ଅଲ୍‌ରାଉଣ୍ଡର, ଶୋ’ମ୍ୟାନ୍‌

ଓଡ଼ିଆ ଚଳଚ୍ଚିତ୍ର ଜଗତର ଶୋ’ ମ୍ୟାନ୍‌ଭାବେ ପରିଚିତ ଥିଲେ ରାଜୁ ମିଶ୍ର। ତାଙ୍କର ପ୍ରତିଟି ସିନେମା ଥିଲା ଭିନ୍ନ ସ୍ବାଦର। ନିଜର ଦକ୍ଷତା ଓ ଲକ୍ଷ୍ୟ ହାସଲ କରିବାର ଦୃଢ ମନୋବଳ ଯୋଗୁ ସେ ଜନ୍ମମାଟି ଜଟଣୀରୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚତ୍ ପାରିଥିଲେ। ଫିଲ୍ମ ନିର୍ଦ୍ଦେଶନା, ନିର୍ମାତା, ସିନେମାଟୋଗ୍ରାଫର, ସଙ୍ଗୀତ ନିର୍ଦ୍ଦେଶନା ଆଦି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ପଥର ଖସୁଛି ବଡ଼ ଦେଉଳୁ’ ଭଳି ଅନେକ ସୁପରହିଟ୍‌ ଫିଲ୍ମ ରାଜୁଙ୍କୁ ଜଣେ ସଫଳ ନିର୍ଦ୍ଦେଶକର ପରିଚୟ ଦେଇଥିଲା। ସେହିପରି ୨୩ରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ସିନେମାଟୋଗ୍ରାଫର ଦାୟିତ୍ୱ ତୁଲାଇଥିଲେ। ଏହାବାଦ୍‌ ୧୩ଟି ଚଳଚ୍ଚିତ୍ରର କାହାଣୀ ଲେଖିବା ସହ ୧୨ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ୩ଟି ଚଳଚ୍ଚିତ୍ରରେ କଳାକାରଭାବେ ଅଭିନୟ କରିଥିଲେ। ‘ଉଲ୍‌କା’, ‘ରାଧା’ ଓ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ରେ ତାଙ୍କର ନିଖୁଣ ଅଭିନୟ ଥିଲା ନିଆରା। କେବଳ ଏତିକି ନୁହେଁ, ‘ସାଗର ଗଙ୍ଗା’ ଚଳଚ୍ଚିତ୍ରର ସମ୍ପାଦନା ଦାୟିତ୍ୱରେ ରହିବା ସହ ୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ସଂଯୋଜନା ମଧ୍ୟ କରିଥିଲେ। ଏଥପାଇଁ ତାଙ୍କୁ ଓଲିଉଡ୍‌ର ଅଲରାଉଣ୍ଡର ବୋଲି କୁହାଯାଉଥିଲା। କେତେବେଳେ ନିର୍ଦ୍ଦେଶକଭାବେ ତ କେତେବେଳେ କାହାଣୀକାର ବେଳେ ପୁଣି କେତେବେଳେ ଚିତ୍ରତ୍ତୋଳନରେ ଶ୍ରେଷ୍ଠ ବିବେଚିତ ହୋଇ ସେ ରାଜ୍ୟ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

 

ବଡ଼ ଚାକିରି ଛାଡ଼ି ଧରିଥିଲେ କ୍ୟାମେରା
ରାଜୁ ଥିଲେ ଜଣେ ମେଧାବୀ ଛାତ୍ର। ଜଟଣୀ ହାଇସ୍କୁଲ ଓ ନିରାକାରପୁର କଲେଜରୁ ସେ ଶିକ୍ଷାଲାଭ କରିଥିଲେ। ସରକାରୀ ଚାକିରି ପଛରେ ନ ଗୋଡ଼ାଇ ଅଧିକ ବେତନ ମିଳୁଥିବା ବଡ଼ ଚାକିରି କରିବେ ବୋଲି ଭାବିଥିଲେ। ତାଙ୍କ ଇଚ୍ଛା ମଧ୍ୟ ପୂରଣ ହୋଇଥିଲା। ଏକ ବିଦେଶୀ କମ୍ପାନୀରେ ଚାକିରି କରି ଭଲ ଦରମା ବି ପାଇଲେ। ହେଲେ କ୍ୟାମେରା ପ୍ରତି ଥିବା ଅହେତୁକ ଆକର୍ଷଣ ତାଙ୍କୁ ସିନେମାଟୋଗ୍ରାଫି ଆଡ଼କୁ ଟାଣି ଆଣିଥିଲା। ୧୯୭୪ରେ ଚାକିରି ଛାଡ଼ି ପୁଣେସ୍ଥିତ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ରେ ଯୋଗଦେଇଥିଲେ।
ଜାତୀୟସ୍ତରରୁ ଓଡ଼ିଶା
ପୁଣେ ଏଫ୍‌ଟିଆଇଆଇରୁ ଡିପ୍ଲୋମା ସାର୍ଟିଫିକେଟ୍‌ ମିଳିବା ପୂର୍ବରୁ ରାଜୁଙ୍କୁ ମରାଠୀ ଫିଲ୍ମରେ କାମ ଆରମ୍ଭ କରିବାର ସୁଯୋଗ ମିଳିଥିଲା। ‘ସର୍ବ ସାକ୍ଷୀ’ ନାମକ ଏକ ଫିଲ୍ମରେ ସେ ସ୍ବର୍ଗତ ସ୍ମିତା ପାଟିଲଙ୍କ ସହ କାମ କରିଥିଲେ। ଏହି ଫିଲ୍ମ ଜାତୀୟ ପୁରସ୍କାର ହାସଲ କରିଥିବାବେଳେ ରାଜୁଙ୍କ ଦକ୍ଷତା ଓ ପ୍ରତିଭା ପାଇଁ ତାଙ୍କୁ ପରିଚୟ ଓ ପୁରସ୍କାର ମଧ୍ୟ ମିଳିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା କିଛି ଅହମୀୟା ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। କିଛି ବର୍ଷ ଟିଭି ସେଣ୍ଟରରେ କ୍ୟାମେରାମ୍ୟାନ୍‌ ଭାବେ ମଧ୍ୟ ଚାକିରି କରିଥିଲେ। ହେଲେ ତାଙ୍କ ଲକ୍ଷ୍ୟ ଥିଲା ଓଡ଼ିଶାକୁ ଫେରି ଭିନ୍ନ କିଛି କରିବା। କିଛିଦିନ ମୁମ୍ବାଇରେ ରହି ରେକର୍ଡ଼ିଂ ଶିଖିଲେ ଓ ଓଡ଼ିଶା ଫେରି ବ୍ୟାବସାୟିକ ସିନେମା କରିବା ଆରମ୍ଭ କଲେ। ଏହାପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଓଡ଼ିଆ ଫିଲ୍ମ ତାଙ୍କଠାରୁ ଦେଖିବାକୁ ମିଳିଥିଲା। ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ଏଇ ଆମ ସଂସାର’ ଓ ମହମ୍ମଦ ମହସିନଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ ଭଳି ସୁପରହିଟ୍‌ ସିନେମାର ସିନେମାଟୋଗ୍ରାଫର୍‌ ଥିଲେ ରାଜୁ ମିଶ୍ର।
ଇଚ୍ଛା ଥିଲା ଭଲ ଫିଲ୍ମ କରିବା
ଏତେ ସଫଳତା ପରେ ମଧ୍ୟ ନିଜ କ୍ୟାରିୟରକୁ ନେଇ ସନ୍ତୁଷ୍ଟ ନ ଥିଲେ ରାଜୁ ମିଶ୍ର। ବ୍ୟାବସାୟିକ ଫିଲ୍ମ ଛାଡ଼ି କିଛି ଭଲ ତଥା ମନ ପସନ୍ଦର ଫିଲ୍ମ କରିବାକୁ ଚାହୁଁଥିଲେ। ହେଲେ ସେଥିରେ ସେ ସଫଳ ହୋଇ ପାରି ନ ଥିଲେ ବୋଲି ନିଜେ କହୁଥିଲେ। ଜଣେ ନିର୍ଦ୍ଦେଶକ ଭାବେ ସେ ଖୁବ୍‌ ଷ୍ଟ୍ରିକ୍ଟ ହେଉଥିଲେ। ସେଥିଲାଗି ଅନେକ କଳାକାର ତାଙ୍କୁ ରାଗି ବୋଲି କୁହନ୍ତି। ହେଲେ ତାଙ୍କ ଭଳି ଜଣେ ଦକ୍ଷ ନିର୍ଦ୍ଦେଶକ ମିଳିବା ଓଡ଼ିଆ ଇଣ୍ଡଷ୍ଟ୍ରିରେ ବିରଳ ବୋଲି କଳାକାରମାନେ କୁହନ୍ତି। ତାଙ୍କ ଦ୍ୱାରା ବହୁ ସଫଳ କଳାକାର, ନିର୍ଦ୍ଦେଶକ ଓ ଟେକନିସିଆନ୍‌ ସୃଷ୍ଟି ହୋଇଛନ୍ତି। ତେବେ ଜୀବନର ଶେଷ ଭାଗରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶନାଠାରୁ କିଛିକାଂଶରେ ଦୂରେଇ ଯାଇଥିଲେ।
‘ଆଉଥରେ ରାଜୁ ମିଶ୍ର ହୋଇ ଜନ୍ମନେବି’
ରାଜୁ ମିଶ୍ରଙ୍କ ପରିବାରରେ ମା ଓ ବାପା ଉଭୟ କଳାକାର ଥିଲେ। ବାପା ତବଲା ବାଦକ ଓ ମା’ ଆକାଶବାଣୀ କଣ୍ଠଶିଳ୍ପୀ ଥିଲେ। ପିଲାବେଳୁ ଏହାର ପ୍ରଭାବ ପଡ଼ିଥିଲା ରାଜୁ ମିଶ୍ରଙ୍କ ଉପରେ। ହେଲେ ବାପା ମା’ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ବି କଳାକାର ହେଉ। କାରଣ ଏଥିରେ ପରିବାର ପୋଷିବା ସହଜ ନ ଥିଲା। ମାତ୍ର ବିଧି ନିର୍ଦ୍ଦେଶ କିନ୍ତୁ ଭିନ୍ନ ଥିଲା। ଶେଷରେ ସେ ଟାଣିହୋଇ କଳା ଜଗତରେ ପ୍ରବେଶ କରିଥିଲେ। କ୍ୟାମେରାରେ ତାଙ୍କର ପ୍ରଥମ ଗୁରୁ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଧୀର। ନିଜ ସଫଳତାର ଶ୍ରେୟ ସେ ନିଜ ଗୁରୁଙ୍କୁ ଦେଉଥିଲେ। ଯଦି ପୁନର୍ଜନ୍ମ ନିଏ ତେବେ ପୁଣି ସେହି ରାଜୁ ମିଶ୍ର ହୋଇ ଜନ୍ମ ନେବାକୁ ଚାହିଁବି ବୋଲି ରାଜୁ ମିଶ୍ର ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri