ଜମୁଛି କାହାଣୀ ଉତ୍ସବ ‘ଭୁ-ଫେଷ୍ଟୋ’

ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍‌ ସହ ରାଜଧାନୀରେ ଆୟୋଜନ ହୋଇଛି ଭଳିକି ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ। ପୋଖରୀପୁଟସ୍ଥିତ କଳାଭୂମି ସମେତ ୩ ପାର୍କରେ ଆୟୋଜିତ କାହାଣୀ ଉତ୍ସବ ‘ଭୁ-ଫେଷ୍ଟୋ’ ପିଲାଙ୍କଠାରୁ ବୟସ୍କଙ୍କୁ ଆକୃଷ୍ଟ କରୁଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ବକୁଳ ଫାଉଣ୍ଡେଶନ ଆନୁକୂଲ୍ୟରେ ଚାଲିଥିତ୍ବା ଏହି କାହାଣୀ ଉତ୍ସବ ଦିନକୁ ଦିନ ଅଧିକ ଆଦର ଲାଭ କରିବାରେ ଲାଗିଛି।
ସମ୍‌ ହସପିଟାଲ ନିକଟ ଏପିଜେ ଅବଦୁଲ କଲାମ ପାର୍କରେ ଷ୍ଟୋରୀ ଟେଲର ଅକ୍ଷୟ ଗାନ୍ଧୀଙ୍କ କାହାଣୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେ ହିନ୍ଦୀ ଭାଷାରେ ପିଲାଙ୍କ ମନକୁ ଛୁଇଁଲା ଭଳି କାହାଣୀ ପରିବେଷଣ କରିଥିଲେ। କାହାଣୀରେ ବିଭିନ୍ନ ଜୀବଜନ୍ତୁଙ୍କ ଚରିତ୍ରକୁ ନିଜର ଅଙ୍ଗଭଙ୍ଗୀ ଏବଂ ପଶୁପକ୍ଷୀଙ୍କ ସ୍ବରରେ ଜୀବନ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ସ୍କଟ୍‌ଲ୍ୟାଣ୍ଡର ଷ୍ଟୋରୀ ଟେଲର ମାରିୟନ୍‌ କେନିଙ୍କ କାହାଣୀ ପରିବେଷଣ ସମୟରେ ପୂରା ଅଞ୍ଚଳ ତାଳିରେ ଗୁଞ୍ଜରିତ ହୋଇଥିଲା। ସେହିପରି ଇଣ୍ଡୋନେସିଆର ଆରିୟୋଙ୍କ କାହାଣୀ ପରିବେଷଣ ଶୈଳୀ ମଧ୍ୟ ବେଶ୍‌ ନିଆରା ଥିଲା। ବିଶିଷ୍ଟ ଓଡ଼ିଆ ଷ୍ଟୋରୀ ଟେଲର ହୃଦୟରଞ୍ଜନଙ୍କ କାହାଣୀ ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁଥିଲା। ସାଉଥ୍‌ ଆଫ୍ରିକାର ବୋଙ୍ଗିସ୍ବା ସ୍ଥାନୀୟ ଇନ୍ଦିରା ଗାନ୍ଧୀ (ଆଇଜି) ପାର୍କରେ ପିଲାଙ୍କୁ ମନମତାଣିଆ କାହାଣୀ ଶୁଣାଇଥିଲେ। ଦ ପପେଟାରିଆନ୍ସଙ୍କ କୌତୁକିଆ କଥାରେ ଦର୍ଶକ ହସି ହସି ବେଦମ ହୋଇଥିଲେ। ଅନ୍ୟ ଷ୍ଟୋରୀ ଟେଲରଙ୍କ ମଧ୍ୟରେ କପିଲ ପାଣ୍ଡେ ହିନ୍ଦୀରେ ଏବଂ ପ୍ରାଚୀ ତାରା ଓଡ଼ିଆରେ କାହାଣୀ ଶୁଣାଇଥିଲେ।
ବୁଦ୍ଧ ଜୟନ୍ତୀ ପାର୍କରେ ସିଙ୍ଗାପୁରର ରୋଗର ଜେଙ୍କିନ୍ସ ପିଲାଙ୍କୁ କାହାଣୀ ଶୁଣାଇବା ସହିତ ସେମାନଙ୍କ ସହ କଥା ହୋଇ ମନୋରଞ୍ଜନ କରିଥିଲେ। ତାଙ୍କ ସହ ଲୋପାମୁଦ୍ରା ସେନାପତି ମଧ୍ୟ ଯୋଡ଼ି ହୋଇ ପିଲାଙ୍କ ସହ ମତ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା। ଏଠାରେ ମଧ୍ୟ ‘ଦ ପପେଟାରିଆନ୍ସ’ ଲୋକଙ୍କୁ ହସାଇ ହସାଇ ବେଦମ କରିଥିଲେ। ନୁପୂର ଅଗ୍ରଓ୍ବାଲ ମ୍ୟାଜିକ ଷ୍ଟୋରୀ ପରିବେଷଣ କରିଥିଲେ। ପୂର୍ବରୁ ଆଇଜି ପାର୍କରେ ପିଲାଙ୍କ ମନ କିଣିଥିବା ୟୁଏସ୍‌ଏର ଆଣ୍ଟୋନିଓ ରୋଚା କଳାଭୂମିରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ ସହ କାହାଣୀ ଶୁଣାଇଥିଲେ। ଅନୁଭା ଦଶପାଲ, ମୀରା ଦାସ ଏବଂ ଶାଶ୍ୱତୀ ପଟ୍ଟନାୟକଙ୍କ କାହାଣୀ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସମସ୍ତ ୪ ସ୍ଥାନରେ ପୂର୍ବାପେକ୍ଷା ରବିବାର ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଦର୍ଶକ ଯୋଗଦେଇ ଉପଭୋଗ କରିବା ପାଇଁ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଆମନ୍ତ୍ରଣ କରିଛନ୍ତି। କାହାଣୀ ଶୁଣିବା ସହ କାହାଣୀ ପଢ଼ିବା ପାଇଁ ସେ ଦର୍ଶକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri