ବିଭିନ୍ନ ଭାଷାରେ ଗୀତ ଗାଇବାକୁ ଲକ୍ଷ୍ୟ

ପିଲାଦିନୁ ସଙ୍ଗୀତ ପ୍ରତି ଥିଲା ପ୍ରବଳ ଆଗ୍ରହ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜଣେ କଣ୍ଠଶିଳ୍ପୀ ହେବାର ଇଚ୍ଛା ମଧ୍ୟ ପୂରଣ ହେଲା। ସୁମଧୁର କଣ୍ଠସ୍ବର ତାଙ୍କୁ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ଜିଲା ଓ ଜିଲା ବାହାରେ ପରିଚିତ କରାଇଛି। ଗୀତ ଗାଇବା ସହ ଅଭିନୟ ଓ ସୁନ୍ଦର ନୃତ୍ୟ ପରିବେଷଣରେ ସେ ପାରଙ୍ଗମ ହୋଇପାରିଲେ। ଏହି ନିଆରା ପ୍ରତିଭା ହେଉଛନ୍ତି ଭଦ୍ରକ ପୌରାଞ୍ଚଳ ଗବସାହିର କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ(୨୦)।
ଜୟନ୍ତ ରାଉତ ଓ ପ୍ରଭାତୀ ରାଉତଙ୍କ ଝିଅ ହେଉଛନ୍ତି ଶୁଭ୍ରସ୍ମିତା। ବାପା ଶିକ୍ଷା ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ମା’ ଗୃହିଣୀ। ସେ ଏବେ ସଙ୍ଗୀତରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏଶନ ଶେଷବର୍ଷରେ ଅଧ୍ୟୟନରତ ଅଛନ୍ତି। ୨୦୧୨ରେ ଜଣେ ଗୁରୁଙ୍କ ନିକଟରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ୨୦୧୪ରେ ଦିଲ୍ଲୀରେ ଏକ ଅଡିସନରେ ଭାଗନେଇ ୯ ହଜାର ପ୍ରତିଯୋଗୀଙ୍କ ମଧ୍ୟରେ କୃତକାର୍ଯ୍ୟ ହୋଇଥିଲେ। ଏହା ଥିଲା ତାଙ୍କ ଜୀବନର ସଫଳତାର ପ୍ରଥମ ପାହାଚ। ପରେ ଜିଲା ଓ ଜିଲା ବାହାରେ ବିଭିନ୍ନ ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି। ଭଦ୍ରକ ମହୋତ୍ସବ, ଆଗରପଡ଼ା ମହୋତ୍ସବ, ଭଦ୍ରାୟଣୀ ପରି ବଡ଼ ମଞ୍ଚରେ ତାଙ୍କର କଣ୍ଠର ଯାଦୁ ଦର୍ଶକଙ୍କୁ ବିମୋହିତ କରିଥିଲା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଅଡିସନ ଫାଇନାଲ ରାଉଣ୍ଡରେ ପ୍ରଥମ ହୋଇଥିଲେ। ଏହି ସଫଳତା ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଥିଲା। ମୁମ୍ବାଇର ଏକ ମ୍ୟୁଜିକ ଅନୁଷ୍ଠାନ ପକ୍ଷରୁ ଫୋନ୍‌ କଲ୍‌ କରି ଭଏସ୍‌ ଟେଷ୍ଟ ନେଇଥିଲେ। ୪ର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ। ‘ଜବ୍‌ କୋଇ ବାତ୍‌ ବିଗଡ୍‌ ଜାଏ’ ଗୀତ ତାଙ୍କୁ ଭଦ୍ରକରୁ ମୁମ୍ବାଇ ପହଞ୍ଚାଇଥିଲା। ଜି ଟିଭିର ସାରେଗାମାପା, ଇଣ୍ଡିଆନ ଆଇଡଲ, କଲର୍ସର ରାଇଜିଂ ଷ୍ଟାର ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିଲେ। ବିଭିନ୍ନ ଭାଷାରେ ଗୀତ ଗାଇ ପ୍ରତିଭା ପ୍ରଦର୍ଶନ କରିବାକୁ ତାଙ୍କର ଲକ୍ଷ୍ୟ ରହିଛି ବୋଲି ଶୁଭ୍ରସ୍ମିତା କହିଛନ୍ତି। ଏଥିପାଇଁ ଦିନକୁ ୨ ଘଣ୍ଟା ଅଭ୍ୟାସ ଜାରି ରଖିଛନ୍ତି। ନିଷ୍ଠା ଓ ଅଧ୍ୟବସାୟ ବଳରେ ସଫଳତା ହାସଲ କରିପାରିବେ ବୋଲି ଆଶାବାଦୀ ଅଛନ୍ତି। ଏହି ଯାତ୍ରାରେ ତାଙ୍କ ମା’ ତାଙ୍କର ଆଦର୍ଶ ବୋଲି ସେ କହିଛନ୍ତି।
-ସନାତନ ରାଉତ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?