କର୍ମଚାରୀଙ୍କୁ ବିଦା କରିବାରୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ଡବଲିନ୍‌,୩୧।୧୦: କାର୍ଯ୍ୟାଳୟରେ କାମ କରିବା ସମୟରେ ଜଣେ ବ୍ୟକ୍ତି ଏତେ ମଦ୍ୟପାନ କରିଥିଲେ ଯେ, ଚେତାଶୂନ୍ୟ ହୋଇଯାଇଥିଲେ। ଏପରିକି ବ୍ୟକ୍ତି ଜଣକ ନିଜ ଘରକୁ ମଧ୍ୟ ଫେରିପାରି ନ ଥିଲେ। ଏହାପରେ ତାଙ୍କ ସହକର୍ମୀ ଜଣେ ତାଙ୍କୁ ଘରେ ଛାଡ଼ିଥିଲେ। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀରୁ ନିଲମ୍ବିତ କରାଯାଇଛି। ଏହି ମାମଲାକୁ ନେଇ ଉକ୍ତ ବ୍ୟକ୍ତି ଜଣକ କୋର୍ଟରେ ପହଞ୍ଚିଥିଲେ। ଶୁଣାଣି ପରେ ଏହି ରାୟ ତାଙ୍କ ସପକ୍ଷରେ ଆସିଛି। କୋର୍ଟ କମ୍ପାନୀକୁ ଭେଦଭାବ କରିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଉକ୍ତ ବ୍ୟକ୍ତିଙ୍କୁ ପ୍ରାୟ ୩୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଆୟର୍ଲାଣ୍ଡରେ। ସୂଚନାଯୋଗ୍ୟ, ନିଶାସକ୍ତ ବ୍ୟକ୍ତି ଇମୋନ ମର୍ଫି ବାଗେଲଷ୍ଟୋନ ସହରର କନୋଲିର ସୁପରଭାଲ୍ୟୁ ସୁପରମାର୍କେଟର ଇନ୍‌ଚାର୍ଜରେ ଥିଲେ। ୨୦୨୦ ଅକ୍ଟୋବର ୨୪ରେ ଇମୋନ ବହୁ ପରିମାଣର ମଦ୍ୟପାନ କରିଥିଲେ। ପୂର୍ବରୁ ବି ମଦ୍ୟପାନ ସହ ଜଡିତ ଅନେକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଇମୋନ ନିଜ କାର୍ଯ୍ୟରେ କେବେ ଅବହେଳା କରିନାହାନ୍ତି। କମ୍ପାନୀ ଡାକ୍ତର ମଧ୍ୟ ତାଙ୍କୁ ସେତେବେଳେ କାମ ପାଇଁ ଫିଟ୍‌ ଘୋଷଣା କରିଥିଲେ। ଏହି ଘଟଣା ପରେ ମାଇକେଲ କନୋଲି ଆଣ୍ଡ ସନ୍ସ ଲିମିଟେଡ କମ୍ପାନୀ ମର୍ଫିଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ହଠାତ୍‌ କମ୍ପାନୀରୁ ବହିଷ୍କାର ହେତୁ ମର୍ଫି ୧୮ ସପ୍ତାହ ବେରୋଜଗାର ଥିଲେ। ନୂଆ ଚାକିରିରେ ମଧ୍ୟ ତାଙ୍କୁ କମ୍‌ ବେତନ ମିଳୁଥିଲା। ସେ ଏକ ନୂତନ ଚାକିରିରେ ପ୍ରାୟ ୨୩ ଲକ୍ଷ ଟଙ୍କା ପାଆନ୍ତି। ତେବେ ଆଇନଗତ ଭାବେ ମର୍ଫିଙ୍କ ୧୦୪ ସପ୍ତାହ କ୍ଷତି ହୋଇଛି। ଏହି ସମୟରେ ସେ ପ୍ରାୟ ୮୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ ବୋଲି ମର୍ଫିଙ୍କ ଓକିଲ ହେଲେନ ବରୀ କହିଛନ୍ତି। ଏହାକୁ ନେଇ ମର୍ଫି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରି ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଏବଂ ତାଙ୍କ ପୁରୁଣା କମ୍ପାନୀକୁ ପ୍ରାୟ ୩୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବି ମଦ୍ୟପାନ ସହ ଜଡିତ ଅନେକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଇମୋନ ନିଜ କାର୍ଯ୍ୟରେ କେବେ ଅବହେଳା କରିନାହାନ୍ତି। କମ୍ପାନୀ ଡାକ୍ତର ମଧ୍ୟ ତାଙ୍କୁ ସେତେବେଳେ କାମ ପାଇଁ ଫିଟ୍‌ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri