Posted inଜାତୀୟ

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ ମଧ୍ୟରୁ ଭାଜପା ୭ ଏବଂ ସମାଜବାଦୀ ପାର୍ଟିରୁ ଏଥର ତିନିଜଣ ନେତାଙ୍କୁ ରାଜ୍ୟ ସଭାକୁ ପଠାଯିବାର ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କୁ ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ପଠାଉଛି।

ଏହା ଦ୍ୱାରା ରାଜ୍ୟ ସଭାରେ ସମାଜବାଦୀ ପାର୍ଟିର ପତିଆରା ଜାହିର ହୋଇ ପାରିବ ବୋଲି ଅଖିଳେଶ ଚିନ୍ତା କରୁଛନ୍ତି। ଏଥିସହିତ ଦଳ ଭିତରେ ଚାଲିଥିବା ଆଭ୍ୟନ୍ତରୀଣ ରାଜନୀତିକୁ ମଧ୍ୟ ଶେଷ କରିବାରେ ଏହା ସଫଳ ହେବ। ସମାଜବାଦୀ ପାର୍ଟି ଆଜାମ ଖାନ ଏବଂ ଶିବପାଲ ଯାଦବଙ୍କ ବିଦ୍ରୋହୀ ମନୋଭାବ ନେଇ ବର୍ତ୍ତମାନ ଅସୁବିଧାରେ ପଡିଛି। ଏଭଳି ପରିସ୍ଥିତିରେ କପିଲ ସିବଲ ତାଙ୍କୁ ମନାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିପାରନ୍ତି।

ଆଜମ୍‌ ଖାନ ୨୭ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି। ତାଙ୍କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଓକିଲ କପିଲ ସିବଲ କୋର୍ଟରେ ହାଜର କରିଛନ୍ତି। ଦାବି ହେଉଛି ଯେ ଆଜମ ଖାନଙ୍କୁ ରକ୍ଷା କରିବା ପାଇଁ କପିଲ ସିବଲ ସମାଜବାଦୀ ପାର୍ଟି ଦ୍ୱାରା ପ୍ରସ୍ତୁତ ହୋଇଥିଲେ।

ଏଭଳି ପରିସ୍ଥିତିରେ କପିଲ ସିବଲଙ୍କୁ ଦଳ ତରଫରୁ ଆଜାମ ଖାନଙ୍କୁ ମନାଇବା ଦାୟିତ୍ୱ ଦିଆଯାଇପାରେ। ଯଦି ସେ ଏଥିରେ ସଫଳ ହୁଅନ୍ତି, ତେବେ ପୁରସ୍କାର ସ୍ବରୂପ ରାଜ୍ୟସଭାକୁ ପଠାଯିବ। ଆଜମ୍‌ ମଧ୍ୟ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କପିଲ ସିବଲଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ହେବାକୁ ଯୋଗ୍ୟ ବୋଲି କହିଛନ୍ତି।

ସମାଜବାଦୀ ପାର୍ଟି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦଳର ନେତାଙ୍କ ମାମଲାରେ କପିଲ ସିବଲଙ୍କଠାରୁ ସହାୟତା ନେଇଥାଏ। ଯେତେବେଳେ ସମାଜବାଦୀ ପାର୍ଟିରୁ କପିଲ ସିବଲଙ୍କୁ ରାଜ୍ୟସଭାକୁ ପଠାଇବା ବିଷୟରେ ଆଜମ ଖାନଙ୍କୁ ପଚରାଯାଇଥିଲା, ସେ କହିଥିଲେ ଯେ ଏହା ଏକ ଭଲ କଥା। ସେ ଏଥି ପାଇଁ ଯୋଗ୍ୟ। ଯଦି କପିଲ ସିବଲଙ୍କୁ ରାଜ୍ୟସଭାକୁ ପଠାଯାଏ, ଯଦି କେହି ଅଧିକ ଖୁସି ହେବେ, ତେବେ ମୁଁ ହେବି ବୋଲି ଆଜମ୍‌ କହିଥିଲେ।

ଏହା ସହିତ କପିଲ୍‌ଙ୍କୁ ରାଜ୍ୟ ସଭାକୁ ପଠାଇ ଅଖିଳେଶ ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ: ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତରେ ସାମିଲ ଥିବା ୟୁପି ପୋଲିସର ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ ଶନିବାର ଆତ୍ମହତ୍ୟା କରିଛନ୍ତି। ଖବରପାଇ ପୋଲିସ ମୃତଦେହ...

ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ

ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍‌ ଗାୟକ ହିମେଶ୍‌ ରେଶମିୟାଙ୍କ...

ଅଗଷ୍ଟରେ ବେରୋଜଗାରୀ ହାର ୮.୩%କୁ ବୃଦ୍ଧି

ନୂଆଦିଲ୍ଲୀ,୨ା୯:ଅଗଷ୍ଟରେ ଭାରତରେ ବେରୋଜଗାରୀ ହାର ୮.୩ %କୁ ବୃଦ୍ଧି ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। ଏହି ମାସରେ ନିଯୁକ୍ତି ୨ ନିୟୁତ ହ୍ରାସ ପାଇ...

କଂଗ୍ରେସର ୮ ବିଧାୟକ ସାମ୍ବିଧାନିକ ନିୟମ ଅନୁଯାୟୀ ଭାଜପାରେ ହୋଇଛନ୍ତି ସାମିଲ: ଗୋଆ ବାଚସ୍ପତି…

ପଣଜୀ,୧୨।୧୦ : ନିକଟରେ ଗୋଆରେ ଆଠ ଜଣ କଂଗ୍ରେସ ବିଧାୟକଙ୍କ ଭାଜପାରେ ଯୋଗଦାନ ସମ୍ପର୍କରେ ଗୋଆ ବିଧାନସଭା ବାଚସ୍ପତି ରମେଶ ତାଭଡକର ଏକ ବଡ଼ ବିବୃତ୍ତି...

ପୁଣି ଥରିଲା ଆସାମ

ଦିସ୍‌ପୁର,୩୦।୫: ପୁଣି ଥରିଛି ଆସାମ। ରବିବାର ଅପରାହ୍ନରେ ଆସାମର ସୋନିତପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ଜାତୀୟ ଭୂକମ୍ପ...

ନୂଆବର୍ଷ ପାଳନ: ବେଙ୍ଗାଲୁରୁରେ ୭ ହଜାର ସୁରକ୍ଷାକର୍ମୀ ମୁତୟନ

ବେଙ୍ଗାଲୁରୁ,୩୦।୧୨: ନୂଆବର୍ଷ ପାଳନ ପାଇଁ ବେଙ୍ଗାଲୁରୁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଅଞ୍ଚଳରେ ୭ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଆବଶ୍ୟକ...

ପାର୍ବଣରେ ରକ୍ତପାତ ଚକ୍ରାନ୍ତରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪।୯: ଆଗକୁ ଆସୁଥିବା ପାର୍ବଣରେ ବିଭିନ୍ନ ରାଜ୍ୟରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ। ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି ଦିଲ୍ଲୀ...

ଚୁକ୍ତି ରଦ୍ଦ କରିପାରେ ପ୍ରସାର ଭାରତୀ

ନୂଆଦିଲ୍ଲୀ,୨୮ା୬: ଚାଇନା ରାଷ୍ଟ୍ରଦୂତ ସହିତ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ବିବାଦୀୟ ସାକ୍ଷାତ୍‌କାର ପରିପ୍ରେକ୍ଷୀରେ ଉକ୍ତ ନ୍ୟୁଜ୍‌ ଏଜେନ୍ସି ସହ ଚୁକ୍ତିନାମାର ସମୀକ୍ଷା କରୁଛି...

Advertisement
Archives

Model This Week