ରାସ୍ତାରେ ପୋଲିସ୍‌ ପହରା , ମୋ ବସ୍‌ରେ ସକ୍ରିୟ ଲୁଟେରା

ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍‌ ଓ ଡଟ୍‌ ଫେଷ୍ଟ ପାଇଁ ପୋଲିସ ରାସ୍ତାଘାଟଠାରୁ ଆରମ୍ଭ କରି ଛକ ଛକରେ ଚେକିଂ କରିବା ସହ ପଇଁତରା ମାରୁଛି। ଏପଟେ ମୋ ବସ୍‌ ଭିତରେ ଭିଡର ସୁଯୋଗ ନେଇ ଲୁଟେରା ଓ ଚୋର ଗ୍ୟାଙ୍ଗ ପୁଣି ମାତିଛନ୍ତି। ଗୋଟିଏ ଦିନରେ ମୋ ବସ୍‌ ଭିତରୁ ୨ଜଣ ଛାତ୍ରଙ୍କଠାରୁ ୨ଟି ମୋବାଇଲ ଫୋନ୍‌ ଚୋରି କରି ଦୁର୍ବୃତ୍ତମାନେ ଖସି ପଳାଇଛନ୍ତି। ଚୋରିର ଶିକାର ହୋଇଥିବା ଛାତ୍ରଦ୍ୱୟ ହେଲେ ଦେବାଶିଷ ଦାଶ ଓ ରଶ୍ମିରଞ୍ଜନ ସାହୁ। ସେମାନେ ଜୟଦେବ ବିହାରରୁ ୧୮ ନମ୍ବର ମୋ ବସ୍‌ରେ ଯାଉଥିବାବେଳେ ଏହି ଘଟଣା ଘଟିଛି। ଚୋରି ସମ୍ପର୍କରେ ଜାଣିବା ପରେ ଛାତ୍ରଦ୍ୱୟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ରବିବାର ପୂର୍ବାହ୍ନ ୧୧ଟାରେ ଆଚାର୍ଯ୍ୟ ବିହାରରେ ରହୁଥିବା ଦେବାଶିଷ ଘରକୁ ଯିବା ଲାଗି ଜୟଦେବ ବିହାରକୁ ଆସି ମୋ ବସ୍‌ରେ ଚଢିଥିଲେ। କିଛି ବାଟ ଯିବା ପରେ ମେ’ ଫେୟାର ଛକ ଆଗକୁ ତାଙ୍କ ପକେଟରେ ମୋବାଇଲ ଫୋନ୍‌ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ବସ୍‌ରେ ବସିଥିବା ଯାତ୍ରୀଙ୍କୁ ପଚରାଉଚରା କରିବା ସହ ବସ୍‌ କର୍ମଚାରୀଙ୍କୁ ଜଣାଇଥିଲେ। କର୍ମଚାରୀମାନେ ବସ୍‌ ରଖି ଯାଞ୍ଚ କରିଥିଲେ ମଧ୍ୟ ମୋବାଇଲ ଫୋନ୍‌ ମିଳି ନ ଥିଲା। ଏପରିକି ଉକ୍ତ ମୋବାଇଲକୁ ଫୋନ୍‌ କରାଯାଇଥିଲେ ମଧ୍ୟ ତାହା ସୁଇଚ୍‌ ଅଫ ଦେଖାଇଥିଲା। ସେହିପରି ମୋ ବସ୍‌ରେ ଯାଉଥିବା ଅନ୍ୟଜଣେ ଛାତ୍ର ରଶ୍ମିରଞ୍ଜନ ମଧ୍ୟ ଚୋରିର ଶିକାର ହୋଇଥିଲେ। ସେ ପରୀକ୍ଷା ଦେବାକୁ ଜୟଦେବ ବିହାରରୁ ପଟିଆ ଅଭିମୁଖେ ଯାଉଥିବାବେଳେ ଓମ୍‌ଫେଡ୍‌ ଛକଟି ମୋବାଇଲ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଚିତ୍କାର କରିବାରୁ ସେଠାରେ ଗାଡି ଅଟକି ଲୋକଙ୍କୁ ପୋଲିସ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ କିଛି ସମୟ ଯାତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଯାଇଥିଲା। ବସ୍‌ ଭିତରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବା ସହ ପକେଟ ମାର୍‌ କରିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ଜନସାଧାରଣଙ୍କ ସୁବିଧା ପାଇଁ ଚାଲୁ ହୋଇଥିବା ମୋ ବସ୍‌ ସେବା ଏବେ ଲୋକଙ୍କ ପାଇଁ ପାଲଟିଛି ଅସୁବିଧା। ବାରମ୍ବାର ମୋ ବସରୁ ଚୋରି ହେଉଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହେଉଛି। ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମୋ ବସ୍‌ରେ ଚୋରି ର଼୍ୟାକେଟ ସକ୍ରିୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri