦ କରି ମହାନଦୀକୁ ଶୁଖିଲା କରିଦେଇଥିଲା। ଏବେ ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ଲାଗିରହିଥିବା ବେଳେ ଛତିଶଗଡ କଲମା ବ୍ୟାରେଜର ୬୬ ଗେଟ୍‌ ଖୋଲି ଏକ ଖାମଖିଆଲି ମନୋଭାବର ପରିଚୟ ଦେଇଛନ୍ତି। ୬୬ ଗେଟ୍‌ ଖୋଲିବାର ୧୨ ଘଣ୍ଟା ପରେ ଅର୍ଥାତ୍‌ ଶନିବାର ଭୋର ୩ଟାରେ ୧,୩୬,୦୦୦ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆକଳନ କରିଛନ୍ତି। ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବ। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮,୨୮୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳସ୍ତର ୬୦୪.୧୯ ଫୁଟ୍‌ ରହିଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲକୁ ୨୯,୦୨୯ କ୍ୟୁସେକ ପାଣି ଦିଆଯାଉଥିବା ବେଳେ ଚାଷକୁ ୬୦୦, ଶିଳ୍ପକୁ ୨୬୮ ଏଭଳି ମୋଟ ୨୯,୮୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହାରାହାରି ଦେଖିବାକୁ ଗଲେ ଜଳ ପ୍ରବେଶ ପରିମାଣ ତୁଳନାରେ ଅଧା ନିଷ୍କାସନ ହେଉଛି। ଆଗକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଲେ କିମ୍ବା ବର୍ଷା ଲାଗିରହିଲେ ସମସ୍ୟା ହୋଇପାରେ ବୋଲି କୁହାଯାଉଛି।
ହୀରାକୁଦ ଡ୍ୟାମ୍‌ କର୍ତ୍ତୃୃପକ୍ଷଙ୍କ ସୂଚନା ଅନୁସାରେ, କଲମାର ସମସ୍ତ ଗେଟ୍‌ ଖୋଲା ଯାଇଥିବା ନେଇ ଆମ ପାଖକୁ ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ତାଙ୍କର ପ୍ରଥମ ବନ୍ୟା ଜଳ ନିଷ୍କାସନ। ଉକ୍ତ ବନ୍ୟା ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବାକୁ ୧୨ଘଣ୍ଟାରୁ ଅଧିକ ସମୟ ଲାଗିବ। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟ୍‌ ରହିଛି। ଏଥିରେ ଜଳ ଭଣ୍ଡାରକୁ ସମସ୍ୟା ହେବନାହିଁ। ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମିଯାଇଛି। ନିୟମିତ ବର୍ଷା ଲାଗିରହିଲେ ଓ ଏଭଳି ଜଳ ପ୍ରବେଶ କଲେ ସମସ୍ୟା ଦେଖାଦେଇପାରେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜୁଲାଇ ୧୮ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେତେବେଳେ ଜଳସ୍ତର ୬୧୩.୧୭ ଫୁଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?