Posted inଫୁରସତ

ଆକାଶଦୀପ

କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ
ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ ସ୍ଥାପନାକୁ ନେଇ ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପୂର୍ବଜଙ୍କ ଶୁଭଦୃଷ୍ଟି ରହିବା ସହ ପରିବାରରେ ସୁଖ ସମୃଦ୍ଧି ଆସିବ…
ଭାରତୀୟ ସଂସ୍କୃତିରେ କୌଣସି ଧାର୍ମିକ ଓ ସାମାଜିକ କାର୍ଯ୍ୟର ଆରମ୍ଭରେ ପ୍ରଥମେ ଦୀପ ପ୍ରଜ୍ୱଳନ କରାଯାଇଥାଏ। ସାଧାରଣତଃ ଦେବୀଦେବତାଙ୍କ କୃପାଲାଭ ଉଦ୍ଦେଶ୍ୟରେ ସକାଳେ ଓ ସନ୍ଧ୍ୟାରେ ଦୀପ ପ୍ରଜ୍ୱଳନ କରାଯାଏ। ମାତ୍ର କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉଁରାମୂଳେ ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ ସ୍ଥାପନାରେ ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପୂର୍ବଜଙ୍କ ଶୁଭଦୃଷ୍ଟି ରହିବା ସହ ଜୀବନରେ ସୁଖ ସମୃଦ୍ଧି ଆସିବ।
ଦୀପ ମାଟି ହେଉ କି ପିତ୍ତଳର ଏଥିରେ ତୈଳ କିମ୍ବା ଘୃତ ରଖାଯାଇ ସେଥିରେ ଥିବା ସଳିତାରେ ଅଗ୍ନି ସଂଯୋଗ କରାଯାଇଥାଏ। କୁହାଯାଏ ଦୀପଦାନ ମହାପୁଣ୍ୟ। ଏହା ଆମ ସାମାଜିକ, ଆଧାତ୍ମିକ ଓ ସାଂସ୍କୃତିକ କାଯର୍‌ୟ ସହିତ ଜଡ଼ିତ। ବିଶେଷକରି ପବିତ୍ର କାର୍ତ୍ତିକ ମାସରେ ବ୍ରତଧାରୀମାନେ ପ୍ରାତଃ ସ୍ନାନ, ଜପ, ତପ, ଦାନ, ଧର୍ମ, କର୍ମ ଓ ଭୋଜନ ଆଦିରେ ପବିତ୍ରତା ଅବଲମ୍ବନ କରିଥାନ୍ତି। ରାଇଦାମଦର, ତୁଳସୀମାହାତ୍ମ୍ୟ ଓ ଭାଗବତ ଆଦି ପୁରାଣଶାସ୍ତ୍ର ଶୁଣନ୍ତି । ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି-ତୁଳସୀ ଚଉଁରାମୂଳେ ଦୀପଜଳେ। ହିନ୍ଦୁମାନଙ୍କର ବିଶ୍ୱାସ ଦୀପ ବ୍ରହ୍ମାଣ୍ଡର ଆଧାର। ଦୀପରେ ଥିବା ତୈଳ ବା ଘୃତ ହେଉଛି ଶକ୍ତି, ସଳିତା ହେଉଛି ବ୍ରହ୍ମ ଏବଂ ଏହି ବ୍ରହ୍ମରେ ଅଗ୍ନି ସଂଯୋଗକଲେ ଯେଉଁ ଆଲୋକ ସୃଷ୍ଟିକରେ ତାହା ଅଜ୍ଞାନରୂପକ ଅନ୍ଧାରକୁ ଦୂରକରେ। ସୃଷ୍ଟି ଯେଉଁ ପଞ୍ଚ ମହାଭୂତ ଉପରେ ପ୍ରତିଷ୍ଠିତ ସେଥିମଧ୍ୟରୁ ତେଜ ବା ଅଗ୍ନି ଅନ୍ୟତମ। ତେଣୁ କୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ବ୍ରହ୍ମସ୍ବରୂପ ଅଗ୍ନିକୁ କେନ୍ଦ୍ରିଭୂତ କରିବା ପାଇଁ ଦୀପ ପ୍ରଜ୍ୱଳନ କରାଯାଇଥାଏ। ମାତ୍ର ଏହି ମାସରେ ପାଞ୍ଚ ପ୍ରକାରର ଦୀପ ଦାନ କରିବା ଶାସ୍ତ୍ରରେ ରହିଛି। ସେଗୁଡ଼ିକ ହେଲା- କୂଳଦୀପ, ଅଖଣ୍ଡଦୀପ, ଶିଖରଦୀପ, ମହାଦୀପ ଓ ଆକାଶଦୀପ। ଭଗବାନ ରୁଦ୍ରଙ୍କୁ ପ୍ରଣାମକରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆକାଶଦୀପ ଜଳାଯାଇଥାଏ। ଏହି ମାସରେ ମନ୍ଦିରବେଢ଼ା, ତୁଳସୀଚଉଁରା ପାଶେ ଆକାଶଦୀପ ପ୍ରଜ୍ୱଳନ କରାଯାଇଥାଏ।
ଆକାଶଦୀପର ବିଧିବିଧାନ-: କୁମାରପୂର୍ଣ୍ଣିମା ପରଠାରୁ କାର୍ତ୍ତିକ ପୂର୍ଣ୍ଣିମାଯାଏ ଏହି ମାସକୁ ଖୁବ୍‌ ପବିତ୍ର ଭାବରେ ଗଣାଯାଏ। ପୁରାଣ ବିଷାରଦ ମନୋରଞ୍ଜନ କର କୁହନ୍ତି, ‘ଆକାଶଦୀପ ପ୍ରତିଷ୍ଠା ପାଇଁ ଏକ ଅଠର ହାତ ଲମ୍ବର ବାଉଁଶକୁ ସଂଗ୍ରହ କରାଯାଇଥାଏ। ବରକୋଳି ଡାଳ, ଗୁଆ, ହରିଡ଼ା, କଳା ମାଟିହାଣ୍ଡି, ଦଉଡ଼ି, ଦୀପ, ବାଲି, ସଳିତା, ଘିଅ ଆବଶ୍ୟକ ହୋଇଥାଏ। ମାଟି ହାଣ୍ଡିରେ ବିଧିଅନୁସାରେ ଏକୋଇଶଟି ରନ୍ଧ୍ର କରାଯାଇଥାଏ। ପ୍ରଥମେ ଦୀପକୁ ଗୃହକର୍ତ୍ତା କିମ୍ବା ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ସେହି ରନ୍ଧ୍ରଯୁକ୍ତ ମାଟିହାଣ୍ଡି ଭିତରେ ଦୀପ ସ୍ଥାପନ କରାଯାଇଥାଏ। ଦଉଡ଼ିରେ ବନ୍ଧା ଯାଇଥିବା ଶିକାରେ ଏହି ମାଟିହାଣ୍ଡିକୁ ରଖାଯାଇଥାଏ। ଭାଗବତପ୍ରେମୀ ହବିଷିଆଳିମାନେ ହୁଳହୁଳି ପକାଇ ଶଙ୍ଖଧ୍ୱନି,ଘଣ୍ଟ ବଜାଇ ଏହି ମାଟି ହାଣ୍ଡିକୁ ଘୋଡ଼ାଇ ରଖନ୍ତି। ତା’ ପରେ ପୁରୋହିତ ଦଉଡ଼ି ସାହାଯ୍ୟରେ ଆକାଶ ଦୀପକୁ ବାଉଁଶର ଅଗ୍ରଭାଗକୁ ଉଠାଇଥାନ୍ତି। ଅଗ୍ରଭାଗରେ ନାଲିଛିଟକନା ଉପରେ କଉଡ଼ି, ଗୁଆ, ହରିଡ଼ା ଗୁଡ଼ାହୋଇ ବନ୍ଧା ହୋଇଥାଏ। ଅନ୍ଧାର ରାତିରେ ମାଟିହାଣ୍ଡି ଭିତରେ ଜଳୁଥିବା ଆକାଶ ଦୀପଟିର ଆଲୋକ ଶିଖା ବହୁ ଦୂରକୁ ମାଟିହାଣ୍ଡିର ରନ୍ଧ୍ର ଯୋଗୁ ଦିଶୁଥାଏ। ପ୍ରଜ୍ୱଳିତ ଦୀପଟି ଦୀର୍ଘ ସମୟ ଜଳିରହେ। ଏହି ଆକାଶ ଦୀପ ସ୍ଥାପନ ପିତୃ ପୁରୁଷଙ୍କ ପ୍ରତି ସମର୍ପିତ ଏକ ଦୀପ। ପବିତ୍ର କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ ପଞ୍ଚମୁରୁଜରେ ମଣ୍ଡଳକରି ଦୀପ ଆଲୋକ ପ୍ରଜ୍ୱଳନ କରିଥାନ୍ତି। ଆକାଶ ଦୀପ ପ୍ରଜ୍ୱଳନରେ ଦେବତାମାନେ ବି ସନ୍ତୁଷ୍ଟ ହୋଇଥାନ୍ତି। ମାତ୍ର ଆକାଶ ଦୀପକୁ ଝୁଲାଯାଇଥିବା ବାଉଁଶ ଉପରେ କାଳେ କୌଣସି ପକ୍ଷୀ ବସି ମଳତ୍ୟାଗ କରିବ ସେଥିରୁ ସୁରକ୍ଷା ପାଇଁ ବରକୋଳି ଡାଳ ବନ୍ଧାହୋଇଥାଏ।
ଆକାଶଦୀପ ବତିଖୁଣ୍ଟର ସଙ୍କେତ-:ଅତୀତରେ ବହୁଳମାତ୍ରାରେ ଦୀପଆଲୋକର ବ୍ୟବହାର ଥିଲା। ଦେବୀପ୍ରସାଦ ପଟ୍ଟନାୟକ କୁହନ୍ତି ସେତେବେଳେ ସମୁଦ୍ରରେ ଆସୁଥିବା ସାଧବମାନଙ୍କ ବୋଇତକୁ ରାତିରେ ଦୂରରୁ ଏହି ଦୀପର ଆଲୋକ ଦିଗ ନିଣ୍ଣୟରେ ସହାୟକ ହୋଇପାରୁଥିଲା। ଏଥିଯୋଗୁ ସାଧବମାନେ ନିଜ ଅଞ୍ଚଳର ସ୍ଥଳଭାଗକୁ ଅନୁମାନ କରିପାରୁଥିଲେ। ସମୟକ୍ରମେ ଏହା ବତିଖୁଣ୍ଟ ଭାବେ ପରିଚିତ ହୋଇଥିବା ମନେହୁଏ। ଅନ୍ୟପକ୍ଷେ ଏହାର ବୈଜ୍ଞାନିକ କଥା ମଧ୍ୟ ରହିଛି । ଶୀତଋତୁରେ ଅଧିକମାତ୍ରାରେ ପୋକ ଉଡ଼ୁଥିବାରୁ ସେଗୁଡ଼ିକୁ ନଷ୍ଟ କରିବାରେ ଆକାଶଦୀପର ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ତେବେ ଆକାଶଦୀପ ଆମ ସଂସ୍କୃତିର ଏକ ଧାର୍ମିକ ସଙ୍କେତ। ଯାହା ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶନ କରିଥାଏ।

– ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?