Posted inଜାତୀୟ

ବିଦ୍ରୋହ ହେବାକୁ ଯାଉଛି, ଏହା ପୂର୍ବରୁ ଉଦ୍ଧବଙ୍କୁ ଦିଆଯାଇଥିଲା ଚେତାବନୀ କିନ୍ତୁ…

ମୁମ୍ବାଇ,୪ ।୨: ଗତବର୍ଷ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି(ଏମଭିଏ) ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ଏବେ ଏନସିପି ନେତା ତଥା ଏମଭିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ବଡ କଥା କହିଛନ୍ତି । ସେ କହିଛନ୍ତି ମୁଁ ବହୁ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଚେତାବନୀ ଦେଇଥିଲି କି ତାଙ୍କ ଦଳରେ ବିଦ୍ରୋହ ହେବାକୁ ଯାଉଛି, ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।
ଶୁକ୍ରବାର ଗଣମାଧ୍ୟମ ସହ କଥା ହୋଇ ଅଜିତ ପାୱାର କହିଛନ୍ତି, ଆମେ ଦୁଇ ତିନି ଥର ଉଦ୍ଧବ ଠାକରେଙ୍କୁ ତାଙ୍କ ଦଳ ମଧ୍ୟରେ ଉପୁଜିଥିବା ବିଦ୍ରୋହକୁ ନେଇ ସୂଚନା ଦେଇଥିଲୁ ଆଉ ଏହାକୁ ନେଇ କିଛି ବୈଠକ ବି ହୋଇଥିଲା, ହେଲେ ସେ କହିଥିଲେ ମୋର ମୋ ବିଧାୟକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି, ଆଉ ସେମାନେ ଏତେବଡ ପଦକ୍ଷେପ ଆଦୌ ନେବେ ନାହିଁ, ଏହାପରେ ସେ କୌଣଓି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।
ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ୧୫-୧୬ ବିଧାୟକ ପ୍ରଥମ ବ୍ୟାଚରେ (ଶିବସେନାର ଉଦ୍ଧବ ଗ୍ରୁପ) ଦଳ ଛାଡିବା ପରେ , ଦଳ ଭାଙ୍ଗିବାରୁ ବଞ୍ଚାଇବାକୁ ନିଜ ଦଳକୁ ସାଙ୍ଗରେ ରଖିବାର ଆବଶ୍ୟକତା ଥିଲା, ହେଲେ ତାଙ୍କ ତରଫରୁ ଏମିତି କୌଣସି ଚେଷ୍ଟା କରାଯାଇ ନ ଥିଲା । ହେଲେ ସେତେବେଳେ ଗଣମାଧ୍ୟମରେ ଖବର ଆସିଥିଲା କି ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱାଧିନତା ରହିଛି ।
ଅଜିତ ପାୱାର ଆହୁରି ମଧ୍ୟ କହିଛନ୍ତି, ଶିବସେନା ନେତା ତାଙ୍କ ଦଳର ସଦସ୍ୟଙ୍କ ଉପରେ ଆଖି ବନ୍ଦ କରି ଭରସା କରିଥିଲେ ଆଉ ସେମାନେ ଉଦ୍ଧବଙ୍କୁ ଧୋକା ଦେଇଦେଲେ । ମୁଁ ଏବେବି ବୁଝିପାରୁନି ଯେ ସେ ଏମିତି କଲେ କାହିଁକି ।
ସୂଚନାଯୋଗ୍ୟ, ଏମଭିଏ ସରକାର ସମୟରେ ଶିବସେନାରେ ନମ୍ବର ଦୁଇରେ ଥିବା ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ବିରୋଧରେ ଶିବସେନା ବିଧାୟକଙ୍କ ସହ ବିଦ୍ରୋହ କରିଥିଲେ । ଏକନାଥ ସିନ୍ଦେ କହିଥିଲେ, ଉଦ୍ଧବ ଠାକରେ ସରକାରରେ ରହିବାକୁ ବାଲା ସାହେବ ଠାକରେଙ୍କ ବିଚାରଧାରାରେ ସାଲିସ କରି ନେଇଛନ୍ତି, ସେଥିପାଇଁ ବାଧ୍ୟ ହୋଇ ତାଙ୍କୁ ବିଦ୍ରୋହ କରିବାକୁ ପଡିଲା ।
ସିନ୍ଦେଙ୍କ ସହ ଶିବସେନାର ୩୯ ବିଧାୟକ ଓ ୧୦ ନିର୍ଦ୍ଦଳୀୟ ବିଧାୟକ ଶିବସେନାରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ସରକାର ଗଠନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ଘଣ୍ଟାକରେ ‘ବ୍ରଶ୍‌ ଟେଷ୍ଟ’ରୁ ଜଣାପଡ଼ିବ ପାଟି କ୍ୟାନ୍‌ସର

ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍‌ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍‌ର କୁଇନ୍‌ ମେରି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଗବେଷକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri