ବିହାରରେ ଜନ୍ମ ନେଲେ ଏଲିଅନ ଶିଶୁ, ଦେଖିବା ପାଇଁ ଜମିଲା ଭିଡ଼

ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଏଲିଏନ ବେବି ବୋଲି କହିଛନ୍ତି। ତେବେ ଏହି ନବଜାତ ଶିଶୁର ଜନ୍ମ ହେବାର କିଛି ଘଣ୍ଟା ପରେ ହିଁ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ହାଥୁଆ ସବଡିଭିଜନ ହସ୍ପିଟାଲରେ ଏହି ଶିଶୁଟି ଜନ୍ମ ନେଇଥିଲେ। ଗୋପାଳଗଞ୍ଜର ମେରଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର ସାହିବା ଚକ୍ର ଗାଁର ବାସିନ୍ଦା ଚୁନଚୁନ୍‌ ଯାଦବଙ୍କୁ ବୁଧବାର ହାଥୁଆ ସବ ଡିଭିଜନାଲ ହସ୍ପିଟାଲରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଗୁରୁବାର ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଏହି ନବଜାତ ଶିଶୁର ଚେହେରା ଅନ୍ୟ ଗ୍ରହର ଜୀବ ପରି ଦେଖାଯାଉଥିଲା। ଶିଶୁଟିର ବଡ଼ ବଡ଼ ଆଖି ଥିବାବେଳେ ବୟସ୍କଙ୍କ ଭଳି ଦାନ୍ତ ଥିଲା। ଶରୀରରେ ଧଳ ରଙ୍ଗର ଆବରଣ ଥିଲା। ପାଟି ବିରାଟକାୟ ଦେଖାଯାଉଥିଲା। ଜନ୍ମର ଅଢେଇ ଘଣ୍ଟା ପରେ ଏହି ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ହାଥୁଆ ସବ-ଡିଭିଜନାଲ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ଯେ ୧୦ ଲକ୍ଷରେ ଶିଶୁଙ୍କ ମଧ୍ୟରେ ଜଣେ ଏଭଳି ଜନ୍ମ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବୁର୍ଖା ନିଷେଧ ପାଇଁ ଦାବି କଲା ଶିବସେନା

ମୁମ୍ବାଇ,୧।୫: ଶିବସେନା ଭାରତରେ ବୁର୍ଖା ପିନ୍ଧିବା ଉପରେ କଟକଣା ଜାରି କରିବାକୁ ଦାବି କରିଛି। ଶ୍ରୀଲଙ୍କାରେ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବାବେଳେ ଭାରତ ମଧ୍ୟ ଏହା...

ଗୋ ସୁରକ୍ଷା ଚିନ୍ତା

ଦିନକୁ ଦିନ ଗାଁରୁ ଗୋ-ସମ୍ପଦ କମିବାରେ ଲାଗିଛି। ଆଗପରି ଆଉ ଘରେ ଘରେ ଗୋରୁ ପାଳିବା ଦେଖିବାକୁ ମିଳୁନି। ମାତ୍ର ଦିନଥିଲା ଦେଶର ଅର୍ଥନୈତିକ ବିକାଶରେ...

ବଡଗାମ ଏନ୍‌କାଉଣ୍ଟର: ଧରାପଡିଲେ ଜଣେ ଆତଙ୍କବାଦୀ

ବଡଗାମ,୧୩।୧: ଜମ୍ମୁ-କଶ୍ମୀରରେ ସୋମବାର କଶ୍ମୀର ଜୋନ୍‌ ପୋଲିସ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଏନକାଉଣ୍ଟର। ଏହାପରେ ଗଣ୍ଡେରବାଲରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।...

୧୦ ଦିନରେ ଡିସ୍‌ଚାର୍ଜ ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୦।୫(ପି.ଟି.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରୋଗୀଙ୍କ ଡିସ୍‌ଚାର୍ଜ ନୀତିରେ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଗୁରୁତର...

ଦେଶଦ୍ରୋହ ଆଇନ ଉପରେ ‘ସୁପ୍ରିମ୍‌ ଷ୍ଟେ’…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବାବେଳେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ...

ଗାଈ କି ମଇଁଷି ନୁହେଁ ହାତୀଠାରୁ କ୍ଷୀର ପିଉଛି କୁନି ଝିଅ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଖୋଲିବ ୪୬୨ ଏକଲବ୍ୟ ସ୍କୁଲ

ରାଞ୍ଚି,୧୦ା୯(ଆଇଏଏନ୍‌ଏସ୍‌): ଦେଶର ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ତାରିଖରେ ଏକଲବ୍ୟ ସ୍କୁଲ ଶୁଭାରମ୍ଭ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ...

ପରିଣତ ବୟସରେ ବୃଦ୍ଧା ଜଣକ ଗାଇଲେ ଏପରି ଗୀତ, ୟୁଜର୍ସ କହିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week