Posted inଜାତୀୟ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ, ଓ୍ବାର୍କ ଫ୍ରମ୍‌ ହୋମ୍‌ ପରାମର୍ଶ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଗୁରୁତର ଶ୍ରେଣୀରେ ପହଞ୍ଚିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନସିଆରରେ କାର୍ଯ୍ୟକାରୀ ହୋଇଥିବା ଗ୍ରେପ୍‌ର କଠୋରତାକୁ ଆହୁରି ବଢ଼ାଇ ଦେଇଛନ୍ତି। ଆୟୋଗ ଆବେଦନ କରିଛନ୍ତି ଯେ ଯଦି ସମ୍ଭବ ତେବେ ଘରୁ କାମ କରନ୍ତୁ କିମ୍ବା ବାୟୁ ପ୍ରଦୂଷଣ ସୃଷ୍ଟି କରୁ ନଥିବା ଯାନବାହନ ବ୍ୟବହାର କରନ୍ତୁ।

ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କ ଚଳିତ ଋତୁରେ ପ୍ରଥମ ଥର ପାଇଁ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଉଦ୍ୟମ କରୁଛି। ଏହି ପରିପ୍ରେକ୍ଷୀରେ ଆୟୋଗ ଶନିବାର ଗ୍ରେଡ ଦୁଇ ଶ୍ରେଣୀରୁ ଏହାକୁ ତୃତୀୟ ଶ୍ରେଣୀକୁ ବୃଦ୍ଧି କରିଛନ୍ତି।

କେତେକ ନିର୍ଦ୍ଦିଷ୍ଟ ସେବା ବ୍ୟତୀତ ଅନ୍ୟ ସମସ୍ତ ବିଭାଗରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ-ଏନସିଆରରେ ପଡୁଥିବା ଜିଲାର ପ୍ରଶାସନଙ୍କୁ ନିଜ ନିଜ ଅଞ୍ଚଳରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆୟୋଗ କହିଛନ୍ତି।

ଲୋକମାନେ ସାଧାରଣ ପରିବହନ କିମ୍ବା ଶେୟାର ରାଇଡ ବ୍ୟବହାର କରିବାକୁ ଆୟୋଗ ଅପିଲ କରିଛନ୍ତି। ଏହା ବ୍ୟତୀତ ସାଇକେଲ କିମ୍ବା ଚାଲିଚାଲି ଯିବାକୁ ଲୋକଙ୍କୁ କୁହାଯାଇଛି। ଯଦି କାର୍ଯ୍ୟ ପ୍ରଭାବିତ ନହୁଏ ତେବେ ଘରୁ ମଧ୍ୟ କାମ କରିବାକୂ ପରାମର୍ଶ ଦିଆଯାଇଛି। ଇନ୍ଧନର ବିକଳ୍ପ ଭାବରେ କାଠ କିମ୍ବା କୋଇଲା ନ ଜଳାଇବାକୁ କୁହାଯାଇଛି।
ରେଳ ଷ୍ଟେଶନ, ମେଟ୍ରୋ, ଡାକ୍ତରଖାନା, ବିମାନବନ୍ଦର ଇତ୍ୟାଦି ବିଭାଗଗୁଡିକୁ ଏହି କଟକଣାରୁ ଦୂରେଇ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri