Advertisement

‘ବେଲ୍‌ବଟମ’ ଶୁଟିଂ ସାରି ସ୍କଟ୍‌ଲାଣ୍ଡରୁ ଭାରତ ଫେରିଲେ ଅକ୍ଷୟ

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଇତିମଧ୍ୟରେ ସରିଛି। ଶୁଟିଂ ସାରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଏବଂ ତାଙ୍କ ପୂରା ଟିମ ଭାରତ ଫେରିଛନ୍ତି। ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ବାଣୀ କପୁରଙ୍କ ସହ ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ତାଙ୍କ ପଛରେ ଏକ ଚାର୍ଟାର୍ଡ ବିମାନ ଥିବା ମଧ୍ୟ ନଜର ଆସିଛି।

ଅକ୍ଷୟ କ୍ୟାପଶନ୍‌ ଲେଖିଛନ୍ତି, ଆମେ ବହୁତ ଭାଗ୍ୟବାନ ଯେ, କରୋନା ପରି ମହାମାରୀ ସମୟରେ ଆମେ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଶେଷ କରିଛୁ। ଅକ୍ଷୟଙ୍କ ସହ ତାଙ୍କ ପୂରା ଟିମ୍‌ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ କରିବାକୁ ସ୍କଟ୍‌ଲାଣ୍ଡ ଯାଇଥିଲେ। ଏହା ହେଉଛି ପ୍ରଥମ ଫିଲ୍ମ ଯାହା କରୋନା ସମୟରେ ଶୁଟିଂ ଶେଷ ହୋଇଛି।

ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ ବାଣୀ କପୁର, ହୁମା କୁରେସି, ଲାରା ଦତ୍ତ, ଜ୍ୟାକି ଭଗନାନୀ ନଜର ଆସିବେ। ରଞ୍ଜିତ ଏମ୍‌ ତିଓ୍ବାରୀ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ଆସନ୍ତା ବର୍ଷ ଏପ୍ରିଲ ୨ରେ ରିଲିଜ୍‌ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ସ୍ବୀକାର କଲେ ଉର୍ଫି

ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍‌ ଫାଇଟ୍‌ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ...

ଟୁଇଟ୍‌କୁ ନେଇ ଫସିଲେ କଙ୍ଗନା

ମୁମ୍ବାଇ, ୧୮ା୧୦: ସୋସିଆଲ ମିଡିଆରେ ଏକ ଟୁଇଟ୍‌କୁ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଓ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲ ଫସିଯାଇଛନ୍ତି। ସେମାନଙ୍କ ଟୁଇଟ୍‌ ମାରାତ୍ମକ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚୈତନ୍ୟ ପ୍ରସିଦ୍ଧ ସୁପରଷ୍ଟାର ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ...

୩୫ ବର୍ଷରେ ଅଙ୍କିତା: ୬ ବର୍ଷ ଲିଭ୍‌ଇନ୍‌ ପରେ ସୁଶାନ୍ତଙ୍କ ସହିତ ହୋଇଥିଲା ବ୍ରେକ୍‌ଅପ୍‌

ମୁମ୍ବାଇ: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର...

ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ...

ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର...

କପିଲଙ୍କ ଶୋ’ରୁ ଭାରତୀ ଆଉଟ୍‌ !

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ...

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ହାତ ଧରିଲେ ଅଭିନେତ୍ରୀ ଝିଲିକ୍‌

ଭୁବନେଶ୍ୱର: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର...

Advertisement
Archives

Model This Week