Posted inଜାତୀୟ

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଏହି ସମୟରେ ଲୋକ ସଭା ନେତା ରାଜନାଥ ସିଂ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଅର୍ଜୁନ ରାମ ମେଘୱାଲ, ବି ମୁରଲିଧରନ ଓ ରାଜ୍ୟ ସଭାରେ ସଦନର ନେତା ପିୟୁଷ ଗୋୟଲ ବି ଉପସ୍ଥିତ ଥିଲେ । ବୈଠକରେ ଅନ୍ୟ ନେତାଙ୍କ ସହ କଂଗ୍ରେସରୁଅଧିର ରଞ୍ଜନ ଚୌଧୁରି ଓ ମଲ୍ଲିକାର୍ଜୁନ ଖଡଗେ, ତ୍ରୁଣମୂଳ କଂଗ୍ରେସରୁ ଡେରେକ ଓ ବ୍ରାୟସ ଓ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମ୍ କେରୁ ତିରୁଚି ଶିବା ଓ ଟଇଆର ବାଲୁ, ୱାଇଏସ୍ ଆର୍ କଂଗ୍ରେସରୁ ମିଥୁନ ରେଡ୍ଡି ଓ ବିଜୟ ସାଇ ରେଡ୍ଡି, ବସପାରୁ ରିତେଶ ପାଣ୍ଡେଓ ସତୀସ ମିଶ୍ର ସାମିଲ ୋଇଥିଲେ । ସମାଜବାଦୀ ପାର୍ଟିରୁ ରାମଗୋପାଳ ୟାଦବ, ଅପନା ଦଳରୁ ଅନୁପ୍ରିୟା ପଟେଲ,ଅକାଳିଦଳରୁ ହରସିମରତ କୌର ବାଦଲ, ଶିବସେନାରୁ ସଞ୍ଜୟ ରାଉତ, ପିନାକି ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ବୈଠକରେ ବିରୋଧି କୃଷି ଆଇନ, ମୂଲ୍ୟ ବୃଦ୍ଧି ବୃଦ୍ଧି(ବିଶେଷ ଭାବେ ପେଟ୍ରୋଲ ଡିଜେଲ)ଭଳି ମହତ୍ୱପୁର୍ଣ୍ଣ କଥା ଉଠାଇଥିଲେ । ସରକାର ସୂଚନା ଦେଇଥିଲେ କି ସେମାନେ ୫ ଅଧ୍ୟାଦେଶ ସହି କେତେ ଗୁଡଏ ବିଧେୟକକୁ ସୂଚି ବନ୍ଧ କରିଛନ୍ତି ।ଯାହାର ମୋଟ ସଂଖ୍ୟା ୨୯ । କିନ୍ତୁ ଏହା ବିପକ୍ଷଙ୍କୁ ପସନ୍ଦ ଆସି ନ ଥିଲା । ସେମାନେ କହିଥିଲେ ଏହା ଆଲୋଚନା କରାଗଲେ ହୁଏତ ମୁଖ୍ୟ ପ୍ରସଙ୍ଗ ଆଲୋଚନା କରିବାକୁ ସମୟ ହେବ ନାହିଁ । ହେଲେ ମୋଦି କଥା ଦେଇଥିଲେ କି ସବୁ ବିଷୟ ଉପରେ ବିଚାର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?