ଜମୁଛି କାହାଣୀ ଉତ୍ସବ ‘ଭୁ-ଫେଷ୍ଟୋ’

ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍‌ ସହ ରାଜଧାନୀରେ ଆୟୋଜନ ହୋଇଛି ଭଳିକି ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ। ପୋଖରୀପୁଟସ୍ଥିତ କଳାଭୂମି ସମେତ ୩ ପାର୍କରେ ଆୟୋଜିତ କାହାଣୀ ଉତ୍ସବ ‘ଭୁ-ଫେଷ୍ଟୋ’ ପିଲାଙ୍କଠାରୁ ବୟସ୍କଙ୍କୁ ଆକୃଷ୍ଟ କରୁଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ବକୁଳ ଫାଉଣ୍ଡେଶନ ଆନୁକୂଲ୍ୟରେ ଚାଲିଥିତ୍ବା ଏହି କାହାଣୀ ଉତ୍ସବ ଦିନକୁ ଦିନ ଅଧିକ ଆଦର ଲାଭ କରିବାରେ ଲାଗିଛି।
ସମ୍‌ ହସପିଟାଲ ନିକଟ ଏପିଜେ ଅବଦୁଲ କଲାମ ପାର୍କରେ ଷ୍ଟୋରୀ ଟେଲର ଅକ୍ଷୟ ଗାନ୍ଧୀଙ୍କ କାହାଣୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେ ହିନ୍ଦୀ ଭାଷାରେ ପିଲାଙ୍କ ମନକୁ ଛୁଇଁଲା ଭଳି କାହାଣୀ ପରିବେଷଣ କରିଥିଲେ। କାହାଣୀରେ ବିଭିନ୍ନ ଜୀବଜନ୍ତୁଙ୍କ ଚରିତ୍ରକୁ ନିଜର ଅଙ୍ଗଭଙ୍ଗୀ ଏବଂ ପଶୁପକ୍ଷୀଙ୍କ ସ୍ବରରେ ଜୀବନ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ସ୍କଟ୍‌ଲ୍ୟାଣ୍ଡର ଷ୍ଟୋରୀ ଟେଲର ମାରିୟନ୍‌ କେନିଙ୍କ କାହାଣୀ ପରିବେଷଣ ସମୟରେ ପୂରା ଅଞ୍ଚଳ ତାଳିରେ ଗୁଞ୍ଜରିତ ହୋଇଥିଲା। ସେହିପରି ଇଣ୍ଡୋନେସିଆର ଆରିୟୋଙ୍କ କାହାଣୀ ପରିବେଷଣ ଶୈଳୀ ମଧ୍ୟ ବେଶ୍‌ ନିଆରା ଥିଲା। ବିଶିଷ୍ଟ ଓଡ଼ିଆ ଷ୍ଟୋରୀ ଟେଲର ହୃଦୟରଞ୍ଜନଙ୍କ କାହାଣୀ ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁଥିଲା। ସାଉଥ୍‌ ଆଫ୍ରିକାର ବୋଙ୍ଗିସ୍ବା ସ୍ଥାନୀୟ ଇନ୍ଦିରା ଗାନ୍ଧୀ (ଆଇଜି) ପାର୍କରେ ପିଲାଙ୍କୁ ମନମତାଣିଆ କାହାଣୀ ଶୁଣାଇଥିଲେ। ଦ ପପେଟାରିଆନ୍ସଙ୍କ କୌତୁକିଆ କଥାରେ ଦର୍ଶକ ହସି ହସି ବେଦମ ହୋଇଥିଲେ। ଅନ୍ୟ ଷ୍ଟୋରୀ ଟେଲରଙ୍କ ମଧ୍ୟରେ କପିଲ ପାଣ୍ଡେ ହିନ୍ଦୀରେ ଏବଂ ପ୍ରାଚୀ ତାରା ଓଡ଼ିଆରେ କାହାଣୀ ଶୁଣାଇଥିଲେ।
ବୁଦ୍ଧ ଜୟନ୍ତୀ ପାର୍କରେ ସିଙ୍ଗାପୁରର ରୋଗର ଜେଙ୍କିନ୍ସ ପିଲାଙ୍କୁ କାହାଣୀ ଶୁଣାଇବା ସହିତ ସେମାନଙ୍କ ସହ କଥା ହୋଇ ମନୋରଞ୍ଜନ କରିଥିଲେ। ତାଙ୍କ ସହ ଲୋପାମୁଦ୍ରା ସେନାପତି ମଧ୍ୟ ଯୋଡ଼ି ହୋଇ ପିଲାଙ୍କ ସହ ମତ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା। ଏଠାରେ ମଧ୍ୟ ‘ଦ ପପେଟାରିଆନ୍ସ’ ଲୋକଙ୍କୁ ହସାଇ ହସାଇ ବେଦମ କରିଥିଲେ। ନୁପୂର ଅଗ୍ରଓ୍ବାଲ ମ୍ୟାଜିକ ଷ୍ଟୋରୀ ପରିବେଷଣ କରିଥିଲେ। ପୂର୍ବରୁ ଆଇଜି ପାର୍କରେ ପିଲାଙ୍କ ମନ କିଣିଥିବା ୟୁଏସ୍‌ଏର ଆଣ୍ଟୋନିଓ ରୋଚା କଳାଭୂମିରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ ସହ କାହାଣୀ ଶୁଣାଇଥିଲେ। ଅନୁଭା ଦଶପାଲ, ମୀରା ଦାସ ଏବଂ ଶାଶ୍ୱତୀ ପଟ୍ଟନାୟକଙ୍କ କାହାଣୀ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସମସ୍ତ ୪ ସ୍ଥାନରେ ପୂର୍ବାପେକ୍ଷା ରବିବାର ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଦର୍ଶକ ଯୋଗଦେଇ ଉପଭୋଗ କରିବା ପାଇଁ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଆମନ୍ତ୍ରଣ କରିଛନ୍ତି। କାହାଣୀ ଶୁଣିବା ସହ କାହାଣୀ ପଢ଼ିବା ପାଇଁ ସେ ଦର୍ଶକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri