ଲଗେଜ୍‌ରେ ବନ୍ଧୁକ ନେଇ ବିମାନଯାତ୍ରା

ଭୁବନେଶ୍ୱର,୧୫।୯(ବ୍ୟୁରୋ): ହାଇସିକ୍ୟୁରିଟ୍‌ ଜୋନ୍‌ କୁହାଯାଉଥିବା ବିମାନ ବନ୍ଦର ଭିତରକୁ ଜଣେ ଯାତ୍ରୀ ବନ୍ଧୁକ ନେଇଯାଇଥିଲେ। ବିମାନ ଭିତରକୁ ଚଢିବା ସମୟରେ ସୁରକ୍ଷାକର୍ମୀ ଲଗେଜ ଯାଞ୍ଚ କରିବାବେଳେ ଯାତ୍ରୀ ଜଣଙ୍କ ଧରାପଡିଛନ୍ତି। ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯିବା ସହ ଏୟାରପୋର୍ଟ ଥାନାକୁ ନେଇ ଅଟକ ରଖିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସବୁଠୁ ବଡ଼ କଥା ହେଲା ସେ ବନ୍ଧୁକ କେଉଁଠୁ ଆଣିଥିଲେ। ଏହି ବନ୍ଧୁକକୁ ସେ କିଭଳି ବିମାନରେ ନେଇ ବାହାରକୁ ଯାଉଥିଲେ। ତାହାକୁ ନେଇ ଏବେ ପୋଲିସ ଖୋଳତାଡ଼ କରୁଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଗୋବିନ୍ଦପୁର ବାଲିନି ଅଞ୍ଚଳର ସତ୍ୟବ୍ରତ ସାମଲ ହାଇଦ୍ରାବାଦ ଯିବାପାଇଁ ଇଣ୍ଡିଗୋ ବିମାନ ନଂ-୬ଇ୩୪୨ରେ ଟିକେଟ ବୁକ୍‌ କରିଥିଲେ। ରବିବାର ସକାଳ ୬.୩୦ରେ ସେ ଲଗେଜ ଧରି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରକୁ ପଶିଥିଲେ। ପ୍ରବେଶ ପଥରେ ଟିକେଟ ଦେଖାଇ ବିମାନ ଭିତରକୁ ପଶିଯାଇଥିଲେ। ଏପରିକି ବିମାନରେ ବସିବା ପୂର୍ବରୁ ଗେଟ ନିକଟରେ ଥିବା ବିମାନର ସ୍ବତନ୍ତ୍ର ସୁରକ୍ଷାକର୍ମୀ ତାଙ୍କ ଉପରେ ସନ୍ଦେହ କରିଥିଲେ। ଏ ନେଇ ସତ୍ୟବ୍ରତଙ୍କୁ ଯାଞ୍ଚ କରିବା ପରେ ତାଙ୍କ ଲଗେଜରୁ ଏକ ବନ୍ଧୁକ ଜବତ ହୋଇଥିଲା। ଏହାର ଲାଇସେନ୍ସ ଥିବା ସତ୍ୟବ୍ରତ ତାଙ୍କୁ କହିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଲାଇସେନ୍ସ ମାଗିଥିଲେ ମଧ୍ୟ ସେ ଦେଖାଇପାରି ନ ଥିଲେ। ଏପରିକି ସୁରକ୍ଷାକର୍ମୀଙ୍କୁ ପରେ ଦେଖି ନେବି ବୋଲି ଧମକ ଦେଇଥିଲେ। ସୁରକ୍ଷାକର୍ମୀ ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ ଥାନାକୁ ନେଇଥିଲେ। ପଚରାଉଚୁରା ପରେ ଏହି ବନ୍ଧୁକ ଚୋରା ଥିବା ଜଣାପଡିଥିଲା। ବନ୍ଧୁକ ନେଉଥିବା ସତ୍ୟବ୍ରତଙ୍କ ନାମରେ ମାମଲା ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?