Posted inଜାତୀୟ

ସୁଧୁରୁନି ପାକିସ୍ତାନ: ଡ୍ରୋନ୍‌ ଅନୁପ୍ରବେଶ-ଡ୍ରଗ୍ସ ଚୋରା ଚାଲାଣକୁ ପଣ୍ଡ କଲେ ବିଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ,୨୧।୧୨: ସୁଧୁରିବାର ନାଁ ନେଉନି ପାକିସ୍ତାନ। ପଞ୍ଜାବ ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମାରେ ପୁଣି ଅନୁପ୍ରବେଶ ଉଦ୍ୟମ କରିଛି ପାକିସ୍ତାନ। ଏଥିସହ ବହୁ ପରିମାଣର ଡ୍ରଗ୍ସ ଚୋରା ଚାଲାଣ ଉଦ୍ୟମ କରିବାକୁ ଚେଷ୍ଟା କରିଥିବା ନେଇ ସୂଚନା ମିଳିଛି। ତେବେ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ପାକିସ୍ତାନର ଏଭଳି ଯୋଜନାକୁ ସୀମାରେ ନିୟୋଜିତ ବିଏସ୍‌ଏଫ୍‌ କର୍ମଚାରୀ ପଣ୍ଡ କରିଦେଇଛନ୍ତି।

ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୨୦ ମିନିଟ୍‌ରେ ପାକିସ୍ତାନର ଏକ ଡ୍ରୋନ୍‌ ପଞ୍ଜାବର ଅମୃତସରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ହେଲେ ବିଏସ୍‌ଏଫ୍‌ର କାଉଣ୍ଟର ଡ୍ରୋନ୍‌ ଟେକ୍ନୋଲୋଜି ଯୋଗୁ ଡ୍ରୋନ୍‌କୁ ଖସାଇ ଦିଆଯାଇଥିଲା।

ସେହିଭଳି ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବର ଫାଜିଲ୍କା ସେକ୍ଟରରେ ଦ୍ୱିତୀୟ ଘଟଣା ଘଟିଛି। ରାତି ପ୍ରାୟ ୧.୫୦ ମିନିଟ୍‌ ସମୟରେ ଚୋରା ଚାଲାଣକାରୀଙ୍କ ହଲଚଲ ଦେଖିବାକୁ ମିଳିଥିଲା। ଡ୍ୟୁଟିରେ ଆଲର୍ଟ ଥିବା ବିଏସ୍‌ଏଫ୍‌ ଯବାନ ମାନେ ତୁରନ୍ତ ପାକିସ୍ତାନ ସୀମାପଟକୁ ଗୁଳି ଚଳାଇଥିଲେ। ହେଲେ କୁହୁଡ଼ିର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ସେଠାରୁ ପଳାୟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର

ଆନନ୍ଦପୁର, ୪/୭ (ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି–ବିରିଡିହା ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri