
ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ କହିଛନ୍ତି, ନିରାପଦ ଜୀବନଯାପନ ପ୍ରତ୍ୟେକ ନାଗରିକଙ୍କ ଅଧିକାର। ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍। ‘ସ୍ପିକଅପ ଫର୍ ଭ୍ୟାକ୍ସିନ ଫର୍ ଅଲ’ ନାମକ ଏକ ଅଭିଯାନର ସୋଶିଆଲ ମିଡିଆରେ ଆରମ୍ଭ କରି ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ସମସ୍ତ ନାଗରିକଙ୍କୁ ଟିକାକରଣ କରିବାକୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି। ରାହୁଲ ଟୁଇଟ୍ ଯୋଗେ କହିଛନ୍ତି, ଦେଶ ପାଇଁ କରୋନା ଟିକା ଆବଶ୍ୟକ। ଏଥିପାଇଁ ଆପଣମାନେ ସ୍ବର ଉତ୍ତୋଳନ କରିବା ଉଚିତ୍। ସମସ୍ତଙ୍କର ନିରାପଦ ଜୀବନଯାପନ କରିବାର ଅଧିକାର ରହିଛି। ରାହୁଲ ଗାନ୍ଧୀ ଏକ ଭିଡିଓ ଶେୟାର କରି ଦେଶରେ କରୋନା ସଂକ୍ରମଣ ବୃଦ୍ଧି, ଟିକା ଅଭାବ ଏବଂ ସମସ୍ତଙ୍କ ପାଇଁ ଟିକା ଚାହିଦା ବିଷୟରେ ଉଲ୍ଲେଖ କରିଛନ୍ତି।
कोरोना वैक्सीन देश की ज़रूरत है।
आप भी इसके लिए अपनी आवाज़ बुलंद कीजिए- सबको हक़ है सुरक्षित जीवन का।#SpeakUpForVaccinesForAll pic.twitter.com/qcxFZuzR2x
— Rahul Gandhi (@RahulGandhi) April 12, 2021