ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଉପକାରୀ। ପ୍ରତିଦିନ ଲେମ୍ବୁପାଣି ସେବନ କଲେ ଆମକୁ କ’ଣ କ’ଣ ଉପକାର ମିଳିବ ଜାଣନ୍ତୁ ସେ ସମ୍ପର୍କରେ –

ରୋଗ ପ୍ରତିରୋଧକ ଶକ୍ତି ବଢାଏ। ଯେଉଁମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌ ଥାଏ, ସେମାନେ ପ୍ରତିଦିନ ବ୍ୟାୟାମ ପରେ ଲେମ୍ବୁ ପାଣି ପିଇବା ଆବଶ୍ୟକ। ଏହାଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳେ ଓ ହାଲିଆ ଲାଗି ନ ଥାଏ।
ଦୂର କରିବାରେ ମଧ୍ୟ ଲେମ୍ବୁପାଣି ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଲେମ୍ବୁପାଣି ପିଇଲେ ମେଦ ବା ଶରୀରର ଚର୍ବି ଅଂଶ କମିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି, ଯାହାକି ଅକ୍ସିଡେଶନ୍‌ ପ୍ରକ୍ରିୟାଦ୍ୱାରା ଶରୀର ମଧ୍ୟସ୍ଥ କୋଷିକାକୁ ହେଉଥିବା କ୍ଷତିଠାରୁ ରକ୍ଷା କରିଥାଏ।
ପାଟିରୁ ଦୁର୍ଗନ୍ଧ ବାହାରୁ ଥାଏ, ସେମାନଙ୍କ ପାଇଁ ଲେମ୍ବୁପାଣି ଅତ୍ୟନ୍ତ ଲାଭଦାୟକ। ଏହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆଗୁଡିଙ୍କୁ ନଷ୍ଟ କରିଦିଏ।
ମୁହଁରେ ଚମକ୍‌ ଆଣିବା ଓ ମସୃଣ କରିବାରେ ବି ସାହାଯ୍ୟ କରିଥାଏ। ଲେମ୍ବୁରସକୁ ଫେସ୍‌ୱାଶ୍‌ ଭାବେ ବ୍ୟବହାର କଲେ ମୁହଁରେ ଥିବା ଡେଡ୍‌ସେଲ ବାହାରି ଯାଇଥାଏ।
ଭୋକ ନ ହେବା ସମସ୍ୟା ଥାଏ। ସେମାନେ ଲେମ୍ବୁପାଣି ପିଇବା ଉଚିତ। ଏହା ପାଚନ ପ୍ରକ୍ରିୟାକୁ ତୀବ୍ର କରିଥାଏ ଓ ଭୋକ ବଢାଇଥାଏ।
କିଡ୍‌ନୀ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଯଦି ପ୍ରାଥମିକ ପର୍ଯ୍ୟାୟରେ କିଡ୍‌ନୀ ବା ପେଟରେ ଷ୍ଟୋନ୍‌ ଥାଏ, ତେବେ ଲେମ୍ବୁପାଣି ପିଇବା ଦ୍ୱାରା ଏଥିରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଷ୍ଟୋନ୍‌୍‌କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ଏବଂ ପେଟ କଟା ମଧ୍ୟ ଦୂର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ସ୍ବାମୀ ସମ୍ପର୍କ ସଫଳ ପାଇଁ ଚାଣକ୍ୟ କହିଛନ୍ତି ଏପରି, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ...

ରହିବନି ଷ୍ଟ୍ରେଚ୍‌ମାର୍କ

ଅନେକ ମହିଳା ଶିଶୁ ଜନ୍ମ ପରେ ପେଟ ଏବଂ ଶରୀରର ଅନ୍ୟ କେତେକ ସ୍ଥାନରେ ହୋଇଥିବା ଷ୍ଟ୍ରେଚ୍‌ମାର୍କ କମ୍‌ କରିବାକୁ ନେଇ ବ୍ୟସ୍ତ ହୋଇପଡନ୍ତି। ହେଲେ...

ଚୁକନ୍ଦର ମଙ୍ଗୋଫଲି

  ଆବଶ୍ୟକ ସାମଗ୍ରୀ : ଓଟ୍‌ସ ଓ ବାଦାମ – ୧ପ୍ୟାକେଟ୍‌, ବିଟ୍‌ – ୬ଟି, ଆଳୁ -୨ଟି, ପିଆଜ – ୩ଟି, ଚଣାଡ଼ାଲି –...

ଘରର ମୁଖ୍ୟଙ୍କ ପାଖରେ ଏସବୁ ଗୁଣ ରହିବା ବହୁତ ଜରୁରୀ, ନଚେତ ଭାଙ୍ଗିଯିବ…

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଜୀବନରେ ପ୍ରୟୋଗ କଲେ ସୁଖଶାନ୍ତିରେ ଦିନ...

ପୁରୁଷଙ୍କ ମଧ୍ୟରେ ଏହି ୩ ଗୁଣ ଦେଖି ଆକର୍ଷିତ ହୋଇଥାନ୍ତି ମହିଳା, କ’ଣ ଆପଣଙ୍କଠାରେ ଅଛି…

ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଗୁରୁତ୍ୱ...

ମହାଯୋଦ୍ଧା

କର୍ତ୍ତବ୍ୟ ପାଇଁ ସେ ସବୁବେଳେ ବାଜି ଲଗାଇ ଦେଇଥାଏ ନିଜ ଜୀବନକୁ। ପରିବାରରେ ଯେମିତି ଭିନ୍ନ ଭିନ୍ନ ରୂପରେ ସେ ତା’ର ଦାୟିତ୍ୱ ସମ୍ପାଦନ କରିଥାଏ...

ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ...

ସୌନ୍ଦର୍ଯ୍ୟ ବଢ଼ାଏ ଅଦା, କିଭଳି ଜାଣନ୍ତୁ…

ଅଦା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ। ଆପଣ ଅଦାର ଅନେକ ଔଷଧୀୟ ଗୁଣ ସମ୍ପର୍କରେ ଆଗରୁ ଜାଣିଥିବେ। ମାତ୍ର ଏହାର ବ୍ୟବହାର ଦ୍ୱାରା ସୌନ୍ଦର୍ଯ୍ୟ ବଢ଼ିଥାଏ ବୋଲି...

Advertisement
Archives

Model This Week