ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ  ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଉତ୍ସାହିତ କରିବାକୁ ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ଏକ ପ୍ରୟାସ ଜାରି ରଖିଛି। ଯେଉଁମାନେ ଉଦ୍ୟୋଗ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି, ସେମାନଙ୍କୁ ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ସମାଜରେ ଲୋକଲୋଚନକୁ ଆଣିବା ସହିତ ସମ୍ମାନିତ କରୁଛି। ଏହାକୁ ମୁଖ୍ୟଅତିଥି ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ସ୍ବାଗତ ଜଣାଇବା ସହ ପ୍ରଶଂସା କରିଛନ୍ତି। ସମ୍ପାଦକ ତଥାଗତଙ୍କ ଏହି ପ୍ରୟାସକୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଶିଳ୍ପ ପ୍ରତିଷ୍ଠା ହେଲେ ଲୋକଙ୍କୁ ଚାକିରି ସହ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି ସାଧାରଣତଃ ଧାରଣା ଥାଏ। ମାତ୍ର ଏହି କ୍ଷେତ୍ରକୁ ପହଞ୍ଚିବାକୁ ହେଲେ ଆବଶ୍ୟକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏଥିପାଇଁ ଦୀର୍ଘମିଆଦୀ ଶିଳ୍ପାୟନ ଆବଶ୍ୟକ। ରାଜ୍ୟରେ ସବୁ ପ୍ରକାରର ଖଣିଜ ସମ୍ପଦ ଭରପୂର ରହିଛି। ସରକାର ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି। ମାତ୍ର ଆମେମାନେ ଏହାର ଲାଭ ଉଠାଇ ପାରୁନାହୁଁ। ତେଣୁ ଶିଳ୍ପ କ୍ଷେତ୍ରରେ ଉନ୍ନତି କରିବାକୁ ହେଲେ ପ୍ରଥମେ ଆମ ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର

ଦିଗପହଣ୍ଡି,୭ା୩(ଡି.ଏନ.ଏ.) ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର...

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ

ପୁରୀ ଅଫିସ,୧୭।୧୧: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି...

ଆତ୍ମନିର୍ଭର ଭାରତ ବାଟରେ କଣ୍ଟା: ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଦେଶର ଆର୍ଥତ୍କ ସ୍ଥିତିରେ...

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ପୁରସ୍କାର

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ବତ ସାଧକ ଡ. ରାମଚନ୍ଦ୍ର...

ଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ

ପୁରୀ ଅଫିସ,୧୨।୨: ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଲାମରେ ଦେଉଥିବା ଶ୍ରୀଗୁଣ୍ଡିଚା ରତ୍ନସିଂହାସନ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଉଠିଛି।...

ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଛତ୍ରପୁର,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ...

ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି।...

ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ।...

Advertisement
Archives

Model This Week