Posted inଫୁରସତ

ସରିଯିବ ସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଉ କିଛି ବର୍ଷ ପରେ ସାରା ବିଶ୍ୱରେ ଦେଖାଦେବ ଭୟଙ୍କର ଖାଦ୍ୟ ସଙ୍କଟ। ଏମିତିକି କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ଦିନକୁ ଓଳିଏ ଖାଇବା ପାଇଁ ଖାଦ୍ୟ ମିଳିବ ନାହିଁ। ଏମିତି ଏକ ରିପୋର୍ଟ ଦେଇଛି ସାମାଜିକ ଓ ଆର୍ଥିକ ଦିଗ ନେଇ ସର୍ଭେ କରୁଥିବା ସଂସ୍ଥା ଦି ୱାଲର୍‌ଡ କାଉଣ୍ଟ।

ପାଖରେ କୋଟି କୋଟି ଟଙ୍କା ଥିବ, କିନ୍ତୁ ଖାଇବା ପାଇଁ କୌଣସି ଖାଦ୍ୟ ନ ଥିବ। ସାରା ବିଶ୍ୱରେ ଠିକ୍‌ ଏମିତି ସମସ୍ୟା ଦେଖାଦେବାକୁ ଯାଉଛି। ଏଭଳି ଏକ ସତର୍କବାଣୀ ଶୁଣାଇଛି ଦି ୱାଲର୍‌ଡ କାଉଣ୍ଟ ନାମକ ସଂସ୍ଥା। ଏହି ଅନ୍ତର୍ଜାତୀୟ ସଂସ୍ଥା ସାରା ବିଶ୍ୱର ସାମାଜିକ ସ୍ଥିତି ଓ ଆର୍ଥିକ ଅବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ସର୍ଭେ କରି ଆକଳନ କରିଥାଏ। ସଦ୍ୟ ପ୍ରକାଶ ପାଇଥିବା ଏହି ସଂସ୍ଥାର ଏକ ରିପୋର୍ଟରେ କୁହାଯାଇଛି ଯେ, ଆଉ ମାତ୍ର ୨୭ ବର୍ଷ ପରେ ବିଶ୍ୱରେ ଭୟଙ୍କର ଖାଦ୍ୟ ସଙ୍କଟ ଦେଖାଦେବ। ଅର୍ଥାତ୍‌ ୨୦୫୦ ବେଳକୁ ବିଶ୍ୱରୁ ପ୍ରାୟ ସମସ୍ତ ଖାଦ୍ୟଶସ୍ୟ ଶେଷ ହୋଇଯିବ। ରିପୋର୍ଟ ଅନୁସାରେ, ୨୦୫୦ ବେଳକୁ ବିଶ୍ୱ ଜନସଂଖ୍ୟା ୧ ହଜାର କୋଟିରୁ ଅଧିକ ହୋଇଯିବ। କିନ୍ତୁ ପ୍ରତିବର୍ଷ ବିଶ୍ୱରୁ ୭,୫୦୦ କୋଟି ଟନ୍‌ ଉତ୍ପାଦନ କ୍ଷମତା କମ୍‌ ହେବାରେ ଲାଗିଛି। ଗତ ୪୦ ବର୍ଷ ମଧ୍ୟରେ ବିଶ୍ୱରୁ ଏକ ତୃତୀୟାଂଶ ଚାଷଜମି କମ୍‌ ହୋଇଯାଇଛି, କିନ୍ତୁ ଖାଦ୍ୟର ଚାହିଦା ବହୁତ ବଢ଼ିଯାଇଛି। ତେଣୁ ଆଗକୁ ଏହି ସଙ୍କଟ ଆହୁରି ବୃଦ୍ଧି ପାଇବ। ଫଳରେ ଚାଷଜମି ଅଭାବ ଓ ଲୋକସଂଖ୍ୟା ବୃଦ୍ଧି ଯୋଗୁ ଏଭଳି ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହାବାଦ୍‌ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ମଣିଷ ନିଜର ସ୍ବାର୍ଥ ପାଇଁ ପ୍ରକୃତିକୁ ଯେଉଁଭଳି ଭାବେ ବ୍ୟବହାର କରୁଛି ୨୦୩୦ ବେଳକୁ ଆଉ ଏକ ପୃଥିବୀ ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri