ପହିଲାରୁ ବଢ଼ିବ ବିମାନ ଭଡ଼ା

ନୂଆଦିଲ୍ଲୀ: ମହାମାରୀ ସମୟରେ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ବିମାନ ଚଳାଚଳର କମ୍‌ ସମୟ ସୀମା ଦରକୁ ୧୩ ରୁ ୧୬ %କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ବର୍ଦ୍ଧିତ ଦର ଜୁନ୍‌ ପହିଲାରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ୪୦ ମିନିଟ୍‌ରୁ କମ୍‌ ଘରୋଇ ଯାତ୍ରା ପାଇଁ ଭଡ଼ା ପ୍ରାୟ ୨,୩୦୦ ରୁ ୨,୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ, ଯାହା ବର୍ତ୍ତମାନର ଭଡ଼ାର ୧୩ % ଅଧିକ ବୋଲି କୁହାଯାଉଛି। ସେହିଭଳି ୪୦ ମିନିଟରୁ ଏକଘଣ୍ଟା ମଧ୍ୟରେ ଅବଧି ଥିବା ବିମାନଗୁଡ଼ିକର ସର୍ବନିମ୍ନ ୩,୩୦୦ ଟଙ୍କା ରହିବ। ସେହିପରି ୬୦-୯୦ମିନିଟ୍‌ ମଧ୍ୟରେ ବିମାନ ଉଡ଼ାଣ ପାଇଁ ୪,୦୦୦ ଟଙ୍କା ଏବଂ ୯୦-୧୨୦ ମିନିଟ୍‌ ପାଇଁ ୪,୭୦୦ ଟଙ୍କା ଓ ୧୫୦-୧୮୦ ମିନିଟ୍‌ ପାଇଁ ୬,୧୦୦ ଟଙ୍କା, ୧୮୦-୨୧୦ ମିନିଟରେ, ୭,୪୦୦ ଟଙ୍କା ଭଡ଼ା ବାବଦକୁ ଦେବାକୁ ପଡିବ।
ଉପରୋକ୍ତ ସମୟସୀମାରେ ବିମାନ ଭଡ଼ା ପ୍ରାୟ ୩୦୦ ରୁ ୧୦୦୦ ଟଙ୍କା କମ୍‌ ଦେବାକୁ ପଡୁଥିଲା। ଯାତ୍ରୀମାନଙ୍କର ବିମାନ ଯାତ୍ରାରେ ଚଳାଚଳର ବୃଦ୍ଧି ଘଟିଛି। କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହର ହଠାତ୍‌ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଦୀର୍ଘଦିନ ହେବ ଘରୋଇ ବିମାନଯାତ୍ରା ଓ ଯାତ୍ରୀ ବ୍ୟାପକ ଭାବେ ହ୍ରାସ ପାଇଛି। ଘରୋଇ ବିମାନ ଭଡ଼ା ମୂଲ୍ୟରେ ଟିକସ ଏବଂ ବିମାନବନ୍ଦର ବିକାଶ ଶୁଳ୍କ (ଏଡିଏଫ୍‌) ଅନ୍ତର୍ଭୁକ୍ତ ହେବ ନାହିଁ। ଏହାପୂର୍ବରୁ ଫେବୃୟାରୀ ୨୦୨୧ରେ ମନ୍ତ୍ରଣାଳୟ ଘରୋଇ ବିମାନର ନିମ୍ନ ଏବଂ ଉପର ସୀମାକୁ ୧୦ରୁ ୧୩ % କୁ ବୃଦ୍ଧି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri