୫ଦିନ ବନ୍ଦ ରହିବ ରାଜଧାନୀର ଏସବୁ ମାର୍କେଟ

ଭୁବନେଶ୍ୱର, ୨୬।୬ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ-୪ ଆମିଷ ମାର୍କେଟ ଓ ବାପୁଜୀ ନଗର ମାର୍କେଟକୁ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ଶନିବାର ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲଂଘନ ଅଭିଯୋଗରେ ଗତ ୧୮ ତାରିଖରେ ଏହି ଦୁଇ ମାର୍କେଟକୁ ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ଶନିବାର, ରବିବାର ଶଟ୍‌ଡାଉନ୍‌ ଥିବାରୁ ସୋମବାର ମାର୍କେଟ ଖୋଲିବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ସ୍ଥିତିକୁ ଦେଖି ପୁନର୍ବାର ଏହି ମାର୍କେଟକୁ ଆଉ ୫ ଦିନ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ମାର୍କେଟ ଗୁଡିକରେ ଉଭୟ ହୋଲ୍‌ସେଲ୍‌ ଓ ଖୁଚୁରା ବ୍ୟବସାୟ ବନ୍ଦ ରହିବ। ତେବେ ବାପୁଜୀନଗରରେ ଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଦୋକାନ ପୂର୍ବପରି ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି,...

ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର...

ଡ୍ରେନ୍‌, ଶୌଚାଳୟ ସମସ୍ୟାରେ ସ୍ଥାନୀୟ ବାସିନ୍ଦା

ବ୍ରହ୍ମପୁର ଅଫିସ,୨।୩ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୨ ନଂ. ୱାର୍ଡ, ଯାହାକି ବର୍ତ୍ତମାନ ୩୪ ନଂ. ୱାର୍ଡରେ ପରିଣତ ହୋଇଛି। ଏହି ୱାର୍ଡରେ ଭୋଟର...

ଶଟ୍‌ଡାଉନ୍‌ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ

ଗଞ୍ଜାମ,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ...

ଧନ୍‌ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍‌ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ...

ବୁଦାରୁ ମିଳିଲା ମହିଳାଙ୍କ ମୃତଦେହ

ଯୋଡ଼ା,୨୫।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ କମଳପୁର ଗ୍ରାମରେ ସୋମବାର ଏକ ବୁଦା ଭିତରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି।...

ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍‌ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ...

ବାହାରୁ ଆସିଲେ ଆବଶ୍ୟକ ନାହିଁ ନେଗେଟିଭ୍‌ ରିପୋର୍ଟ

ଭୁବନେଶ୍ୱର,୫।୮(ବ୍ୟୁରୋ): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ ନାହିଁ। ଓଡ଼ିଶାକୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ...

Advertisement
Archives

Model This Week