‘ହଓ୍ବୋନ୍‌’ର ଶୁଟିଂ ଆରମ୍ଭ କଲେ ଅକ୍ଷୟ

ମୁମ୍ବାଇ: ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ‘ହଓ୍ବୋନ୍‌’ର ଶୁଟିଂ କେରଳର କୋଚିରେ ଆରମ୍ଭ ହୋଇଛି। ଏନେଇ ରବିବାର ଅଭିନେତା ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଫିଲ୍ମ ଶୁଟିଂବେଳର ଏକ ବିହାଇଣ୍ଡ ଦି ସିନ୍‌ (ବିଟିଏସ୍‌) ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଅକ୍ଷୟଙ୍କ ସହ ଅଭିନେତା ସୈଫ୍‌ ଅଲି ଖାନ୍‌, ଫିଲ୍ମ ନିର୍ମାତା ପ୍ରିୟଦର୍ଶନ ଏବଂ ଫିଲ୍ମର ଅନ୍ୟାନ୍ୟ କ୍ରିଉ ସଦସ୍ୟ ନଜରକୁ ଆସିଛନ୍ତି। କ୍ୟାପ୍‌ଶନ୍‌ରେ ଅକ୍ଷୟ ଲେଖିଛନ୍ତି, ପ୍ରିୟଦର୍ଶନଙ୍କ ସହ ଆଉ ଏକ ଫିଲ୍ମର ଶୁଟିଂ ଆରମ୍ଭ କଲି। ପ୍ରାୟ ୧୮ ବର୍ଷ ପରେ ସୈଫ୍‌ଙ୍କ ସହ କାମ କରିବା ଆରମ୍ଭ କରିଛି, ଯାହାର ଅନୁଭୂତି ଅତ୍ୟନ୍ତ ନିଆରା। ଆସନ୍ତା ଏପ୍ରିଲ ୨ରେ ‘ହଓ୍ବୋନ୍‌’ ଫିଲ୍ମ ରିଲିଜ୍‌ ହେବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଏକଦା ବଲିଉଡ୍‌ର ସୁପରହିଟ୍‌ ଯୋଡ଼ି କୁହାଯାଉଥିବା ଅକ୍ଷୟ ଏବଂ ସୈଫ୍‌ ପ୍ରାୟ ୧୮ ବର୍ଷ ପରେ ପୁଣିଥରେ କୌଣସି ଫିଲ୍ମରେ ଏକାଠି ମିଶି କାମ କରୁଛନ୍ତି। ଶେଷଥର ପାଇଁ ୨୦୦୮ରେ ରିଲିଜ୍‌ ହୋଇଥିବା ‘ଟଶନ’ ଫିଲ୍ମରେ ଉଭୟ ତାରକା ଏକାଠି ନଜରକୁ ଆସିଥିଲେ। ମେଁ ଖିଲାଡ଼ି ତୁ ଅନାଡ଼ି (୧୯୯୪), ୟେ ଦିଲାଗି (୧୯୯୪), ତୁ ଚୋର ମେଁ ସିପାହି (୧୯୯୬), କିମତ୍‌ (୧୯୯୮) ଆଦି ଫିଲ୍ମରେ ସୈଫ୍‌ ଓ ଅକ୍ଷୟଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri