Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ସହ ସାକ୍ଷାତ ପୂର୍ବରୁ ସାମ୍ନାକୁ ଆସିଲା ଅଖିଳେଶଙ୍କ ବୟାନ, ବୈଠକକୁ ନେଇ କହିଲେ ଏଭଳି…

ଲକ୍ଷ୍ନୌ, ୭।୬: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛି। ବୁଥ ସ୍ତର ପର୍ଯ୍ୟନ୍ତ ଦଳକୁ ମଜବୁତ କରିବା ପାଇଁ ଏସପିର ପ୍ରଶିକ୍ଷଣ ଶିବିର ଚାଲିଛି, ଯେଉଁଥିରେ ବୁଥ ମ୍ୟାନେଜମେଣ୍ଟ ଠାରୁ ଆରମ୍ଭ କରି ଦଳକୁ ମଜବୁତ କରିବା ପର୍ଯ୍ୟନ୍ତ ସୂଚନା ଦିଆଯାଉଛି। ସେପଟେ ଏସପି ଜାତୀୟ ସଭାପତି ଅଖିଳେଶ ଯାଦବ ଭାଜପା ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଭାଜପାକୁ ଗଣତନ୍ତ୍ର ଏବଂ ସମ୍ବିଧାନକୁ ହତ୍ୟା କରିଥିବା ଦଳ ବୋଲି କହିଛନ୍ତି। ସେ କହିଛନ୍ତି ଭାଜପା ସମ୍ବିଧାନ ପ୍ରତି ଗୁରୁତ୍ୱ ଦେଉନାହିଁ।

ଅଖିଳେଶ କହିଛନ୍ତି, ଭାଜପା ଗଣତନ୍ତ୍ର ଏବଂ ସମ୍ବିଧାନକୁ ହତ୍ୟା କରିଛି। ସେମାନେ ଗଣତନ୍ତ୍ର ବିଷୟରେ ଚିନ୍ତା କରନ୍ତି ନାହିଁ । ଯଦି କୌଣସି ସମ୍ବିଧାନ ନାହିଁ ତେବେ ଲୋକମାନେ କିପରି ନ୍ୟାୟ ପାଇବେ। ସରକାର ପ୍ରତ୍ୟେକ ସୀମା ଅତିକ୍ରମ କରିଛନ୍ତି। ପ୍ରଶାସନ ଆଇନ ସମସ୍ତଙ୍କ ସହିତ ଅଛି । ଏମ୍‌ପିମାନେ କିଛି କରିଲେବି, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଏସପି ସଭାପତି କହିଛନ୍ତି, ଭାଜପାର ଏହି ମନୋଭାବ ଯୋଗୁଁ ଲୋକଙ୍କ ଜାଗରଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପୁଜିଛି। ସେ କହିଛନ୍ତି ଯେ, ଲୋକ ଜଗରଣ ଅଭିଯାନ ଅଧୀନରେ ଜିଲା ତଥା ଲୋକ ସଭା ନିର୍ବାଚନମଣ୍ଡଳୀରେ କ୍ରମାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଲୋକଙ୍କୁ ଆଗାମୀ ସମୟର ଆହ୍ବାନ ବିଷୟରେ ଅବଗତ କରାଯିବ। ସମାଜବାଦୀ ପାର୍ଟି କର୍ମୀମାନେ ଲୋକଙ୍କୁ ଭେଟିବେ। ଆମେ ଆମର ସଂଗଠନ ପ୍ରସ୍ତୁତ କରିବୁ। ଯେଉଁଠାରେ ସମାଜବାଦି ପାର୍ଟି ଦୁର୍ବଳ, ସେଠାରେ ଲୋକଙ୍କୁ ସାମିଲ କରାଯିବ। ଏହି ଅଭିଯାନ ମାଧ୍ୟମରେ ଏହାର କାର୍ଯ୍ୟକ୍ରମ ଏବଂ ନୀତି ଜନସାଧାରଣଙ୍କ ନିକଟକୁ ନିଆଯିବ। ଅଖିଳେଶ ଯାଦବ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଅଖିଳେଶ କହିଛନ୍ତି, ଦିଲ୍ଲୀର ଅନେକ ପ୍ରଶ୍ନ ଅଛି। ସେମାନଙ୍କର ଅଧିକାରକୁ ତାଙ୍କ ପାଖରୁ ନିଆଯାଉଛି। ଏହି ବିଷୟରେ ଆଜି ଏକ ବୈଠକହେବ। କଣ ହେବ ବର୍ତ୍ତମାନ କହିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?