Posted inଜାତୀୟ

ଏସ୍‌ପି ବିଧାୟକଙ୍କ ସହ ବସିବାକୁ ଚାହୁଁନାହାନ୍ତି ଶିବପାଲ: ଆସନ ବଦଳାଇବାକୁ କଲେ ଦାବି

ଲକ୍ଷ୍ନୌ,୨୫।୫: ଗତ କିଛି ଦିନରୁ ସମାଜବାଦୀ ପାର୍ଟି(ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କକା ଶିବପାଲ ଯାଦବଙ୍କ ମଧ୍ୟରେ ଲାଗିରହିଥିବା ଦୂରତା ଏବେ ବଢ଼ିବାରେ ଲାଗିଛି। ବେଳକୁ ବେଳ ଏହା ସର୍ବସମ୍ମୁଖରେ ପରିଲକ୍ଷିତ ହେବାରେ ଲାଗିଛି। ଇତିମଧ୍ୟରେ ଶିବପାଲଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏସ୍‌ପି ବିଧାୟକଙ୍କ ସହ ସେ ବସିବାକୁ ଚାହୁ ନ ଥିବା ଜଣାପଡ଼ିଛି। ଏଥିପାଇଁ ସେ ଆସନ ବଦଳାଇବାକୁ ଦାବି କରି ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କୁ ଏକ ଚିଠି ଲେଖିଛନ୍ତି। ତାଙ୍କ ବରିଷ୍ଠତାକୁ ଦୃଷ୍ଟିରେ ରଖି ଏକ ନୂତନ ଆସନ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଶିବପାଲ। ସୂଚନାଯୋଗ୍ୟ, ଚଳିତ ଥର ସମସ୍ତ ବିଧାୟକଙ୍କ ଆସନ ସ୍ଥିର କରାଯାଇଛି। ଶିବପାଲ ଯାଦବଙ୍କ ଆସନ ଏସ୍‌ପି ବିଧାୟକ ମନୋଜ ପାରସ ଏବଂ ଅବଦୁଲ୍ଲା ଆଜମଙ୍କ ସହ ରହିଛି। ସେହିପରି ବିରୋଧୀଦଳର ନେତା ଅଖିଳେଶ ଯାଦବଙ୍କ ଧାଡ଼ି ପଛରେ ଶିବପାଲ ଯାଦବଙ୍କ ଆସନ ରହିଛି। ଏବେ ଶିବପାଲ ଯାଦବ ତାଙ୍କ ଆସନ ବଦଳାଇବାକୁ ଦାବି କରିଛନ୍ତି। ଶିବପାଲ ଯାଦବଙ୍କ ବ୍ୟତୀତ ୧୨ଏସ୍‌ପି ବିଧାୟକ ମଧ୍ୟ ଆସନ ବଦଳାଇବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ସେମାନଙ୍କୁ ଦିଆଯାଇଥିବା ସିଟ୍‌ରେ ବସିବା କଷ୍ଟକର ହୋଇପଡୁଛି। ସୂଚନା ମୁତାବକ, ଉତ୍ତରପ୍ରଦେଶ ବିଧାନସଭା ଚଳିତ ଥର ପେପରଲେସ୍‌ ହୋଇଛି। ବର୍ତ୍ତମାନ ଟାବଲେଟରୁ ଗୃହର ପ୍ରକ୍ରିୟା ଚାଲିଛି। ସେଥିପାଇଁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଆସନରେ ଟାବଲେଟ ଲଗାଯାଇଛି। ତେଣୁ ସେହି ଅନୁଯାୟୀ ସମସ୍ତଙ୍କୁ ସିଟ୍‌ ବଣ୍ଟନ କରାଯାଇଛି। କାରଣ ସଂପୃକ୍ତ ବିଧାୟକଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଲଗ୍‌ ଇନ ପାସୱାର୍ଡ ସହିତ ଟ୍ୟାବଲେଟ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଆସନ ପରିବର୍ତ୍ତନ ହେଲେ, ସେମାନଙ୍କର ଟାବଲେଟକୁ ମଧ୍ୟ ହଟାଇବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?