Posted inଫୁରସତ

ଆକାଶଦୀପ

କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ
ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ ସ୍ଥାପନାକୁ ନେଇ ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପୂର୍ବଜଙ୍କ ଶୁଭଦୃଷ୍ଟି ରହିବା ସହ ପରିବାରରେ ସୁଖ ସମୃଦ୍ଧି ଆସିବ…
ଭାରତୀୟ ସଂସ୍କୃତିରେ କୌଣସି ଧାର୍ମିକ ଓ ସାମାଜିକ କାର୍ଯ୍ୟର ଆରମ୍ଭରେ ପ୍ରଥମେ ଦୀପ ପ୍ରଜ୍ୱଳନ କରାଯାଇଥାଏ। ସାଧାରଣତଃ ଦେବୀଦେବତାଙ୍କ କୃପାଲାଭ ଉଦ୍ଦେଶ୍ୟରେ ସକାଳେ ଓ ସନ୍ଧ୍ୟାରେ ଦୀପ ପ୍ରଜ୍ୱଳନ କରାଯାଏ। ମାତ୍ର କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉଁରାମୂଳେ ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ ସ୍ଥାପନାରେ ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପୂର୍ବଜଙ୍କ ଶୁଭଦୃଷ୍ଟି ରହିବା ସହ ଜୀବନରେ ସୁଖ ସମୃଦ୍ଧି ଆସିବ।
ଦୀପ ମାଟି ହେଉ କି ପିତ୍ତଳର ଏଥିରେ ତୈଳ କିମ୍ବା ଘୃତ ରଖାଯାଇ ସେଥିରେ ଥିବା ସଳିତାରେ ଅଗ୍ନି ସଂଯୋଗ କରାଯାଇଥାଏ। କୁହାଯାଏ ଦୀପଦାନ ମହାପୁଣ୍ୟ। ଏହା ଆମ ସାମାଜିକ, ଆଧାତ୍ମିକ ଓ ସାଂସ୍କୃତିକ କାଯର୍‌ୟ ସହିତ ଜଡ଼ିତ। ବିଶେଷକରି ପବିତ୍ର କାର୍ତ୍ତିକ ମାସରେ ବ୍ରତଧାରୀମାନେ ପ୍ରାତଃ ସ୍ନାନ, ଜପ, ତପ, ଦାନ, ଧର୍ମ, କର୍ମ ଓ ଭୋଜନ ଆଦିରେ ପବିତ୍ରତା ଅବଲମ୍ବନ କରିଥାନ୍ତି। ରାଇଦାମଦର, ତୁଳସୀମାହାତ୍ମ୍ୟ ଓ ଭାଗବତ ଆଦି ପୁରାଣଶାସ୍ତ୍ର ଶୁଣନ୍ତି । ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି-ତୁଳସୀ ଚଉଁରାମୂଳେ ଦୀପଜଳେ। ହିନ୍ଦୁମାନଙ୍କର ବିଶ୍ୱାସ ଦୀପ ବ୍ରହ୍ମାଣ୍ଡର ଆଧାର। ଦୀପରେ ଥିବା ତୈଳ ବା ଘୃତ ହେଉଛି ଶକ୍ତି, ସଳିତା ହେଉଛି ବ୍ରହ୍ମ ଏବଂ ଏହି ବ୍ରହ୍ମରେ ଅଗ୍ନି ସଂଯୋଗକଲେ ଯେଉଁ ଆଲୋକ ସୃଷ୍ଟିକରେ ତାହା ଅଜ୍ଞାନରୂପକ ଅନ୍ଧାରକୁ ଦୂରକରେ। ସୃଷ୍ଟି ଯେଉଁ ପଞ୍ଚ ମହାଭୂତ ଉପରେ ପ୍ରତିଷ୍ଠିତ ସେଥିମଧ୍ୟରୁ ତେଜ ବା ଅଗ୍ନି ଅନ୍ୟତମ। ତେଣୁ କୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ବ୍ରହ୍ମସ୍ବରୂପ ଅଗ୍ନିକୁ କେନ୍ଦ୍ରିଭୂତ କରିବା ପାଇଁ ଦୀପ ପ୍ରଜ୍ୱଳନ କରାଯାଇଥାଏ। ମାତ୍ର ଏହି ମାସରେ ପାଞ୍ଚ ପ୍ରକାରର ଦୀପ ଦାନ କରିବା ଶାସ୍ତ୍ରରେ ରହିଛି। ସେଗୁଡ଼ିକ ହେଲା- କୂଳଦୀପ, ଅଖଣ୍ଡଦୀପ, ଶିଖରଦୀପ, ମହାଦୀପ ଓ ଆକାଶଦୀପ। ଭଗବାନ ରୁଦ୍ରଙ୍କୁ ପ୍ରଣାମକରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆକାଶଦୀପ ଜଳାଯାଇଥାଏ। ଏହି ମାସରେ ମନ୍ଦିରବେଢ଼ା, ତୁଳସୀଚଉଁରା ପାଶେ ଆକାଶଦୀପ ପ୍ରଜ୍ୱଳନ କରାଯାଇଥାଏ।
