Posted inଫୁରସତ

ଝିଅକୁ ଭୋକ ଲାଗିବାରୁ ପରିବାରକୁ ସହିବାକୁ ପଡ଼ିଲା ୨ କୋଟି ୫୬ ଲକ୍ଷର କ୍ଷତି

ମହାମାରୀ କରୋନା ଯୋଗୁ ଯେବେଠାରୁ ଳକ୍‌ଡାଉନ୍‌ ଜାରି ହୋଇଛି ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। ରବିବାର ପରି ସବୁଦିନ ଏବେ ଛୁଟିପରି ମନେ ହେଉଛି। ଛାତ୍ରୀଛାତ୍ରଙ୍କ କଥା କହିଲେ ସେମାନଙ୍କ ଟାଇମଟେବୁଲ ପୁରା ବଦଳିଯାଇଛି। ଦିନସାରା ସେମାନେ ଶୋଉଥିବା ବେଳେ ରାତିରେ ଉଜାଗର ରହୁଛନ୍ତି। ଏମିତିରେ ରାତି ଅଧରେ ସେମାନଙ୍କୁ ଭୋକ ହେଉଛି। ଝିଅକୁ ରାତି ଅଧରେ ଭୋକ ଲାଗିବାରୁ ଏହାର କ୍ଷତି ପୂରା ପରିବାରକୁ ସହିବାକୁ ପଡ଼ିଛି। ଏମିତି ଏକ ଘଟଣା ଘଟିଛି ସିଡ୍‌ନୀରେ।
୫୫ ବର୍ଷୀୟା ଲିଣ୍ଡା ବରେଟ ନିଜର ୩ ନାବାଳିକା ଝିଅଙ୍କ ସହ ରୁହନ୍ତି। ୧୫ ବର୍ଷର ଝିଅକୁ ରାତି ଅଧରେ ଭୋକ ଲାଗିବାରୁ ସେ କାହାକୁ ନିଦରୁ ନ ଉଠାଇ ରେଷେଇ ଘରକୁ ଯାଇଥିଲେ। ଚିପ୍ସ ଛାଣିବା ପାଇଁ ନିଆଁରେ ତେଲ କଡାଇ ବସାଇଥିଲେ। ମାତ୍ର ନାବାଳିକାଙ୍କ ଅସାବଧାନତା ଯୋଗୁ ତେଲ କଡ଼େଇରେ ନିଆଁ ଲାଗିଯାଇଥିଲା। ପରେ ପୁରା ଘର ଜଳିଯାଇଥିଲା। ମାତ୍ର ଲିଣ୍ଡା ଏବଂ ତାଙ୍କର ୩ ଝିଅ ସୁରକ୍ଷୀତ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଅୟତ୍ତ କରିଥିଲେ। ଏଥିପାଇଁ ସେମାନଙ୍କୁ ତାଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ଲିଣ୍ଡାଙ୍କର ୨ କୋଟି ୫୬ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ...

ଅଦୃଶ୍ୟ କାରିଗରି: ସୋୟା ସସ୍‌ ଢାଳିଲେ ଝଲସି ଉଠେ ଚମତ୍କାର ପେଣ୍ଟିଂ

ଆଜିକାଲି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଘର, ରାସ୍ତାଘାଟ ଏମିତିକି ଖାଦ୍ୟରେ ବି ଥ୍ରୀଡି ପେଣ୍ଟିଂ କରାଯାଉଛି। ତେବେ ଜାପାନର ଏକ ଡିଜାଇନ୍‌ ଷ୍ଟୁଡିଓ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି...

ଭାରତର ଏହି ସ୍ଥାନକୁ ଆଜି ବି ଯିବାଆସିବା କରିଥାନ୍ତି ଏଲିଏନ୍ସ

ଆଜି ମଧ୍ୟ ଏଲିଏନ୍ସମାନେ ପୃଥିବୀର କୌଣସି ନା କୌଣସି ସ୍ଥାନକୁ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି। କିନ୍ତୁ ଏହା...

ଯାଁଳା ଭାଇଙ୍କୁ ବିବାହ କଲେ ଯାଁଳା ଭଉଣୀ, ଏବେ ଏକାସାଙ୍ଗରେ ହେବେ ମା

ଓ୍ବାଶିଂଟନ: ଆମେରିକାରେ ଯାଁଳା ଭଉଣୀ ଯାଁଳା ଭାଇଙ୍କୁ ବିବାହ କରିଛନ୍ତି। ବ୍ରିଟେନୀ ଏବଂ ବ୍ରାୟନା ନାମକ ଦୁଇ ଯାଁଳା ଭଉଣୀ ଦୁଇ ଯାଁଳା ଭାଇ ଜୋଶ...

‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…

କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ...

ମିଳିଲା ୧୦୦ ବର୍ଷର ଲଭ୍‌ ଲେଟର, ଏଥିରେ ଲେଖା ଥିଲା…

ବ୍ରିଟେନରେ ଜଣେ ନାବାଳକ ତାଙ୍କ ଘରୁ ଏକ ଲଭ୍‌ ଲେଟର ପାଇଛନ୍ତି। ଯାହାକି ୧୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଏହି ଲଭ୍‌ ଲେଟରରେ ଗୁପ୍ତ...

Advertisement


Archives

Model This Week