ଲଗେଜ୍‌ରେ ବନ୍ଧୁକ ନେଇ ବିମାନଯାତ୍ରା

ଭୁବନେଶ୍ୱର,୧୫।୯(ବ୍ୟୁରୋ): ହାଇସିକ୍ୟୁରିଟ୍‌ ଜୋନ୍‌ କୁହାଯାଉଥିବା ବିମାନ ବନ୍ଦର ଭିତରକୁ ଜଣେ ଯାତ୍ରୀ ବନ୍ଧୁକ ନେଇଯାଇଥିଲେ। ବିମାନ ଭିତରକୁ ଚଢିବା ସମୟରେ ସୁରକ୍ଷାକର୍ମୀ ଲଗେଜ ଯାଞ୍ଚ କରିବାବେଳେ ଯାତ୍ରୀ ଜଣଙ୍କ ଧରାପଡିଛନ୍ତି। ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯିବା ସହ ଏୟାରପୋର୍ଟ ଥାନାକୁ ନେଇ ଅଟକ ରଖିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସବୁଠୁ ବଡ଼ କଥା ହେଲା ସେ ବନ୍ଧୁକ କେଉଁଠୁ ଆଣିଥିଲେ। ଏହି ବନ୍ଧୁକକୁ ସେ କିଭଳି ବିମାନରେ ନେଇ ବାହାରକୁ ଯାଉଥିଲେ। ତାହାକୁ ନେଇ ଏବେ ପୋଲିସ ଖୋଳତାଡ଼ କରୁଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଗୋବିନ୍ଦପୁର ବାଲିନି ଅଞ୍ଚଳର ସତ୍ୟବ୍ରତ ସାମଲ ହାଇଦ୍ରାବାଦ ଯିବାପାଇଁ ଇଣ୍ଡିଗୋ ବିମାନ ନଂ-୬ଇ୩୪୨ରେ ଟିକେଟ ବୁକ୍‌ କରିଥିଲେ। ରବିବାର ସକାଳ ୬.୩୦ରେ ସେ ଲଗେଜ ଧରି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରକୁ ପଶିଥିଲେ। ପ୍ରବେଶ ପଥରେ ଟିକେଟ ଦେଖାଇ ବିମାନ ଭିତରକୁ ପଶିଯାଇଥିଲେ। ଏପରିକି ବିମାନରେ ବସିବା ପୂର୍ବରୁ ଗେଟ ନିକଟରେ ଥିବା ବିମାନର ସ୍ବତନ୍ତ୍ର ସୁରକ୍ଷାକର୍ମୀ ତାଙ୍କ ଉପରେ ସନ୍ଦେହ କରିଥିଲେ। ଏ ନେଇ ସତ୍ୟବ୍ରତଙ୍କୁ ଯାଞ୍ଚ କରିବା ପରେ ତାଙ୍କ ଲଗେଜରୁ ଏକ ବନ୍ଧୁକ ଜବତ ହୋଇଥିଲା। ଏହାର ଲାଇସେନ୍ସ ଥିବା ସତ୍ୟବ୍ରତ ତାଙ୍କୁ କହିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଲାଇସେନ୍ସ ମାଗିଥିଲେ ମଧ୍ୟ ସେ ଦେଖାଇପାରି ନ ଥିଲେ। ଏପରିକି ସୁରକ୍ଷାକର୍ମୀଙ୍କୁ ପରେ ଦେଖି ନେବି ବୋଲି ଧମକ ଦେଇଥିଲେ। ସୁରକ୍ଷାକର୍ମୀ ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ ଥାନାକୁ ନେଇଥିଲେ। ପଚରାଉଚୁରା ପରେ ଏହି ବନ୍ଧୁକ ଚୋରା ଥିବା ଜଣାପଡିଥିଲା। ବନ୍ଧୁକ ନେଉଥିବା ସତ୍ୟବ୍ରତଙ୍କ ନାମରେ ମାମଲା ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଆଜିଠୁ ପୁଣି ଉଚ୍ଛେଦ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାଶର୍‌ବରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ। ଯେପର୍ଯ୍ୟନ୍ତ ସମସ୍ତ ଚିହ୍ନଟ ଜବରଦଖଲଗୁଡ଼ିକୁ ହଟା ନ ଯାଇଛି ସେପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି...

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର

କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ...

ଓଡ଼ିଶା ଫେରିଲେ ଜଗା-କାଳିଆ

କଟକ ଅଫିସ,୭।୯: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡିଶା...

କପିଳାସ ଅଭୟାରଣ୍ୟରେ ଲାଗିବ ୬୦ କ୍ୟାମେରା

ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର...

ଟାଓ୍ବାର ଉପରେ ୩ ଘଣ୍ଟା

କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା...

ଦିବ୍ୟାଙ୍ଗ ଭାଇଭହେନ୍‌ ଘଟ୍‌ନା:ସାହାଯ୍‌ର ହାତ ବଢ଼ାଲା ପରଶାସନ

କୋକସରା, ୨୬ା୬ (ଡି.ଏନ୍‌.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍‌ମୁ ଦିବ୍ୟାଙ୍ଗ।...

ବଧୂହତ୍ୟା ଅଭିଯୋଗ:ସ୍ବାମୀଙ୍କ ସହ ଶ୍ୱଶୁର ଅଟକ

ଅନୁଗୋଳ ଅଫିସ, ୧୦।୯ ଅନୁଗୋଳ ଜିଲା ନାଲ୍‌କୋ ଥାନା ବଳରାମପ୍ରସାଦରେ ବଧୂହତ୍ୟା ଅଭିଯୋଗ ହୋଇଛି। ସୌମ୍ୟାଶ୍ୱେତା ବାରିକ(୨୩)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ବାନାମ୍ବର ବାରିକ...

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ବାଲେଶ୍ୱର ଡିଆର୍‌ଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ ଡିଆର୍‌ଡିଏ...

Advertisement
Archives

Model This Week