Posted inଖେଳ

ସର୍ବଭାରତୀୟ ମହାବୀର କ୍ରିକେଟ୍‌: ୟୁ ଆଣ୍ଡ୍‌ ମି ଚାମ୍ପିୟନ୍‌

ସୋର, ୨୬ା୧୨(ଡି.ଏନ୍‌.ଏ): ସୋର ବ୍ଲକ ବାଗୁଡ଼ି ମହାବୀର କ୍ଲବ ଆନୁକୂଲ୍ୟରେ ୨୨ତମ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ୟୁ ଆଣ୍ଡ୍‌ ମି ଚାମ୍ପିୟନ୍‌ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିଣି ରାମେଶ୍ୱର ନିର୍ଦ୍ଧାରିତ ୨୭ ଓଭରରେ ୮ ଉଇକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ୟୁ ଆଣ୍ଡ୍‌ ମି ୨୨.୨ ଓଭରରେ ୬ ଉଇକେଟ୍‌ ହରାଇ ୧୯୭ ରନ୍‌ କରି ବିଜୟୀ ହୋଇଥିଲା। ବିଜୟୀ ଟିମ୍‌ର ସବ୍ୟସାଚୀ ଆଚାର୍ଯ୍ୟ ଅଲରାଉଣ୍ଡ ପ୍ରଦର୍ଶନ କରି ୪୦ ବଲ୍‌ରୁ ୬୪ ରନ୍‌ ସଂଗ୍ରହ କରିବା ସହିତ ୬ ଓଭର ବୋଲିଂ କରି ୩୭ ରନ୍‌ ଦେଇ ୨ଟି ଉଇକେଟ୍‌ ନେଇ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏହି ଖେଳକୁ ବିସିସିଆଇ ଲେଭଲ-୧ ଅମ୍ପାୟର ପ୍ରାଣନାଥ ଜେନ ଓ ଦେବବ୍ରତ ଦାସ ପରିଚାଳନା କରିଥିଲେ। ଭାଷ୍ୟକାର ଥିଲେ ଯଦୁନାଥ ଜେନା, ରାଜେଶ ଠାକୁର ଓ ବାସୁଦେବ ଜେନା। ଅକ୍ଷୟ ଜେନା, ବିଶ୍ୱନାଥ ଜେନା ଓ ଦୀପ୍ତିକାନ୍ତ ଖଟୁଆ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଅଖିଳରାମ ଜେନାଙ୍କ ପୌରୋହିତ୍ୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଚାମ୍ପିୟନ ଦଳକୁ ଟ୍ରଫି ସହିତ ୨୫ ହଜାର ଟଙ୍କା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ସରପଞ୍ଚ ଶାନ୍ତିଲତା ବେହେରା ରନର୍ସ ଅପ୍‌ ଟିମକୁ ଟ୍ରଫି ଓ ୧୫ ହଜାର ଟଙ୍କା ଦେଇଥିଲେ। ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟବ୍ରତ ସିହ୍ନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ଙ୍କୁ ୧ହଜାର ଏବଂ ବି.କେ.ଆଟର୍‌ସ ସଭାପତି ଗୋଲକ ଚନ୍ଦ୍ର ପାତ୍ର ମ୍ୟାନ୍‌ ଅଫ୍‌ ଦି ସିରିଜ ରୋନାଲ୍ଡ ଦାସଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ଖେଳକୁ ଶକ୍ତିସ୍ବରୂପ ଦାସ, ବୀରେନ୍ଦ୍ର ଜେନା, ମହେନ୍ଦ୍ର ଦେ, ଗଜେନ୍ଦ୍ର ଜେନା, ଆକାଶ ଜେନା, ଅଜୟ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଜେନା, ତପନ କଅଁର, ମୁକ୍ତିକାନ୍ତ ଜେନା, ଚିନ୍ମୟ କୁମାର ପ୍ରଧାନ, ମୁରଲୀଧର ଜେନା, ଶ୍ରୀକାନ୍ତ ମଲ୍ଲିକ, ପ୍ରଶାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri