Posted inଫୁରସତ

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଉପାୟ, ଘରକୁ ଆସିବ ସୁଖ ସମୃଦ୍ଧି

ବୈଶାଖ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ଅକ୍ଷୟ ତୃତୀୟାକୁ ବହୁ ଶୁଭ ମନାଯାଇଥାଏ। ଏହି ଦିନରେ ପୂଜାର୍ଚ୍ଚନା କଲେ ଭକ୍ତକୁ ପୂଣ୍ଣ୍ୟ ମିଳିଥାଏ। ଚଳିତ ବର୍ଷ ଅକ୍ଷୟ ତୃତୀକ୍ଷା ମେ ୭ ମଙ୍ଗଳବାରକୁ ପଡ଼ୁଛି। ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ଜପ, ତପ ଓ ଦାନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ। ଏହି ଶୁଭ ଦିନରେ ଭକ୍ତମାନେ ବିଧି ବିଧାନ ଆନୁଯାୟୀ ପୂଜାର୍ଚ୍ଚନା କରି ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାନ୍ତି। ମା’ ଲକ୍ଷ୍ମୀ ତାଙ୍କୁ ସମୃଦ୍ଧି ଦେବା ସହ ଘର ଧନ ଓ ବୈଭବରେ ପରିପୂର୍ଣ୍ଣ କରିଥାନ୍ତି। ଏଥିସହ ଅକ୍ଷୟ ତୃତୀୟାରେ ଅଳଙ୍କାର କିଣିବାର ମାନ୍ୟତା ରହିଛି। ଏହି ଶୁଭଦିନରେ ସୁନା କିଣିଲେ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସ୍ବତନ୍ତ୍ର ପୂଜା ବିଧି…

* ଧ୍ୟାନ ରଖନ୍ତୁ ଏହି ଦିନ ଲକ୍ଷ୍ମୀ-ନାରାୟଣଙ୍କ ପୂଜା କରିବା ସମୟରେ ଧଳା ପଦ୍ମ ବା ଧଳା ଗୋଲାପ ଫୁଲର ବ୍ୟବାହାର କରିବେ।

*୧୧ କଉଡିକୁ ଏକ ଲାଲ କପଡାରେ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ। ଏଥିସହ ମା’ଲକ୍ଷ୍ମୀଙ୍କୁ  କେଶର ଓ ଲାଲ ଫୁଲରେ ପୂଜାର୍ଚ୍ଚନା କରନ୍ତୁ। ଏହି ସରଳ ଉପାୟ କରିବା ଦ୍ୱାରା ଧନ ପ୍ରାପ୍ତି ହେବା ସହ ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କ ବାସ ହେବ।

* ଅକ୍ଷୟ ତୃତୀୟା ଦିନ ବିଷ୍ଣୁଙ୍କ ପ୍ରିୟ ତୁଳସୀକୁ ପୂଜା କଲେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। କାରଣ ଏହି ଶୁଭ ଦିନରେ ତୁଳସୀକୁ ପୂଜା କଲେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବଜାୟ ରହିବ।

* ଅକ୍ଷୟ ତୃତୀୟାରେ ଦାନର ଅଧିକ ମହତ୍ତ୍ୱ ରହିଛି। ଏହି ଦିନରେ ଆପଣ ଘର ହେଉ କିମ୍ବା ଅଫିସରେ  ଯେଉଁ ସ୍ଥାନରେ ଟଙ୍କା ପଇସା ରଖାଯାଇଥାଏ ସେଠାରେ ଲାଲ କପଡ଼ାରେ ଲାଲ ସିନ୍ଦୁର, ପୂଜାର ଗୁଆ ଓ ମୁଦ୍ରା ବାନ୍ଧି ରଖିଦେବା। ଏଥିସହ ଘରର ମେନ୍‌ଗେଟ ସମ୍ମୁଖର ଡାହାଣ ପାର୍ଶ୍ୱରେ ଘିଅ ଦୀପ ଜଳାଇ ଦିଅନ୍ତୁ। ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସର୍ବଦା ଆପଣଙ୍କ ଉପରେ ମା’ଙ୍କ ଆର୍ଶୀବାଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri