ଡିସେମ୍ବର ସୁଦ୍ଧା ସବୁ ଡାକ୍ତର ପଦବୀ ପୂରଣ ହେବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଖାଲିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆବଶ୍ୟକତାଠାରୁ କମ୍‌ ସଂଖ୍ୟକ ମେଡିକାଲ କଲେଜ ଥିବା ଯୋଗୁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସିଂ ଅଫିସର ପ୍ରମୁଖଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି। ସେଥିପାଇଁ ପ୍ରାଥମିକତା ଭିତ୍ତିରେ ଗତ ୧୦ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ କରାଯାଇଛି। ନର୍ସିଂ ସ୍କୁଲଗୁଡ଼ିକୁ କଲେଜରେ ରୂପାନ୍ତରଣ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି କାମ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ହୋଇଛି। ୨୦୦୦ ମସିହା ତୁଳନାରେ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଉନ୍ନତ ବିକେନ୍ଦ୍ରୀକରଣ ମାଧ୍ୟମରେ ରାଜ୍ୟର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟରେ ୨୦୦୦ ମସିହାରେ ମାତ୍ର ୩୨୧ ଏମ୍‌ବିବିଏସ୍‌ ଡାକ୍ତର ଏବଂ ୨୫୪ ବିଶେଷଜ୍ଞ ଡାକ୍ତର ବାହାରୁଥିବା ବେଳେ ବର୍ତ୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬କୁ ବୃଦ୍ଧି ପାଇଛି। କର୍କଟ ରୋଗୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବାଗ୍‌ଚି ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ, ବାଗ୍‌ଚି କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର ଏବଂ ନାଇଜର ପରିସରରେ ଷ୍ଟେଟ୍‌ ଅଫ୍‌ ଆର୍ଟ କ୍ୟାନ୍‌ସର ହସ୍‌ପିଟାଲ ପ୍ରତିଷ୍ଠା ହେଉଛି। ଏଥିସହ ସମସ୍ତ ଜିଲା ଚିକିତ୍ସାଳୟରେ ମାଗଣା କେମୋଥେରାପି ସୁବିଧା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସମସ୍ତ ଜିଲା ଚିକିତ୍ସାଳୟରେ ଡାଏଲିସିସ୍‌ ସେବା ଉପଲବ୍ଧ ହୋଇଛି। ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ସମସ୍ତଙ୍କ ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ଲାଗି ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ଘରୋଇ ହସ୍ପିଟାଲରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ଉପଲବ୍ଧ କରାଯାଇଛି। ଏଥିରେ ପ୍ରତିମାସରେ ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ସେବା ପାଖାପାଖି ୧ ଲକ୍ଷ ରୋଗୀ ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ପ୍ରତିଟି ଜୀବନ ମୂଲ୍ୟବାନ୍‌। ସେଥିପାଇଁ ରାଜ୍ୟ ସରକାର ଗତ ଦୁଇ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟସେବାର ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ମେଡିକାଲ କଲେଜର ସ୍ବାସ୍ଥ୍ୟସେବା ଏବେ ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଉପାନ୍ତ ଜିଲାରେ ଉପଲବ୍ଧ। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଅଧୀନରେ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କୁ ଉଡ଼ାଜାହାଜ ଯୋଗେ ନେଇ ସମ୍ପୃକ୍ତ ଜିଲାର ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଛି। ଏହାର ସୁଫଳସ୍ବରୂପ ରାଜ୍ୟ ସମଗ୍ର ଦେଶରେ ସର୍ବାଧିକ ଶିଶୁ ମୃତ୍ୟୁ ହ୍ରାସ, ଦ୍ୱିତୀୟ ସର୍ବାଧିକ ମାତୃ ମୃତ୍ୟୁ ହ୍ରାସ, ସର୍ବାଧିକ ଟିକାକରଣ, ସର୍ବାଧିକ ମ୍ୟାଲେରିଆ ନିୟନ୍ତ୍ରଣ, ଦ୍ୱିତୀୟ ସର୍ବାଧିକ ଯକ୍ଷ୍ମା ନିୟନ୍ତ୍ରଣ, ପ୍ରଜନନ ହାରରେ ଆଶାତୀତ ହ୍ରାସ, ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ହାର ଅପେକ୍ଷା ଅଧିକ ସଫଳତା ପ୍ରାପ୍ତ ହୋଇଛି। ୨୦୨୩-୨୪ ସ୍ବାସ୍ଥ୍ୟ ବଜେଟରେ ମୋଟ ୧୫,୭୫୬ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି, ଯାହା ୨୦୦୦-୨୦୦୧ ବଜେଟ(୫୫୦ କୋଟି ଟଙ୍କା)ତୁଳନାରେ ୩୦ ଗୁଣ ଅଧିକ। ଚଳିତ ବର୍ଷର ସମୁଦାୟ ବଜେଟର ୭% ସ୍ବାସ୍ଥ୍ୟ ବଜେଟ ବୋଲି ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri