ଅଜୁ ନନାଙ୍କ ଆରିସା ପିଠା

କେନ୍ଦୁଝର, ୨୯।୭(ଡି.ଏନ.ଏ.): କେନ୍ଦୁଝର ସହରରେ ଆରିସା ପିଠା କଥା ଉଠିଲେ ଲୋକେ ଅଜୁ ନନାଙ୍କ କଥା ମନେ ପକାନ୍ତି। ତାଙ୍କ ଆରିସା ଯିଏ ଥରେ ଖାଇଛି ସେ ନିଶ୍ଚିତ ତା’ର ପ୍ରଶଂସା କରିଛି। କେନ୍ଦୁଝର ନ୍ୟୁ ମାର୍କେଟରେ ବହୁ ଦିନରୁ ଚାଲି ଆସିଛି ଅଜୁ ନନା( ଅଜୟ ଖଣ୍ଡେଇ )ଙ୍କ ଆରିସା ପିଠା ଦୋକାନ। ପୁରୁଣାବଜାରର ମୂଳ ବାସିନ୍ଦା ହୋଇଥିଲେ ବି ନ୍ୟୁ ମାର୍କେଟରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ରହି ଆସୁଛନ୍ତି ସେ। ଆରିସା ପିଠା ବ୍ୟବସାୟରୁ ପ୍ରତିଦିନ ହଜାରେରୁ ବାରଶହ ଟଙ୍କା ରୋଜଗାର କରି ପରିବାର ଚଳାନ୍ତି ବୋଲି ସେ କୁହନ୍ତି। ତାଙ୍କ ସ୍ତ୍ରୀ ଅନେକ ଦିନତଳୁ ମୃତ୍ୟୁବରଣ କରିଥିବାବେଳେ ଦୁଇ ପୁଅ ଦିଲ୍ଲୀପ ଓ ଆଦିତ୍ୟ ଚା’ ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି। ତେବେ ତାଙ୍କ ଆରିସା ପିଠା ପାରମ୍ପରିକ ପଦ୍ଧତିରେ ତିଆରି କରିଥାନ୍ତି। ଏହି ଆଧୁନିକ ଯୁଗରେ ମେଶିନ୍‌କୁ ଭରସା ନ କରି ଚାଉଳକୁ ଢିଙ୍କିରେ ଚୁନା କରି ସେ ଆରିସା ପିଠା କରନ୍ତି। ଓରମାସ ପକ୍ଷରୁ ତାଙ୍କର ଆରିସା ପିଠାକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀ ସମୟରେ ଷ୍ଟଲ ମାଧ୍ୟମରେ ବିକ୍ରି କରାଇ ପ୍ରୋତ୍ସାହନ ଯୋଗାଇ ଦେଲେ ଏହାର ଚାହିଦା ଆହୁରି ବଢି ପାରନ୍ତା ବୋଲି ସେ କହିଛନ୍ତି। ଅବଶ୍ୟ କାଳୀପୂଜା ସମୟରେ ହେଉଥିବା ମେଳାରେ ନିଜସ୍ବ ଏକ ଷ୍ଟଲ ତିଆରି କରି ସେ ପିଠା ବିକ୍ରି କରନ୍ତି। ଅଜୁ ନନାଙ୍କ ହାତ ତିଆରି ଆରିସା ପିଠାର ସ୍ବାଦ ନିଆରା ବୋଲି ନିୟମିତ ପିଠା କିଣୁଥିବା ଗ୍ରାହକ ଜୟକୃଷ୍ଣ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri