Posted inଫୁରସତ

ସରିଯିବ ସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଉ କିଛି ବର୍ଷ ପରେ ସାରା ବିଶ୍ୱରେ ଦେଖାଦେବ ଭୟଙ୍କର ଖାଦ୍ୟ ସଙ୍କଟ। ଏମିତିକି କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ଦିନକୁ ଓଳିଏ ଖାଇବା ପାଇଁ ଖାଦ୍ୟ ମିଳିବ ନାହିଁ। ଏମିତି ଏକ ରିପୋର୍ଟ ଦେଇଛି ସାମାଜିକ ଓ ଆର୍ଥିକ ଦିଗ ନେଇ ସର୍ଭେ କରୁଥିବା ସଂସ୍ଥା ଦି ୱାଲର୍‌ଡ କାଉଣ୍ଟ।

ପାଖରେ କୋଟି କୋଟି ଟଙ୍କା ଥିବ, କିନ୍ତୁ ଖାଇବା ପାଇଁ କୌଣସି ଖାଦ୍ୟ ନ ଥିବ। ସାରା ବିଶ୍ୱରେ ଠିକ୍‌ ଏମିତି ସମସ୍ୟା ଦେଖାଦେବାକୁ ଯାଉଛି। ଏଭଳି ଏକ ସତର୍କବାଣୀ ଶୁଣାଇଛି ଦି ୱାଲର୍‌ଡ କାଉଣ୍ଟ ନାମକ ସଂସ୍ଥା। ଏହି ଅନ୍ତର୍ଜାତୀୟ ସଂସ୍ଥା ସାରା ବିଶ୍ୱର ସାମାଜିକ ସ୍ଥିତି ଓ ଆର୍ଥିକ ଅବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ସର୍ଭେ କରି ଆକଳନ କରିଥାଏ। ସଦ୍ୟ ପ୍ରକାଶ ପାଇଥିବା ଏହି ସଂସ୍ଥାର ଏକ ରିପୋର୍ଟରେ କୁହାଯାଇଛି ଯେ, ଆଉ ମାତ୍ର ୨୭ ବର୍ଷ ପରେ ବିଶ୍ୱରେ ଭୟଙ୍କର ଖାଦ୍ୟ ସଙ୍କଟ ଦେଖାଦେବ। ଅର୍ଥାତ୍‌ ୨୦୫୦ ବେଳକୁ ବିଶ୍ୱରୁ ପ୍ରାୟ ସମସ୍ତ ଖାଦ୍ୟଶସ୍ୟ ଶେଷ ହୋଇଯିବ। ରିପୋର୍ଟ ଅନୁସାରେ, ୨୦୫୦ ବେଳକୁ ବିଶ୍ୱ ଜନସଂଖ୍ୟା ୧ ହଜାର କୋଟିରୁ ଅଧିକ ହୋଇଯିବ। କିନ୍ତୁ ପ୍ରତିବର୍ଷ ବିଶ୍ୱରୁ ୭,୫୦୦ କୋଟି ଟନ୍‌ ଉତ୍ପାଦନ କ୍ଷମତା କମ୍‌ ହେବାରେ ଲାଗିଛି। ଗତ ୪୦ ବର୍ଷ ମଧ୍ୟରେ ବିଶ୍ୱରୁ ଏକ ତୃତୀୟାଂଶ ଚାଷଜମି କମ୍‌ ହୋଇଯାଇଛି, କିନ୍ତୁ ଖାଦ୍ୟର ଚାହିଦା ବହୁତ ବଢ଼ିଯାଇଛି। ତେଣୁ ଆଗକୁ ଏହି ସଙ୍କଟ ଆହୁରି ବୃଦ୍ଧି ପାଇବ। ଫଳରେ ଚାଷଜମି ଅଭାବ ଓ ଲୋକସଂଖ୍ୟା ବୃଦ୍ଧି ଯୋଗୁ ଏଭଳି ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହାବାଦ୍‌ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ମଣିଷ ନିଜର ସ୍ବାର୍ଥ ପାଇଁ ପ୍ରକୃତିକୁ ଯେଉଁଭଳି ଭାବେ ବ୍ୟବହାର କରୁଛି ୨୦୩୦ ବେଳକୁ ଆଉ ଏକ ପୃଥିବୀ ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri