ଖୁବ୍‌ଶୀଘ୍ର ଆରମ୍ଭ ହେବ ବିମାନ ସେବା

ଭବାନୀପାଟଣା,୧୮।୩(ସ୍ବ.ପ୍ର.): ଖୁବଶୀଘ୍ର କଳାହାଣ୍ଡି ଜିଲାର ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରଷ୍ଟ୍ରିପ୍‌ରୁ ବିମାନ ଚଳାଚଳ ଆରମ୍ଭ ହେବ। ସରକାରଙ୍କ ଉଡାଣ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ଏହାର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର ଟିମ୍‌। ଏହି ଟିମ୍‌ ସମୀକ୍ଷା ପରେ ବିମାନ ଉଡାଣ ପାଇଁ ଲାଇସେନ୍ସ ମିଳିବ ବୋଲି ଜଣାପଡିଛି।
ଉତ୍କେଲା ଏୟାରଷ୍ଟ୍ରିପ୍‌କୁ ଉଡାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିଲା। ଆବଶ୍ୟକ ଭିତ୍ତିଭୂମିର ପାଇଁ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବେସରକାରୀ ବିମାନ ଚଳାଚଳ ସମ୍ପୃକ୍ତ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା ବେଳେ ୨-ବି ଲାଇସେନ୍ସ ପାଇଁ ପଦକ୍ଷେପ ନିଆଯାଇଛି। ଏହାସହ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ବ୍ୟୟର ଟେଣ୍ଡର ପରେ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ଭିତ୍ତିଭୂମିରେ ରନୱେ ସମ୍ପ୍ରସାରଣ, ଟର୍ମିନାଲ ବିଲଡିଂ, ଷ୍ଟାଫ କ୍ବାର୍ଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଆନୁଷାଙ୍ଗିକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ୨-ବି କାଟଗୋରିରେ ଡିଜିସିଏ ନୂଆଦିଲ୍ଲୀରେ ବିମାନ ଚଳାଚଳ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିଲା। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ, କଳାହାଣ୍ଡି ଜିଲାପାଳ, ପୂର୍ତ୍ତ ବିଭାଗ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆବଶ୍ୟକ କର୍ମଚାରୀ ଡିଜିସିଏ ନିୟମ ଅନୁଯାୟୀ ଯୋଗାଇବା ପାଇଁ ଚିଠି ଯୋଗେ ସୂଚନା ଦିଆଯାଇଥିଲା। ଡିଜିସିଏର ଅନୁମତି ପରେ ଏଠାରେ ବିମାନ ସେବା ଆରମ୍ଭ ହେବ। ତେଣୁ ଆସନ୍ତା ଏପ୍ରିଲରୁ ବିମାନ ଉଡାଣ ନେଇ ଜିଲା ପ୍ରଶାସନ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ସଇରାତ ନ ଥାଇ ବେଆଇନ ବାଲି ଉଠାଣ

ମାହାଙ୍ଗା ୭ା୧୨(ସ୍ବ.ପ୍ର.): ମାହାଙ୍ଗା ତହସିଲରେ ବେଆଇନ୍‌ ବାଲି ଉଠାଣ ଦିନକୁ ଦିନ ବଢ଼ି ଚାଲିଛି। ମାତ୍ର ତହସିଲ ଅବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ...

ବାଲିଗୁଡାରେ ଗଣେଶ ପୂଜା

ବାଲିଗୁଡା,୨।୯(ଡି.ଏନ.ଏ):ବାଲିଗୁଡା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଜାନନଙ୍କର ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛିl ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,...

ଅବାଧରେ ଚାଲିଛି ଚୋରା ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୩୦ା୧୧: ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି। ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ...

୨.୫ କୋଟି ବ୍ୟୟରେ ହେବ ପୋଖରୀ ଉନ୍ନତିକରଣ

ଦେବଗଡ଼, ୩।୧(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମିଳିବ ପ୍ରଶିକ୍ଷଣ ସୁବିଧା

କର୍ଲାମୁଣ୍ଡା,୩।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ...

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ...

ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ କଡ଼ା ବିରୋଧ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିବା ବେଳେ...

କରୋନା ଭୟ: ଗାଁ ରାସ୍ତାରେ ପଡ଼ିଲା ବାଡ଼

ଏରସମା, ୨୯।୩ (ସ୍ବ.ପ୍ର.)-ମହାମାରୀ କରୋନା ସଂକ୍ରମଣ ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଭାରତରେ ଅଦ୍ୟାବଧି ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ସଂକ୍ରମଣ...

Advertisement
Archives

Model This Week