ସେପ୍ଟେମ୍ବରରେ ହେବ ‘ଇନ୍‌ଟୁ ଦ ଓ୍ବାଇଲ୍ଡ’ର ପ୍ରିମିୟର

ମୁମ୍ବାଇ: ଡିସକଭରି ଚ୍ୟାନେଲର ଲୋକପ୍ରିୟ ଶୋ’ ‘Into The Wild with Bear Grylls’କୁ ଅପେକ୍ଷା ରଖିଛନ୍ତି ଦର୍ଶକେ। ତେବେ ଦର୍ଶକଙ୍କର ଉତ୍ସୁକତାକୁ କମ୍‌ କରିବାକୁ ବଲିଉଡ୍‌ ନାୟକ ଅକ୍ଷୟ କୁମାର ଶୋ’ର ପ୍ରିମିୟର ଡେଟ୍‌ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ବିୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ବୁଲୁଥିବା ଅବସ୍ଥାରେ ଶୋ’ର ଟ୍ରେଲରକୁ ଦେଖାଇଛନ୍ତି। ୧୦ ଦିନ ପରେ ଡିସକଭରି ଚ୍ୟାନେଲରେ ଅର୍ଥାତ୍‌ ୧୧ ସେପ୍ଟେମ୍ବରରେ ଏହାର ପ୍ରିମିୟର ହେବ। ଏହାପରେ ସେପ୍ଟେମ୍ବର ୧୪ରେ ଏହାକୁ ଟେଲିଭିଜନରେ ପ୍ରସାରଣ କରାଯିବ। ଭିଡିଓ ଶେୟାର କରିବା ସହ ଅକ୍ଷୟ ବିୟରଙ୍କ ସହ ଏକ ଅନୁଭୁତି କଥା କହିଛନ୍ତି। ଅକ୍ଷୟ ଲେଖିଛନ୍ତି ଉକ୍ତ ଶୋ’ର ପ୍ରଥମ ଚ୍ୟାଲେଞ୍ଜକୁ ମୁଁ କଳ୍ପନା କରିଥିଲି। ହେଲେ ବିୟର ମୋତେ ଏଲିଫ୍ୟାଣ୍ଟ ପୁପୁ ଚା’ରେ ବିଲକୁଲ ଚମକାଇ ଦେଇଥିଲେ। ଟ୍ରେଲରରେ ଏହି ସିନ୍‌ ରହିଛି। ଏମିତିତ ଅକ୍ଷୟ କୁମାର ବଲିଉଡ୍‌ର ଫିଟ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ। ତାଙ୍କ ଫିଟନେସ୍‌ ସମ୍ପର୍କରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଏମିତିବି ତାଙ୍କୁ ବଲିଉଡ୍‌ର ଖିଲାଡି ବୟ ମଧ୍ୟ କୁହାଯାଇଥାଏ। ଅବଶ୍ୟ ‘Into The Wild with Bear Grylls’ ଶୋ’ରେ ଅକ୍ଷୟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ଅନ୍ତର୍ଜାତୀୟ ଶୋ’ରେ ନଜର ଆସିବାରେ ଅକ୍ଷୟ ହେଉଛନ୍ତି ତୃତୀୟ ଭାରତୀୟ। ଏହାପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଢି ପିନ୍ଧିବାରେ କୌଣସି ଅସୁବିଧା ନାହିଁ

ଅଭିନେତା ଅକ୍ଷୟ କୁମାର ୨୦୧୯ରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୨୦୨୦ରେ ମଧ୍ୟ ତାଙ୍କ ଅଭିନୀତ ଅନେକ ଫିଲ୍ମ ପରଦାକୁ ଆସିବ। ପୃଥୀରାଜ୍‌,...

ଆମିରଙ୍କୁ ପରୋକ୍ଷରେ କଟାକ୍ଷ! ବିବେକ କହିଲେ ‘୬୦ ବର୍ଷର ହିରୋ, ୩୦ ବର୍ଷୀୟା ଅଭିନେତ୍ରୀଙ୍କ ସହ…

ବମ୍ବେ: ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହିଛି ଆମିର ଖାଁ ଏବଂ କରିନା କପୁର ଖାଁ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢ୍ଢା’। ପ୍ରଥମେ ଫିଲ୍ମକୁ...

ବିଜୟଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ରଶ୍ମିକା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି। ଉଭୟ ଅନେକ ଥର ଏକାଠି ନଜର ଆସିଛନ୍ତି।...

ରାଗରେ ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଇଶା, ଆଉ ତା’ ପରେ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ଏହି କାରଣରୁ,...

ଭୋ ଭୋ ହୋଇ କାନ୍ଦି ସ୍ବାମୀଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ଉପସ୍ଥାପିକା ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଳଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସ୍ବାମୀଙ୍କ ହଠାତ୍‌ ମୃତ୍ୟୁକୁ...

ପ୍ରଥମେ କରୁଥିଲେ ବିରୋଧ,ଏବେ କରୁଛନ୍ତି ପ୍ରଶଂସା…

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବକ୍ସ ଅଫିସରେ ସଫଳତା ପାଇବାରେ ଲାଗିଛି। ଯେଉଁମାନେ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ବିରୋଧ କରୁଥିଲେ, ଏବେ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀମାନେ ଥିଲେ ଗର୍ଭବତୀ !

ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଜାଣନ୍ତୁ କେଉଁମାନଙ୍କ ନାମ ଏହି ଚର୍ଚ୍ଚାର ପରିସରକୁ ଆସିଥିଲା। ଶ୍ରୀଦେବୀ :...

ଅମିତାଭଙ୍କ ଫିଟ୍‌ନେସ୍‌ର ରାଜ୍‌

ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ସେଲିବ୍ରିଟିମାନଙ୍କ ପାଇଁ ଫିଟ ରହିବା ଏକ ବଡ଼ ଆହ୍ବାନ। ଏଥିପାଇଁ ସେମାନଙ୍କୁ ନିଜ ପ୍ରିୟ ଖାଦ୍ୟ ତ୍ୟାଗ କରିବାକୁ ପଡେ।...

Advertisement
Archives

Model This Week