ଆକାଶଦୀପର ବିଧିବିଧାନ-: କୁମାରପୂର୍ଣ୍ଣିମା ପରଠାରୁ କାର୍ତ୍ତିକ ପୂର୍ଣ୍ଣିମାଯାଏ ଏହି ମାସକୁ ଖୁବ୍‌ ପବିତ୍ର ଭାବରେ ଗଣାଯାଏ। ପୁରାଣ ବିଷାରଦ ମନୋରଞ୍ଜନ କର କୁହନ୍ତି, ‘ଆକାଶଦୀପ ପ୍ରତିଷ୍ଠା ପାଇଁ ଏକ ଅଠର ହାତ ଲମ୍ବର ବାଉଁଶକୁ ସଂଗ୍ରହ କରାଯାଇଥାଏ। ବରକୋଳି ଡାଳ, ଗୁଆ, ହରିଡ଼ା, କଳା ମାଟିହାଣ୍ଡି, ଦଉଡ଼ି, ଦୀପ, ବାଲି, ସଳିତା, ଘିଅ ଆବଶ୍ୟକ ହୋଇଥାଏ। ମାଟି ହାଣ୍ଡିରେ ବିଧିଅନୁସାରେ ଏକୋଇଶଟି ରନ୍ଧ୍ର କରାଯାଇଥାଏ। ପ୍ରଥମେ ଦୀପକୁ ଗୃହକର୍ତ୍ତା କିମ୍ବା ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ସେହି ରନ୍ଧ୍ରଯୁକ୍ତ ମାଟିହାଣ୍ଡି ଭିତରେ ଦୀପ ସ୍ଥାପନ କରାଯାଇଥାଏ। ଦଉଡ଼ିରେ ବନ୍ଧା ଯାଇଥିବା ଶିକାରେ ଏହି ମାଟିହାଣ୍ଡିକୁ ରଖାଯାଇଥାଏ। ଭାଗବତପ୍ରେମୀ ହବିଷିଆଳିମାନେ ହୁଳହୁଳି ପକାଇ ଶଙ୍ଖଧ୍ୱନି,ଘଣ୍ଟ ବଜାଇ ଏହି ମାଟି ହାଣ୍ଡିକୁ ଘୋଡ଼ାଇ ରଖନ୍ତି। ତା’ ପରେ ପୁରୋହିତ ଦଉଡ଼ି ସାହାଯ୍ୟରେ ଆକାଶ ଦୀପକୁ ବାଉଁଶର ଅଗ୍ରଭାଗକୁ ଉଠାଇଥାନ୍ତି। ଅଗ୍ରଭାଗରେ ନାଲିଛିଟକନା ଉପରେ କଉଡ଼ି, ଗୁଆ, ହରିଡ଼ା ଗୁଡ଼ାହୋଇ ବନ୍ଧା ହୋଇଥାଏ। ଅନ୍ଧାର ରାତିରେ ମାଟିହାଣ୍ଡି ଭିତରେ ଜଳୁଥିବା ଆକାଶ ଦୀପଟିର ଆଲୋକ ଶିଖା ବହୁ ଦୂରକୁ ମାଟିହାଣ୍ଡିର ରନ୍ଧ୍ର ଯୋଗୁ ଦିଶୁଥାଏ। ପ୍ରଜ୍ୱଳିତ ଦୀପଟି ଦୀର୍ଘ ସମୟ ଜଳିରହେ। ଏହି ଆକାଶ ଦୀପ ସ୍ଥାପନ ପିତୃ ପୁରୁଷଙ୍କ ପ୍ରତି ସମର୍ପିତ ଏକ ଦୀପ। ପବିତ୍ର କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ ପଞ୍ଚମୁରୁଜରେ ମଣ୍ଡଳକରି ଦୀପ ଆଲୋକ ପ୍ରଜ୍ୱଳନ କରିଥାନ୍ତି। ଆକାଶ ଦୀପ ପ୍ରଜ୍ୱଳନରେ ଦେବତାମାନେ ବି ସନ୍ତୁଷ୍ଟ ହୋଇଥାନ୍ତି। ମାତ୍ର ଆକାଶ ଦୀପକୁ ଝୁଲାଯାଇଥିବା ବାଉଁଶ ଉପରେ କାଳେ କୌଣସି ପକ୍ଷୀ ବସି ମଳତ୍ୟାଗ କରିବ ସେଥିରୁ ସୁରକ୍ଷା ପାଇଁ ବରକୋଳି ଡାଳ ବନ୍ଧାହୋଇଥାଏ।
ଆକାଶଦୀପ ବତିଖୁଣ୍ଟର ସଙ୍କେତ-:ଅତୀତରେ ବହୁଳମାତ୍ରାରେ ଦୀପଆଲୋକର ବ୍ୟବହାର ଥିଲା। ଦେବୀପ୍ରସାଦ ପଟ୍ଟନାୟକ କୁହନ୍ତି ସେତେବେଳେ ସମୁଦ୍ରରେ ଆସୁଥିବା ସାଧବମାନଙ୍କ ବୋଇତକୁ ରାତିରେ ଦୂରରୁ ଏହି ଦୀପର ଆଲୋକ ଦିଗ ନିଣ୍ଣୟରେ ସହାୟକ ହୋଇପାରୁଥିଲା। ଏଥିଯୋଗୁ ସାଧବମାନେ ନିଜ ଅଞ୍ଚଳର ସ୍ଥଳଭାଗକୁ ଅନୁମାନ କରିପାରୁଥିଲେ। ସମୟକ୍ରମେ ଏହା ବତିଖୁଣ୍ଟ ଭାବେ ପରିଚିତ ହୋଇଥିବା ମନେହୁଏ। ଅନ୍ୟପକ୍ଷେ ଏହାର ବୈଜ୍ଞାନିକ କଥା ମଧ୍ୟ ରହିଛି । ଶୀତଋତୁରେ ଅଧିକମାତ୍ରାରେ ପୋକ ଉଡ଼ୁଥିବାରୁ ସେଗୁଡ଼ିକୁ ନଷ୍ଟ କରିବାରେ ଆକାଶଦୀପର ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ତେବେ ଆକାଶଦୀପ ଆମ ସଂସ୍କୃତିର ଏକ ଧାର୍ମିକ ସଙ୍କେତ। ଯାହା ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶନ କରିଥାଏ।

– ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri