ରାସ୍ତାରେ ପୋଲିସ୍‌ ପହରା , ମୋ ବସ୍‌ରେ ସକ୍ରିୟ ଲୁଟେରା

ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍‌ ଓ ଡଟ୍‌ ଫେଷ୍ଟ ପାଇଁ ପୋଲିସ ରାସ୍ତାଘାଟଠାରୁ ଆରମ୍ଭ କରି ଛକ ଛକରେ ଚେକିଂ କରିବା ସହ ପଇଁତରା ମାରୁଛି। ଏପଟେ ମୋ ବସ୍‌ ଭିତରେ ଭିଡର ସୁଯୋଗ ନେଇ ଲୁଟେରା ଓ ଚୋର ଗ୍ୟାଙ୍ଗ ପୁଣି ମାତିଛନ୍ତି। ଗୋଟିଏ ଦିନରେ ମୋ ବସ୍‌ ଭିତରୁ ୨ଜଣ ଛାତ୍ରଙ୍କଠାରୁ ୨ଟି ମୋବାଇଲ ଫୋନ୍‌ ଚୋରି କରି ଦୁର୍ବୃତ୍ତମାନେ ଖସି ପଳାଇଛନ୍ତି। ଚୋରିର ଶିକାର ହୋଇଥିବା ଛାତ୍ରଦ୍ୱୟ ହେଲେ ଦେବାଶିଷ ଦାଶ ଓ ରଶ୍ମିରଞ୍ଜନ ସାହୁ। ସେମାନେ ଜୟଦେବ ବିହାରରୁ ୧୮ ନମ୍ବର ମୋ ବସ୍‌ରେ ଯାଉଥିବାବେଳେ ଏହି ଘଟଣା ଘଟିଛି। ଚୋରି ସମ୍ପର୍କରେ ଜାଣିବା ପରେ ଛାତ୍ରଦ୍ୱୟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ରବିବାର ପୂର୍ବାହ୍ନ ୧୧ଟାରେ ଆଚାର୍ଯ୍ୟ ବିହାରରେ ରହୁଥିବା ଦେବାଶିଷ ଘରକୁ ଯିବା ଲାଗି ଜୟଦେବ ବିହାରକୁ ଆସି ମୋ ବସ୍‌ରେ ଚଢିଥିଲେ। କିଛି ବାଟ ଯିବା ପରେ ମେ’ ଫେୟାର ଛକ ଆଗକୁ ତାଙ୍କ ପକେଟରେ ମୋବାଇଲ ଫୋନ୍‌ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ବସ୍‌ରେ ବସିଥିବା ଯାତ୍ରୀଙ୍କୁ ପଚରାଉଚରା କରିବା ସହ ବସ୍‌ କର୍ମଚାରୀଙ୍କୁ ଜଣାଇଥିଲେ। କର୍ମଚାରୀମାନେ ବସ୍‌ ରଖି ଯାଞ୍ଚ କରିଥିଲେ ମଧ୍ୟ ମୋବାଇଲ ଫୋନ୍‌ ମିଳି ନ ଥିଲା। ଏପରିକି ଉକ୍ତ ମୋବାଇଲକୁ ଫୋନ୍‌ କରାଯାଇଥିଲେ ମଧ୍ୟ ତାହା ସୁଇଚ୍‌ ଅଫ ଦେଖାଇଥିଲା। ସେହିପରି ମୋ ବସ୍‌ରେ ଯାଉଥିବା ଅନ୍ୟଜଣେ ଛାତ୍ର ରଶ୍ମିରଞ୍ଜନ ମଧ୍ୟ ଚୋରିର ଶିକାର ହୋଇଥିଲେ। ସେ ପରୀକ୍ଷା ଦେବାକୁ ଜୟଦେବ ବିହାରରୁ ପଟିଆ ଅଭିମୁଖେ ଯାଉଥିବାବେଳେ ଓମ୍‌ଫେଡ୍‌ ଛକଟି ମୋବାଇଲ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଚିତ୍କାର କରିବାରୁ ସେଠାରେ ଗାଡି ଅଟକି ଲୋକଙ୍କୁ ପୋଲିସ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ କିଛି ସମୟ ଯାତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଯାଇଥିଲା। ବସ୍‌ ଭିତରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବା ସହ ପକେଟ ମାର୍‌ କରିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ଜନସାଧାରଣଙ୍କ ସୁବିଧା ପାଇଁ ଚାଲୁ ହୋଇଥିବା ମୋ ବସ୍‌ ସେବା ଏବେ ଲୋକଙ୍କ ପାଇଁ ପାଲଟିଛି ଅସୁବିଧା। ବାରମ୍ବାର ମୋ ବସରୁ ଚୋରି ହେଉଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହେଉଛି। ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମୋ ବସ୍‌ରେ ଚୋରି ର଼୍ୟାକେଟ ସକ୍ରିୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଆସନ୍ତା ୧୦ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ ସାମଲ, ଆଗାମୀ ନିର୍ବାଚନକୁ ନେଇ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୧୦ ତାରିଖ ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି । ଉକ୍ତ ଦିନ ସେ…

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri