ଛତ୍ରପୁରକୁ ସ୍ବଚ୍ଛ, ସୁସ୍ଥ, ସୁନ୍ଦର କରିବା ନିମନ୍ତେ ଲକ୍ଷ୍ୟ : ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଅତିରିକ୍ତ ଜିଲାପାଳ ସହ…

ଛତ୍ରପୁର, ୧୯।୫(ଦିଲ୍ଲୀପ ସାମଲ): ଛତ୍ରପୁରକୁ ସ୍ବଚ୍ଛ, ସୁସ୍ଥ, ସବୁଜ ଓ ସୁନ୍ଦର କରିବା ନିମନ୍ତେ ଆଜି ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପରିବେଶ ସୁରକ୍ଷା, ପ୍ରକୃତିକୁ ବଞ୍ଚାଇବା ଏବଂ ପ୍ଲାଷ୍ଟିକ ଓ ପଲିଥିନକୁ ବର୍ଜନ କରିବା ଲକ୍ଷ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଡିଙ୍ଗ ରୁମର ସମ୍ପାଦକ ତଥା ଆଇନଜୀବୀ ବି ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସ୍ବତନ୍ତ୍ର ଅତିଥି ଭାବେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ ( ସାଧାରଣ ) ସଚ୍ଚିଦାନନ୍ଦ ନାୟକ, ମୁଖ୍ୟ ବକ୍ତା ଭାବେ ପରିବେଶବିତ୍‌ ସୁଧୀର ରାଉତ, ସମ୍ମାନିତ ଅତିଥି ଭାବେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥି ଓ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିବା ସହିତ ସଚେତନତା ହିଁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ସମସ୍ତଙ୍କୁ କନା ବ୍ୟାଗ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ କାଉନସିଲର ଦେବାଶିଷ ମିଶ୍ର, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ ଅଜିତ କୁମାର ସେଠି, ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି ଓ ଡ଼ଃ ରାଜେନ୍ଦ୍ର ଦାଶ, ପ୍ରଧ୍ୟାପକ ଭି. ରାଜେନ୍ଦ୍ର ରାଜୁ , ଅଟଳ ବିହାରୀ ପଟ୍ଟନାୟକ, ସୁଧୀର ରଥ, ଏ. ରାବଣା ରାଓ, ଜି. ମଙ୍ଗେଶ୍ୱର ରାଓଙ୍କ ସମେତ ବହୁ କାଉନସିଲର, ବୁଦ୍ଧିଜୀବୀ, ସ୍ବଚ୍ଛସାଥି, ସାନିଟାଇଜର ୱାର୍କର ଓ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅରୁଣ ଶତପଥି ସଂଯୋଜନା କରିଥିବା ବେଳେ ସିମାଞ୍ଚଳ ନାହାକ, ବି ଶ୍ରୀନିବାସ, ଏ. ରାବଣା ରାଓ, କାଉନସିଲର ଦେବାଶିଷ ମିଶ୍ର ଓ ଖବରଦାତା ପ୍ରଶାନ୍ତ କୁମାର ମହାରଣା ପରିଚାଳନାରେ ସହଯୋଗ କରିଥିଲେ। ପ୍ରାରମ୍ଭ ରେ ଶିକ୍ଷକ ଅଜିତ କୁମାର ସେଠି ପରିବେଶ ସୁରକ୍ଷା ନିମନ୍ତେ ଏକ ସଂଗୀତ ଗାନ କରିଥିଲେ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ଯୁବକଙ୍କୁ ପ୍ରେମ କରି ଶ୍ବଶୁର ଘରୁ ଫେରାର୍‌ ହୋଇଗଲେ ବିବାହିତା ମହିଳା, ଥାନାରେ ସ୍ବାମୀ ପହଞ୍ଚି…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗାଁରୁ ଜଣେ ବିବାହିତା ମହିଳା ସୋମବାର ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି…

ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ

ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା…

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ? ଏମପିଙ୍କ ବଡ଼ ଦାବି: ରେବନ୍ତ ରେଡ୍ଡି ହେବେ ପରବର୍ତ୍ତୀ ଶୁଭେନ୍ଦୁ ଅଧିକାରୀ

ହାଇଦ୍ରାବାଦ,୧୯।୫: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ନେଇ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହା ସବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ – ‘ମୋ ସହିତ ଯୋଗଦେବା ଭଲ’…

ପୂର୍ବ ଶତ୍ରୁତା, ପଡୋଶୀଙ୍କ କାତି ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଅଭାବନୀୟ ଘଟଣା । ବଡ଼ସାହିର ଦୀପକ ସେଠୀଙ୍କ କାତି ଚୋଟରେ ପଡୋଶୀ ଡି.ବିଜୟ(୪୫) ଗୁରୁତର ଆହତ…

ବିଶ୍ୱକପ୍‌ ଆଗରୁ ସ୍ପେନକୁ ବଡ଼ ଝଟ୍‌କା, ବାଦ୍‌ ପଡ଼ିଲେ ଏହି ଖେଳାଳି

ବାର୍ସେଲୋନା,୧୯ା୫: ସ୍ପେନ ମିଡ୍‌ଫିଲ୍ଡର ଫର୍ମିନ ଲୋପେଜ ଆହତ ସମସ୍ୟା ଯୋଗୁ ଫିଫା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବାର୍ସେଲୋନା ପକ୍ଷରୁ କୁହାଯାଇଛି।…

‘ବିପଜ୍ଜନକ କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦିଅ’: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ୭ ନଭେମ୍ବର, ୨୦୨୫ରେ ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବାକରଣ ସମ୍ପର୍କରେ ତାଙ୍କର ଆଦେଶକୁ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାକୁ ସମସ୍ତ ଆବେଦନକୁ ଖାରଜ…

ଶ୍ରୀଲଙ୍କା ଗସ୍ତ କରିବ ଭାରତ, ଅଗଷ୍ଟରେ ଟେଷ୍ଟ ସିରିଜ୍‌

କଲମ୍ୱୋ,୧୯ା୫: ଶ୍ରୀଲଙ୍କା-ଭାରତ ମଧ୍ୟରେ ଟେଷ୍ଟ ସିରିଜ୍‌ ଆସନ୍ତା ଅଗଷ୍ଟ ଦ୍ୱିତୀୟାର୍ଦ୍ଧରେ ଖେଳାଯିବ। ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଉଭୟ ମ୍ୟାଚ୍‌ ଲାଗି ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri