Posted inଫୁରସତ

ଚାଇନାରେ ଆଲ୍‌ବିନୋ ପାଣ୍ଡା

ଚେଙ୍ଗ୍‌ଡୁ: ବିଶ୍ୱରେ ଅନେକ ପ୍ରକାର ପ୍ରାଣୀ ରହିଛନ୍ତି। ଆନିମଲ ଏକ୍ସପର୍ଟଙ୍କ ଅନୁସାରେ, ଏମିତି ବି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହାନ୍ତି। ଯଦି ସେମାନେ ଭୁଲବଶତଃ ଲୋକଲୋଚନକୁ ଆସିଯାଆନ୍ତି, ସେତେବେଳେ ଏକ ନୂଆ ପ୍ରଜାତି ଚିହ୍ନଟ ହୁଏ। ନିକଟରେ ଚାଇନାର ସିଚୁଆନରେ ଅବସ୍ଥିତ ୱଲଙ୍ଗ ନ୍ୟାଶନାଲ ନେଚର ରିଜର୍ଭର ଜଣେ ଏକ୍ସପର୍ଟ ଏକ ଅଜବ ପ୍ରକାରର ପାଣ୍ଡା ଦେଖିବାକୁ ପାଇଛନ୍ତି। ସାଧାରଣତଃ ପାଣ୍ଡାର ରଙ୍ଗ କଳା-ଧଳା ହୋଇଥିବାବେଳେ ଏହି ପାଣ୍ଡାର ପୂରା ଶରୀରର ରଙ୍ଗ ଧଳା ଥିଲା। ଏହି ପାଣ୍ଡାର ଫଟୋ ଯାଞ୍ଚ ପରେ ଜଣାପଡ଼ିଲା ଯେ ପାଣ୍ଡାଟି ଆଲ୍‌ବିନୋରେ ପୀଡ଼ିତ ଅଛି। ଆଲ୍‌ବିନୋ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ବ୍ୟକ୍ତିର ଟିସୁରେ ମେଲାନିନ୍‌ର ଅଭାବ ଦେଖାଯାଇଥାଏ। ଫଳରେ ସେମାନେ ସମ୍ପୂର୍ଣ୍ଣ ଧଳା ଦେଖାଯାଆନ୍ତି। କୁହାଯାଉଛି ଯେ ଏହା ବିଶ୍ୱର ଏକମାତ୍ର ଆଲ୍‌ବିନୋ ପାଣ୍ଡା ହୋଇପାରେ। ସିସିଟିଭିରେ ପାଣ୍ଡାର ଏକ ଭିଡିଓ କଏଦ କରାଯାଇଛି। ଯେଉଁଥିରେ ସେ ବରଫରେ ଚାଲୁଥିବା ଦେଖିବାକୁ ମିଳିଛି। ସେହି ପାଣ୍ଡାର ବୟସ ୪ରୁ ୫ ବର୍ଷ ହୋଇଥିବା ଜଣାପଡିଛି। ଚାଇନାର ଏହି ରିଜର୍ଭଟି ବହୁତ ବଡ଼। ସେଥିପାଇଁ ସେଠାରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଅନେକ କ୍ୟାମେରା ଲଗାଯାଇଛି। ଯାହାଫଳରେ ତାଙ୍କ ଧ୍ୟାନ ରଖାଯାଇପାରିବ। ପାଣ୍ଡାଟି ବୁଲୁଥିବାବେଳେ ତା’ ସାଙ୍ଗରେ ଅନେକ ପାଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାଙ୍କ ରଙ୍ଗ ସାଧାରଣ କଳା-ଧଳା ଥିଲା। ଆଲ୍‌ବିନୋ ପାଇଁ ପାଣ୍ଡାକୁ କିଛି ଅସୁବିଧା ନ ଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ତେବେ ସେହି ପାଣ୍ଡାର ମା’ବାପା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri